Posted inଖେଳ

ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡର କ୍ରିକେଟ ମ୍ୟାଚ ଯୋଜନା

ମେଲବୋର୍ନ, ୧୩ା୫ (ପି.ଟି.)- କରୋନା ଭାଇରସ୍‌ ମହାମାରୀ ଯୋଗୁ ବର୍ତ୍ତମାନ ସ୍ଥିତିରେ ଇଣ୍ଟରନ୍ୟାଶନାଲ ଟୁର୍‌ ସମ୍ଭବନା ଦେଖା ଯାଉ ନ ଥିବାରୁ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ମ୍ୟାଚ ଆୟୋଜନ ପାଇଁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଦୁଇ ଦେଶର ସରକାର କ୍ୱାରାଣ୍ଟାଇନ୍‌ ଫ୍ରି ଟ୍ରାଭେଲ ପାଇଁ ଅନୁମତି ଦେବା ପାଇଁ ଯୋଜନା କରୁଛନ୍ତି। ମ୍ୟାଚ ଆୟୋଜନ ସମ୍ଭାବନାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ହ୍ବାଇଟ୍‌ ପ୍ରତିପକ୍ଷ କ୍ରିକେଟ ଅଷ୍ଟ୍ରେଲିଆର କେଭିନ୍‌ ରବଟର୍‌ସଙ୍କ ସହ ଯୋଗାଯୋଗ ଅବ୍ୟହତ ରଖିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ ତମ ସଂସ୍କରଣ ଅନିର୍ଦ୍ଦିଷ୍ଟକାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ବାଂଲାଦେଶର ଟେଷ୍ଟ ଟୁର୍‌ ବାତିଲ ହୋଇଛି। ଜୁଲାଇରେ ଇଂଲଣ୍ଡର ଏକ ସୀମିତ ଓଭର ଟୁର୍‌ ବାତିଲ ସମ୍ଭାବନା ରହିଛି। ଫଳରେ ଶୀତଋତୁରେ ଅଷ୍ଟ୍ରେଲିଆ ପାଇଁ କ୍ରିକେଟ ମ୍ୟାଚ ନାହିଁ। ପୁନଶ୍ଚ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ହେବ କି ନା ସେ ନେଇ ସନ୍ଦେହ ଦେଖା ଦେଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଘରୋଇ ଅନ୍ତର୍ଜାତୀୟ ସିରିଜଗୁଡ଼ିକ ଖେଳାଯାଇ ପାରିବ କି ନା ସେ ନେଇ ଅନିଶ୍ଚିତତା ଦେଖା ଦେଇଛି। ଟେଷ୍ଟ ସିରିଜ ଖେଳିବାକୁ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କା ଶର୍ଟ ଫର୍ମାଟ କ୍ରିକେଟ ଖେଳିବାକୁ ଆସିବା କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ଯୋଗୁ ଗତ ମାର୍ଚ୍ଚରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ରୁଦ୍ଧଦ୍ୱାରରେ ଖେଳାଯିବା ପରେ ଅବଶିଷ୍ଟ ଦୁଇଟିକୁ ବାତିଲ କରିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ଫୁଟ୍‌ବଲ ଡ୍ର: ଗ୍ରୁପ୍‌ ‘ଡି’ରେ ବ୍ରାଜିଲ

ଜୁରିଚ୍‌, ୨୨।୪(ଏ.ପି.)- ଚଳିତ ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ...

ପ୍ରଥମ ରାଉଣ୍ଡରୁ ପ୍ରଜନେଶଙ୍କ ବିଦାୟ

ଲଣ୍ଡନ, ୧।୭ (ପି.ଟି.)- ଭାରତର ଟପ୍‌ ସିଡ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରମ ଏଠାରେ ଚାଲିଥିବା ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ର ପ୍ରଥମ...

ବୁମ୍‌ରାଙ୍କ ରେକର୍ଡ

ପୁଣେ, ୧୧ା୧ (ପି.ଟି.)-ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଯଶପ୍ରୀତ ବୁମ୍‌ରା ଭାରତର ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ଶୁକ୍ରବାର ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ...

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ୫ ଦିନିଆ କ୍ରିକେଟ ରୋମାଞ୍ଚକ ହେବ: କୋହଲି

ମୁମ୍ବାଇ,୩୦।୭(ପି.ଟି.)- ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବଲ୍ୟୁଟିସି) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଯାଉଛି। ଏହା ୫ ଦିନିଆ କ୍ରିକେଟରେ ରୋମାଞ୍ଚ ଭରିବ ବୋଲି ଟିମ୍‌...

ହାଇଦ୍ରାବାଦ୍‌କୁ ହରାଇଲା ପଞ୍ଜାବ

ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ...

ଇଂଲଣ୍ଡ ଆୟୋଜନ କରିପାରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ

ଲଣ୍ଡନ,୯।୫(ପି.ଟି.): ଇଂଲିଶ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଏବେ ଇଂଲଣ୍ଡରେ ଆୟୋଜନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁର୍କୀ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଇଂଲଣ୍ଡକୁ ରେଡ୍‌...

ରୋମାଞ୍ଚକର ବିଜୟ ସହ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ବର୍ମିଂହାମ,୬।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ପଦକ ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ...

ମୁଁ ଗଣିତର ବଡ଼ ପ୍ରଶଂସକ ନୁହେଁ, କାହିଁକି ଏମିତି କହିଲେ ଧୋନୀ

ମୁମ୍ବାଇ,୯।୫: କ୍ରିକେଟ ଖେଳ ମଧ୍ୟ ବେଳେବେଳେ ଗଣିତର ଏକ କଠିନ ପ୍ରଶ୍ନ ପରି ହୋଇଯାଏ। ଏଠାରେ ଏକ ବିଜୟ ଏବଂ ପରାଜୟ ପରେ, ଅନେକ ସମୀକରଣ...

Advertisement
Archives

Model This Week