ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ମନ୍ତ୍ରୀଙ୍କୁ ପ୍ରସ୍ତାବ

ଭୁବନେଶ୍ୱର,୪।୨(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକ ସେବା ଭବନଠାରେ ଓଡ଼ିଶା ପୌର କର୍ମଚାରୀ ମହାସଂଘର ଅସ୍ଥାୟୀ କର୍ମଚାରୀମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପସ୍ଥିତ ଥିବା ଅସ୍ଥାୟୀ ପୌର କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି। ଓଡ଼ିଶା ପୌର କର୍ମଚାରୀ ମହାସଂଘର ସଭାପତି ପ୍ରଭାତ ତ୍ରିପାଠୀ ଏହି ଅବସରରେ ରାଜ୍ୟର ୩ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ସ୍ଥାୟୀ କରାଯିବା ସମ୍ପର୍କରେ ମନ୍ତ୍ରୀ ଜେନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଜେନା ରାଜ୍ୟର ଅସ୍ଥାୟୀ ପୌର କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ସମ୍ପର୍କରେ ଲିଖିତ ଆବେଦନପତ୍ର ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିବା ଭୟରେ ପ୍ରେମିକଙ୍କୁ ବାକ୍ସରେ ଲୁଚାଇଲେ ପ୍ରେମିକା

ବାରିପଦା ଅଫିସ,୯ା୭:ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅଞ୍ଚଳର ଜଣେ ଯୁବତୀ ଧରାପଡ଼ିବା ଭୟରେ ନିଜ ପ୍ରେମିକଙ୍କୁ ବାକ୍ସରେ ଲୁଚାଇ ରଖିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି...

ଦ୍ରୌପଦୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଓଡ଼ିଶାର ଝିଅ ତଥା ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାରେ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ଏହି...

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ତାଲା, ଗେଟ୍‌ ବାହାରେ ବସି ରହିଲେ କୁନିକୁନି ପିଲା

ହିଞ୍ଜିଳିକାଟୁ,୨୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ. ୧୫ର ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଧବାର ସକାଳୁ ଠିକ୍‌ ସମୟରେ ଖୋଲି ନ ଥିବା ବେଳେ...

୧୧ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୮।୯(ବ୍ୟୁରୋ):ବଙ୍ଗୋପସାଗରର ଉତ୍ତର ଦିଗରେ ଆଉ ଏକ ଲଘୁଚାପ ଏବେ ଦାନା ବାନ୍ଧୁଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ଚିହ୍ନିତ ହେବା ସହ...

ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବୁଗୁଡ଼ା,୧୯ା୧୧(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ବେଲପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ଦାବି ନେଇ ସୋମବାର ଉକ୍ତ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା...

ନିଖୋଜ ବିମାନରେ ଥିଲେ ଓଡ଼ିଆ ପାଇଲଟ୍‌ ସୁନୀତ

ବ୍ରହ୍ମପୁର ଅଫିସ୍‌, ୮ା୬: ଭାରତୀୟ ବାୟୁସେନା (ଆଇଏଏଫ୍‌) ବିମାନ ନିଖୋଜ ହେବାର ୫ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାର ପତ୍ତା ମିଳିନାହିଁ। ଉକ୍ତ ବିମାନରେ...

ରାଜ୍ୟରେ ଆଉ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୭।୯(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୨୪୨, ବରଗଡରୁ...

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୬ ପୋଲିସ କର୍ମଚାରୀ ନିଲମ୍ବିତ

ସମ୍ବଲପୁର ଅଫିସ,୧୧।୪: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ତାଙ୍କ ଉପରେ ନଜର ରଖିବା ପାଇଁ ନିୟୋଜିତଥିବା ୬ ପୋଲିସ...

Advertisement
Archives

Model This Week