Posted inଖେଳ

ଅଷ୍ଟ୍ରେଲିଆ ଦଳକୁ ବାନକ୍ରଫ୍ଟ,ବ୍ରୁନ୍ସଙ୍କ ପ୍ରତ୍ୟାବର୍ତ୍ତନ

ସିଡ୍‌ନୀ, ୧୪।୧୧ (ଏଏଫ୍‌ପି)- ପାକିସ୍ତାନ ବିପକ୍ଷ ଆଗାମୀ ୨ ମ୍ୟାଚ୍‌ବିଶିଷ୍ଟ ସିରିଜ ଲାଗି ଗୁରୁବାର ଘରୋଇ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ଗତ ଆଶେସ ସିରିଜରେ ଖରାପ ପ୍ରଦର୍ଶନ ଲାଗି ଉସ୍‌ମାନ ଖ୍ବାଜା ଓ ମାର୍କସ ହାରିସଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ସେହିଭଳି କାମେରୁନ ବାନକ୍ରଫ୍ଟ ଓ ଜୋଏ ବ୍ରୁନ୍ସ ଅଷ୍ଟ୍ରେଲିଆ ଟେଷ୍ଟ ଦଳକୁ ଫେରିଛନ୍ତି। ବୋଲିଂ ଅଲ୍‌ରାଉଣ୍ଡର ମାଇକେଲ୍‌ ନେସର୍‌ ମଧ୍ୟ ଟିମ୍‌ ପାଇନ୍‌ଙ୍କ ନେତୃତ୍ୱାଧୀନ ୧୪ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜୋଶ୍‌ ହାଜେଲଉଡ୍‌, ପ୍ୟାଟ୍‌ କୁମିନ୍ସ, ମିଚେଲ ଷ୍ଟାର୍କ ଓ ଜେମ୍ସ ପାଟ୍ଟିନସନ ଦଳର ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ନଭେମ୍ବର ୨୧ରୁ ବ୍ରିସବେନରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହାପରେ ଆଡିଲେଡ୍‌ରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ ଦିବାରାତ୍ର ହେବ ବୋଲି ଜଣାପଡ଼ିଛି।
ଅଷ୍ଟ୍ରେଲିଆ ଟେଷ୍ଟ ଦଳ: ଟିମ୍‌ ପାଇନ୍‌ (ଅଧିନାୟକ), କାମେରୁନ ବାନ୍‌କ୍ରଫ୍ଟ, ଜୋ ବ୍ରୁନ୍ସ, ପ୍ୟାଟ୍‌ କୁମିନ୍ସ, ଜୋଶ୍‌ ହାଜେଲଉଡ୍‌, ଟ୍ରାଭିସ ହେଡ୍‌, ମାର୍ନସ ଲାବୁଶ୍ଚାନେ, ନାଥନ ଲିୟନ, ମାଇକେଲ୍‌ ନେସର୍‌, ଜେମ୍ସ ପାଟ୍ଟିନସନ, ଷ୍ଟିଭ୍‌ ସ୍ମିଥ, ମିଚେଲ ଷ୍ଟାର୍କ, ମାଥ୍ୟୁ ଓ୍ବାଡେଓ ଡେଭିଡ୍‌ ଓ୍ବାର୍ନର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ସମସ୍ୟା ଚିନ୍ତାଜନକ ନୁହେଁ

ସାଉଥମ୍ପଟନ,୨ା୬(ପିଟି)- ନେଟ୍ସର ଅଭ୍ୟାସ କରୁଥିବାବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ହେଲେ ତାଙ୍କ ସମସ୍ୟା ଚିନ୍ତା ଜନକ ବିଷୟ...

କେଦାର ଯାଦବଙ୍କୁ ଛାଡ଼ିବ ସିଏସ୍‌କେ

ଚେନ୍ନାଇ,୭।୧- ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରୁ ବିଦା ହେବାକୁ ଯାଉଛନ୍ତି ଅଲରାଉଣ୍ଡର କେଦାର ଯାଦବ। ୨୦୨୧ ଆଇପିଏଲ ଲାଗି ହେବାକୁ ଥିବା ମିନି...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ

ଅହମ୍ମଦାବାଦ, ୧୪ା୭ (ପି.ଟି.)-ଏଠାରେ ଚାଲିଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉତ୍ତର କୋରିଆ ନିକଟରୁ ଭାରତ ୨-୫ ଗୋଲରେ ପରାସ୍ତ ହୋଇଛି। ପ୍ରତିଯୋଗିତାରେ ଦଳର ଏହା...

ଏହି ସର୍ତ୍ତରେ ଅଭ୍ୟାସ କରିବେ ୫ ଭାରତୀୟ ଖେଳାଳି

ସିଡନୀ,୪।୧: ଭାରତୀୟ ଦଳର ୫ ଖେଳାଳି ନୂଆବର୍ଷରେ ବାହାର ରେଷ୍ଟୁରାଣ୍ଟରେ ଖାଇବାକୁ ନେଇ ବିବାଦ ଦେଖାଦେଇଛି। ରୋହିତ ଶର୍ମାଙ୍କ ସମେତ ୫ ଜଣ ଭାରତୀୟ ଖେଳାଳି...

କମଳେଶଙ୍କୁ ସିଙ୍ଗଲ୍ସ ଟାଇଟଲ

ଭୁବନେଶ୍ୱର, ୨୪।୮(କ୍ରୀଡ଼ା ପ୍ରତିନିଧି)- ହରିୟାଣାର କର୍ନଲଠାରେ ଅନୁଷ୍ଠିତ ଚମୁଣ୍ଡା-ଏଆଇଟିଏ ଚାମ୍ପିୟନଶିପ୍‌ ସିରିଜ(ସିଏସ୭)ରେ ଓଡ଼ିଶା ଟେନିସ ପ୍ରତିଭା କମଳେଶ ରଥ ୧୨ ବର୍ଷରୁ କମ୍‌ ବିଭାଗରେ ସିଙ୍ଗଲ୍ସ...

କ୍ରିକେଟର ସୁରେଶ ରୈନାଙ୍କୁ ଧରି ନେଲା ପୋଲିସ

ମୁମ୍ବାଇ,୨୨।୧୨: ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କୁ ପୋଲିସ ଧରି ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାତ୍ରକାଳୀନ କର୍ଫ୍ୟୁ ଜାରି ରହିଥିବାବେଳେ ରୈନାଙ୍କ...

ପୂର୍ବତନ ରଣଜୀ କ୍ରିକେଟରଙ୍କୁ ହତ୍ୟା ଅଭିଯୋଗରେ ପୁଅଙ୍କୁ ଗିରଫ କଲା ପୋଲିସ

ଥିରୁଭାନନ୍ତପୁରମ, ୧୧।୬-  ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଜୟମୋହନ ଥାମ୍ପିଙ୍କର ନିଜ ବାସବଭନରେ ମୃତ୍ୟୁ ଘଟିଛି। ମାତ୍ର ତାଙ୍କ ମୃତ୍ୟୁ ସହ ଜଡ଼ିତ ଥିବା ଅଭିଯୋଗରେ...

ଓଡ଼ିଶା ଓମେନ୍ସ ଲିଗ୍‌: ସାଇ-ଏସ୍‌ଟିସି ବିଜୟୀ

ଭୁବନେଶ୍ୱର, ୫।୩(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ର ଗୁରୁବାର...

Advertisement
Archives

Model This Week