ଅସମାନତା ସାମ୍ବିଧାନିକ ନୈତିକତା ପ୍ରତି ଆହ୍ବାନ ସୃଷ୍ଟି କରିଛି

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଦେଶରେ ଅର୍ଥନୈତିକ ଅସମାନତା ଓ ଅସହିଷ୍ଣୁତା ବୃଦ୍ଧି ପାଉଥିବାରୁ ତାହା ସାମ୍ବିଧାନିକ ନୈତିକତା ପ୍ରତି ଆହ୍ବାନ ସୃଷ୍ଟି କରିଛି ବୋଲି ପୂର୍ବତନ ପ୍ରଶାସକ ତଥା ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ହର୍ଷ ମନ୍ଦେର କହିଛନ୍ତି। ଭୁବନେଶ୍ୱରସ୍ଥିତ ‘ନିଶ୍ୱାସ’ରେ ରବିବାର ଆୟୋଜିତ ‘ସାମ୍ବିଧାନିକ ନୈତିକତା ପ୍ରତି ଚ୍ୟାଲେଞ୍ଜ: ଡକ୍ଟର ଆମ୍ବେଡକରଙ୍କଠାରୁ ଶିକ୍ଷା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରି ସେ ଏଭଳି ମତବ୍ୟକ୍ତ କରିଛନ୍ତି।
ଆମ୍ବେଡକର ସ୍ମାରକୀ ବାର୍ଷିକ ବକ୍ତୃତାମାଳାରେ ଯୋଗଦେଇ ଡ. ମନ୍ଦେର ବର୍ତ୍ତମାନ ସ୍ଥିତିରେ ସାମ୍ବିଧାନିକ ମୂଲ୍ୟବୋଧ ଧାରଣାର କ୍ରମବର୍ଦ୍ଧିଷ୍ଣୁ ପ୍ରାସଙ୍ଗିକତା ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ସାମ୍ବିଧାନିକ ନୈତିକତା ଉପରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ଯୋଗୁ ଅସମାନତା ଏତେ ବଢ଼ିଯାଇଛି ଯେ ଦେଶର ୫୦ ପ୍ରତିଶତ ଧନ ମାତ୍ର ୯ ଜଣ ବ୍ୟକ୍ତିଙ୍କ ହାତକୁ ଚାଲିଯାଇଛି। ଗତବର୍ଷ ଶୀର୍ଷ ଦେଢ଼ ପ୍ରତିଶତ ଧନୀଙ୍କ ସମ୍ପତ୍ତିର ପରିମାଣ କେନ୍ଦ୍ର ବଜେଟଠାରୁ ଅଧିକ ଥିଲା। ଦେଶବ୍ୟାପୀ କର୍ମଜୀବୀ ମହିଳା ଓ ଛାତ୍ର ଗୋଷ୍ଠୀର ବିଦ୍ରୋହକୁ ସେ ସ୍ବାଧୀନତା ସଂଗ୍ରାମ ସହ ତୁଳନା କରି କହିଛନ୍ତି, ଏହି ଦୁଇ ଆନ୍ଦୋଳନ ସାମ୍ବିଧାନିକ ମୂଲ୍ୟବୋଧ ପାଇଁ ଉଦ୍ଦିଷ୍ଟ, ଯାହାକି ନ୍ୟାୟ, ସ୍ବାଧୀନତା, ସମାନତା ଓ ଭ୍ରାତୃଭାବ ଭଳି ସମ୍ବିଧାନର ନୈତିକତାକୁ ବଜାୟ ରଖିବ। ସେମାନେ ହେଉଛନ୍ତି ଦେଶରେ ସାମ୍ବିଧାନିକ ନୈତିକତାର ରକ୍ଷକ। ତେଣୁ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆବଶ୍ୟକତା ହେଉଛି ଗାନ୍ଧିଜୀଙ୍କ ‘ସମ୍ପୂର୍ଣ୍ଣ ପ୍ରେମ’ ଓ ଆମ୍ବେଡକରଙ୍କ ‘ସାମଗ୍ରିକ ସମାନତା’। ଏହି ଦୁଇ ଧାରଣା ସମ୍ବିଧାନର ଭ୍ରାତୃତ୍ୱ ବା ବନ୍ଧୁତ୍ୱର ମୌଳିକ ମୂଲ୍ୟବୋଧକୁ ବଳବତ୍ତର ରଖିଥାଏ ବୋଲି ଡକ୍ଟର ମନ୍ଦେର ପ୍ରକାଶ କରିଛନ୍ତି। ତାଙ୍କ ମତରେ ଭ୍ରାତୃତ୍ୱ ସମସ୍ତ ଧର୍ମ ଓ ଜାତିର ଲୋକଙ୍କୁ ସଂଖ୍ୟାଲଘୁଙ୍କ ସହ ଯୋଡ଼ିଥାଏ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଅବସରପ୍ରାପ୍ତ କେନ୍ଦ୍ର ସଚିବ ତଥା ‘ନିଶ୍ୱାସ’ର ପ୍ରତିଷ୍ଠାତା ଡକ୍ଟର ରାଧାକାନ୍ତ ନାୟକ ଏହି ଅବସରରେ ହର୍ଷ ମନ୍ଦେରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

Odisha Floods: ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟାରେ ୮ ଲକ୍ଷ …

ଭୁବନେଶ୍ୱର, ୧।୮ : : ରାଜ୍ୟର ବନ୍ୟା ପରିସ୍ଥିତିର ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁ ପ୍ରାୟ ୮ ଲକ୍ଷ…

ଚାଉଳ ବଣ୍ଟନ ସମସ୍ୟା ନେଇ ବଡ଼ କଥା କହିଲେ ମନ୍ତ୍ରୀ, ଏଣିକି….

ଭୁବନେଶ୍ୱର, ୧।୮: ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଉଳ ବଣ୍ଟନକୁ…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ନୂଆଦିଲ୍ଲୀରେ ରେଳମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ରାଜ୍ୟର ରେଳ ସଂଯୋଗୀକରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri