Posted inଖେଳ

ଅଷ୍ଟ୍ରେଲିଆ ଟି୨୦ ଦଳକୁ ଫେରିଲେ ସ୍ମିଥ୍‌, ଓ୍ବାର୍ନର

ଆଡିଲେଡ୍‌, ୨୬।୧୦ (ଏଏଫ୍‌ପି)- ଆସନ୍ତା ବର୍ଷ ଘରୋଇ ପରିବେଶ୍‌ରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାବେଳେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରିଛି। ଏହି ଦଳକୁ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ପ୍ରତ୍ୟାବର୍ତ୍ତନ କରିଛନ୍ତି। ବଲ୍‌ ଟ୍ୟାମ୍ପରିଂ ଯୋଗୁ ଏହି ଦୁଇ ବ୍ୟାଟ୍ସମ୍ୟାନ ବର୍ଷେ ବାସନ୍ଦ ହେବା ପରେ ଏବେ ଟେଷ୍ଟ, ଦିନିକିଆ ଓ ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆ ସଫଳତାର ଶୀର୍ଷକୁ ଛୁଇଁଥିବା ବେଳେ ଟି୨୦ ବିଶ୍ୱକପ୍‌ ଏପର୍ଯ୍ୟନ୍ତ ହାସଲ କରିପାରି ନାହିଁ। ତେବେ ଅଷ୍ଟ୍ରେଲିଆ ୨୦୧୦ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରି ଏହି ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଆରୋନ ଫିଞ୍ଚ୍‌ ପୂର୍ବ ପରି ନେତୃତ୍ୱ ବଜାୟ ରଖିଛନ୍ତି। ଗତ ୫ଟି ଆଶେସ ଟେଷ୍ଟରେ ଓ୍ବାର୍ନର ସାଂଘାତିକ ଭାବେ ବିଫଳ ହୋଇଥିଲେ। ତେବେ ସେ ଅଷ୍ଟ୍ରେଲିଆର ସର୍ବାଧିକ ଟି୨୦ ସ୍କୋରର ରହିଛନ୍ତି। ଫିଞ୍ଚ୍‌ଙ୍କ ସହ ସେ ଇନିଂସ ଓପନ କରିବେ। ପ୍ୟାଟ କୁମିନ୍ସ ଓ ମିଚେଲ ଷ୍ଟାର୍କ ବୋଲିଂ ବିଭାଗର ମଙ୍ଗ ସମ୍ଭାଳିବେ। ଆଣ୍ଡ୍ର୍ୟୁ ଟାଏ, କେନ୍‌ ରିଚାର୍ଡସନ ଓ ବିଲି ଷ୍ଟାନଲେକ ଏମାନଙ୍କୁ ସହଯୋଗ କରିବେ।
ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ଶ୍ରୀଲଙ୍କା ମଧ୍ୟ ଦଳ ଘୋଷଣା କରିଛି। ଅଭିଜ୍ଞ ବୋଲର ଲସିଥ ମାଲିଙ୍ଗା ଦଳର ନେତୃତ୍ୱ ନେବେ। କୁଶାଲ ପେରେରା ଓ ନିରୋଶାନ ଡିକ୍‌ଓ୍ବେଲାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସେହିପରି ପାକିସ୍ତାନକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାନୁକା ରାଜପାକସା ଏବଂ ଓଶାଡା ଫର୍ନାଣ୍ଡୋଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ପ୍ରଥମ ଟି୨୦ ରବିବାର ଆଡିଲେଡ ଓଭାଲରେ ଖେଳାଯିବ। ଏହାର ୩ ଦିନ ପରେ ଦ୍ୱିତୀୟ ମ୍ୟାଚ୍‌ ବ୍ରିସ୍‌ବେନ୍‌ ଓ ନଭେମ୍ବର ୧ ତାରିଖରେ ମେଲବୋର୍ନରେ ଅନ୍ତିମ ତଥା ତୃତୀୟ ମ୍ୟାଚ ଖେଳାଯିବ।
ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଷ୍ଟନ ଅଗର, ଆଲେକ୍ସ କେରୀ, ପ୍ୟାଟ୍‌ କୁମିନ୍ସ, ଗ୍ଳେନ ମ୍ୟାକ୍ସଓ୍ବେଲ, ବେନ ମ୍ୟାକଡର୍ମଟ, କେନ୍‌ ରିଚାର୍ଡସନ, ଷ୍ଟିଭ୍‌ ସ୍ମିଥ୍‌, ବିଲି ଷ୍ଟାନଲେକ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଆଣ୍ଡ୍ର୍ୟୁ ଟାଏ, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା।
ଶ୍ରୀଲଙ୍କା ଦଳ: ଲସିଥ ମାଲିଙ୍ଗା (ଅଧିନାୟକ), କୁଶାଲ ପେରେରା, କୁଶାଲ ମେଣ୍ଡିସ୍‌, ଦନୁଷ୍କା ଗୁଣଥିଲକା, ଅଭିସ୍କା ଫର୍ନାଣ୍ଡୋ, ନିରୋଶାନ ଡିକ୍‌ଓ୍ବେଲା, ଦସୁନ ଶନକା, ଶେହାନ ଜୟସୁରିୟା, ଭାନୁକା ରାଜପାକ୍‌ସା, ଓଶାଡା ଫର୍ନାଣ୍ଡୋ, ଓ୍ବାନିଡୁ ହାସରଙ୍ଗା, ଲକ୍ଷନ ସନ୍ଦକାନ, ନୂଆନ ପ୍ରଦୀପ, ଲାହିରୁ କୁମାରା, ଇସୁରୁ ଉଡାନା ଓ କାସୁନ ରଜିଥା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri