ଅସରାଏ ବର୍ଷାରେ ଅବସ୍ଥା ବେହାଲ

ବାସୁଦେବପୁର, ୨୩।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ସହର ପୌରପାଳିକାର ମାନ୍ୟତା ଲାଭ କରିଥିଲେ ମଧ୍ୟ ସହରବାସୀଙ୍କ ସର୍ବନିମ୍ନ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଏ ଦିଗରେ ପୌରପାଳିକା ଧ୍ୟାନ ଦେଉ ନ ଥିବା ସହରବାସୀ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ବାସୁଦେବପୁର ସହର ସମେତ ୨୩ ୱାର୍ଡରେ ଏବେ ଡ୍ରେନେଜ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ମୌସୁମୀ ବାୟୁ ସକ୍ରିୟ ହୋଇସାରିଥିଲା ବେଳେ ଅଦ୍ୟାବଧି ସହରାଞ୍ଚଳର କୌଣସି ଡ୍ରେନକୁ ସଫାସୁତୁରା କରାଯାଇପାରି ନାହିଁ। ଗତ ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ହୋଇଥିବା ବେଳେ ଏହାର ପ୍ରଭାବରେ ସହରର ମୁଖ୍ୟରାସ୍ତା ଟ୍ରାଫିକ ଛକଠାରେ ଅଳିଆ ଆବର୍ଜନା ପାଣି ମୁଖ୍ୟଛକରେ ଜମି ରହିଛି। ବଳକା ବର୍ଷା ଜଳ ଡ୍ରେନକୁ ନ ଯାଇ ରାସ୍ତା ଉପରେ ଜମି ରହୁଥିତ୍ବାରୁ ଲୋକେ ଯାତାୟାତ ପାଇଁ ହଇରାଣ ହେଉଛନ୍ତି।
ବାସୁଦେବପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ମଧ୍ୟରେ ଏହି ଅଳିଆ ଆବର୍ଜନାପୂର୍ଣ୍ଣ ପାଣି ଜମି ରହି ସହରର ଟ୍ରାଫିକ ଛକରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ସେହିପରି ସହରର ବିଭିନ୍ନ ସ୍ଥାନରେ ବଳକା ବର୍ଷାପାଣି ଜମି ରହୁଛି। ଉଲ୍ଲେଖନୀୟ ଯେ, ଟ୍ରାଫିକ ଛକଠାରୁ ପୂର୍ବକୁ ହାଟସାଗରବସ୍ତି ପର୍ଯ୍ୟନ୍ତ ଖୋଳାଯାଇଥିବା ମୁଖ୍ୟ ଡ୍ରେନ୍‌ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଡ୍ରେନ୍‌ଟି ପୋତି ହୋଇ ରହିବା ସହ ତଳ ମୁହଁ ଖୋଲାଯାଇ ନ ଥିବାରୁ ଏଥିରେ ଜଳ ନିଷ୍କାସନ ହୋଇପାରୁ ନାହିଁ। ଏହାଛଡ଼ା ଡ୍ରେନ୍‌ର ପ୍ଲେଟଗୁଡିକ ଭାଙ୍ଗି ନଷ୍ଟ ହୋଇଗଲାଣି। ସେହିପରି ବ୍ଲକ ରୋଡ ଦେଇଯାଇଥିବା ଡ୍ରେନ ମଧ୍ୟ ପୋତି ହୋଇପଡ଼ିଛି। ୩ ବର୍ଷ ଧରି ଏହି ଡ୍ରେନ ସଫା ହୋଇ ନ ଥିବା ଜଣାପଡ଼ିଛି। ଫଳରେ ଡ୍ରେନରୁ ଦୁର୍ଗନ୍ଧ ବାହାରୁଥିବା ସହିତ ଜଳ ନିଷ୍କାସିତ ହୋଇପାରୁନି। ମାଛହାଟ ଡ୍ରେନର ମଧ୍ୟ ଅନୁରୂପ ଅବସ୍ଥା। ସହର ମଧ୍ୟରେ ଥିବା ବିଭିନ୍ନ ଡ୍ରେନ ଓ ଗ୍ରାମାଞ୍ଚଳର ଡ୍ରେନର ମୁହଁ ପୋତି ପଡ଼ିଥିବାରୁ ବର୍ଷର ଜଳ ନିଷ୍କାସିତ ହୋଇ ନ ପାରି ଜମି ରହୁଛି। ତେବେ ବର୍ଷାଦିନ ପୂର୍ବରୁ ଡ୍ରେନ ସଫା କରିବା ପୌରପାଳିକାର ପ୍ରାଥମିକ ଦାୟିତ୍ୱ ଥିବାବେଳେ ଏଥିପ୍ରତି ଦୃଷ୍ଟି ଦିଆଯାଇ ନ ଥିବା ଅଭିଯୋଗ ହେଉଛି। ବର୍ଷାଦିନ ଆସିସାରିଥିବାରୁ ତୁରନ୍ତ ସହରର ବିଭିନ୍ନ ଡ୍ରେନକୁ ସଫା କରାଯିବାକୁ ବ୍ୟବସାୟୀ ମୃତ୍ୟୁଞ୍ଜୟ ଅଗସ୍ତୀ, ସୁଶାନ୍ତ ବେହେରା, ବରିଷ୍ଠ ସାମାଜିକ କର୍ମୀ କିଶୋର କୁମାର ମହାପାତ୍ର ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ପୌରନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନାଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଡ୍ରେନ ସଫେଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳଜୀବଙ୍କ ପ୍ରତି ଆକର୍ଷଣରୁ ମତ୍ସ୍ୟବିଜ୍ଞାନୀ

ସିମୁଳିଆ,୧୦ା୧୦(ଡି.ଏନ୍‌.ଏ.)- ଧରିତ୍ରୀ ପୃଷ୍ଠରେ ପ୍ରକୃତି ଓ ଜୀବଜଗତ ବଡ ବୈଚିତ୍ର୍ୟମୟ। ପିଲାଦିନେ ଜଳଜୀବଙ୍କ ପ୍ରତି ଆକର୍ଷଣ ତାଙ୍କୁ ଆଜି ମତ୍ସ୍ୟ ବିଜ୍ଞାନୀର ପରିଚୟ ହେଇଛି। ଓଡ଼ିଶାରେ...

ଏଟିଏଜିଏସ୍‌ର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ, ୧୯।୧୨-ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ପିଏକ୍ସଇ ପରିସରରୁ ଶନିବାର ପୂର୍ବାହ୍ନରେ ଏଟିଏଜିଏସ୍‌ (ଆଡଭାନ୍ସଡ଼ ଟୋୱେଡ଼ ଆର୍ଟିଲେରୀ ଗନ୍‌ ସିଷ୍ଟମ୍‌) ବ୍ୟବହାରିକ...

ଦୁର୍ଘଟଣାରେ ଡ୍ରାଇଭରଙ୍କ ଜୀବନ ଗଲା

ରୂପ୍‌ସା, ୩୧।୩(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ...

କାଁ ଭାଁଖୋଲୁଛି ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ

ଖଇରା, ୨୬।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରାଠାରେ ଥିବା ସାଳନ୍ଦୀ ଡିଭିଜନର ଉପଖଣ୍ଡ କାର୍ଯ୍ୟାଳୟ ମାସ ମାସ ଧରି ବନ୍ଦ ହୋଇ ରହୁଛି। ଯନ୍ତ୍ରୀମାନେ ସାଇଡ୍‌ରେ କାମ...

ତଥାପି ମଉଳିନି ଆଶା: କଠିନ ପରିଶ୍ରମ କରି ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇବନ୍ଧୁ

ଭୋଗରାଇ, ୧୪।୬(ଡି.ଏନ.ଏ.)-ଚାକିରି ପଛରେ ନ ଧାଇଁ ଆମତ୍ନିର୍ଭରଶୀଳ ହେବାକୁ ସ୍ବପ୍ନ ଦେଖିଥିଲେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହରିପୁର ଗ୍ରାମର ପ୍ରଶାନ୍ତ ତ୍ରିପାଠୀ ଓ ବାଟଗ୍ରାମ...

ମଶାଧୂପରୁ ଜଳିଗଲା ୨ ବଖରା

ସୋର,୨୧ା୩: ସୋର ମ୍ୟୁନିସିପାଲିଟି ଅଧୀନ କାଜିମହଲା ବସ୍ତିରେ ମଶାଧୂପରୁ ଅଗ୍ନିକାଣ୍ଡ ଘଟିଛି। ବସ୍ତିର ସେକ୍‌ ଅମାନୁଲ୍ଲା(ମୁନା) ଶନିବାର ରାତିରେ ମଶାଧୂପ ଲଗାଇ ଶୋଇଥିଲେ। ସକାଳ ହୋଇଯିବାରୁ...

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାଲିଆପାଳ/ବସ୍ତା,୧୯।୮(ସ୍ବ.ପ୍ର.)-ଶିଶୁକନ୍ୟାମାନଙ୍କ ପ୍ରତି ଅସଦାଚରଣ, ବଳାତ୍କାର ରୋକିବା ଲାଗି କଠୋର ଦଣ୍ଡ ପ୍ରଣୟନ କରାଯାଇଛି। ଏସବୁ ସତ୍ତ୍ୱେ ସେମାନଙ୍କ ପ୍ରତି ଅତ୍ୟାଚାର କମିବାର ନଁା ନେଉନି। ଏଭଳି...

ବ୍ୟବସାୟୀ ରାକେଶ ହତ୍ୟାକାଣ୍ଡର ପର୍ଦ୍ଦାଫାସ:ପୁଅ ମୁଖ୍ୟ ଅଭିଯୁକ୍ତ

ବାଲିଆପାଳ, ୨୪।୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ଥାନାର ଟାଙ୍ଗରପିଟା ଗ୍ରାମରେ ଗତ ମାସ ୨୫ତାରିଖ ରାତିରେ କେତେଜଣ ଦୃର୍ବୁତ୍ତ ରାକେଶ ଚୌଧୁରୀ ନାମକ ଜଣେ କ୍ଷୀର ବ୍ୟବସାୟୀଙ୍କୁ...

Advertisement
Archives

Model This Week