ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଓଡ଼ିଶାର ଖାଉଟି, ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ନୁହେଁ ସପ୍ତାହକୁ ଦୁଇଥର ବଜାରକୁ ଯାଆନ୍ତୁ: ସୁରେନ୍ଦ୍ର କୁମାର

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଲକ୍‌ଡାଉନ୍‌ ସ୍ଥିତିରେ ସାରା ଓଡ଼ିଶାର ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ଏ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଗଠନ କରାଯାଇଛି।

ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ଅଧିକ ସୂଚନା ଦେଇ ସୁରେନ୍ଦ୍ର କୁମାର କହିଛନ୍ତି, ଲକ୍‌ଡାଉନ୍‌ ଘୋଷଣା ହେବା ଦିନ ଏକ ଉଚ୍ଚସ୍ତରୀୟ କମିଟି ‘ଷ୍ଟେଟ୍‌ ଲେଭଲ ମନିଟରିଂ ୟୁନିଟ୍‌ ଅନ୍‌ ଗୁଡ୍ସ ଆଣ୍ଡ ସର୍ଭିସେସ୍‌’ଗଠନ କରାଯାଇଥିଲା। ଏଥିରେ ମୋ ଅଧ୍ୟକ୍ଷତାରେ ୭ଜଣ ଉଚ୍ଚସ୍ତରୀୟ ଅଧିକାରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ପରିବହନ ଆୟୋଗ, ବାଣିଜ୍ୟକର ଆୟୁକ୍ତ,ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଏବଂ ପଞ୍ଚାୟତରାଜ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ। ରାଜ୍ୟର ସାଢ଼େ ଚାରିକୋଟି ଖାଉଟିଙ୍କ ସମସ୍ୟା ବୁଝି ସୂଚାରୁରୂପେ ଲୋକଙ୍କ ନିକଟରେ ଖାଉଟି ସାମଗ୍ରୀ ପହଞ୍ଚିବା କମିଟି ଗଠନର ଉଦ୍ଦେଶ୍ୟ ଥିଲା।

ପ୍ରଥମ ଦିନରେ ରୂପରେଖ ତିଆରି କରାଯାଇଥିଲା। ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ଚାହିଦାର ଆକଳନ ସାଙ୍ଗକୁ ନିରବିଚ୍ଛିନ୍ନ ଯୋଗାଣରେ ପ୍ରତିବନ୍ଧକ ଆସିଲେ ତାର ନିରାକରଣ ଏବଂ ଖାଉଟି ବ୍ୟାପାରୀ ଓ ମାଲବାହୀ ପରିବହନ ମାଲିକଙ୍କ ସମସ୍ୟାର ନିରାକରଣ ଆଦି ଦିଗରେ ନଜର ରଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟଶୈଳୀକୁ ସ୍ଥିର କରାଯାଇଥିଲା। ଫଳସ୍ବରୂପ ଓଡ଼ିଶାରେ ମାଲବାହୀ ଗାଡ଼ି ଚଳାଚଳ ଲାଗି ପାସ୍‌ ଆବଶ୍ୟକ ନ ଥିବା କୁହାଯାଇଥିଲା। ପ୍ରଥମ ଦୁଇଟି ଦିନ ଅସୁବିଧା ହୋଇଥିଲେ ହେଁ ଏବେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ବିଧିବଦ୍ଧ ଭାବେ ଚାଲିଛି।

ସେହିଭଳି ସାମାଜିକ ଦୂରତା ନେଇ ଖାଉଟି ସଂଘ ମାନଙ୍କ ସହ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ସହ ଯୋଗାଯୋଗ କରାଯାଉଛି। ସମସ୍ୟାର ସମାଧାନ କରାଯାଉଛି। ଲକ୍‌ଡାଉନ୍‌ ସମୟରେ ୨୪ ଘଣ୍ଟା ଖୋଲିବା ପାଇଁ ମୁଖ୍ୟ ବଜାରଗୁଡ଼ିକୁ କୁହାଯାଉଥିଲା। ବ୍ୟବସାୟୀଙ୍କୁ ପାସ୍‌ ଦିଆଯିବା ଫଳରେ ସବୁକାର୍ଯ୍ୟ ସୂଚାରୂରୁପେ କରାଯାଉଛି। ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରହିଛି। ଓଡ଼ିଶାର ଖାଉଟିମାନଙ୍କୁ କୌଣସି ପ୍ରକାର ଅସୁବିଧା ହେବନାହିଁ ସେ ନେଇ ସମସ୍ତ ପ୍ରଚେଷ୍ଟା କରାଯାଉଛି। ସ୍ଥିତି ଉପରେ ନଜର ରଖାଯାଇଛି। କିଛି ସ୍ଥାନରେ ଖାଉଟି ଦିନକୁ ୨ରୁ ୩ ଥର ବଜାରକୁ ଯାଉଛନ୍ତି। ସେମାନଙ୍କୁ ନିବେଦନ ସେମାନେ କଟକଣା ପାଳନ କରନ୍ତୁ। ସପ୍ତାହକୁ ଦୁଇଥର ବଜାରକୁ ଯାଆନ୍ତୁ। ଫଳରେ ସଂକ୍ରମିତ ହେବାର ସମ୍ଭାବନା କମ୍‌ ରହିବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri