Posted inଖେଳ

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୫ କୋଟିରେ ବିକ୍ରି ହେଲା ଓ୍ବର୍ନଙ୍କ କ୍ୟାପ

ସିଡ୍‌ନୀ,୧୦।୧(ଏଏଫ୍‌ପି)- କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ପଦାର୍ପଣ ଗ୍ରୀନ କ୍ୟାପ ୧ ନିୟୁତ ଅଷ୍ଟ୍ରେଲିଆନ ଡଲାରରେ ବିକ୍ରି ହୋଇଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୪.୯୭ କୋଟି ଟଙ୍କା। ଏହି ସମସ୍ତ ଅର୍ଥ ଦେଶର ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ହୋଇଥିବା କ୍ଷୟକ୍ଷତି ପୂରଣ କରିବା ପାଇଁ ରେଡ୍‌କ୍ରସ ପାଣ୍ଠିକୁ ପ୍ରଦାନ କରାଯିବ। ୧୪୫ ଟେଷ୍ଟ ଖେଳି ୭୦୮ ଉଇକେଟ ନେଇଥିବା ସ୍ପିନର ତାଙ୍କ ପୂରା କ୍ୟାରିୟରରେ ଏହି କ୍ୟାପ ପରିଧାନ କରିଥିଲେ। ତାଙ୍କ ପୂର୍ବରୁ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡୋନାଲ୍ଡ ବ୍ରାଡମ୍ୟାନଙ୍କ କ୍ୟାପ ମଧ୍ୟ ବିକ୍ରି ହୋଇଥିଲା। ଚ୍ୟାରିଟି ପାଇଁ ଉକ୍ତ କ୍ୟାପ ୨୦୦୩ରେ ୪୨୫ ଅଷ୍ଟ୍ରେଲିଆନ ଡଲାର ନିଲାମ ହୋଇଥିଲା। ଓ୍ବର୍ନ ତାଙ୍କ  କ୍ୟାପର ଫଟୋକୁ ଟୁଇଟ୍‌ କରି ଲେଖିଛନ୍ତି, ନିଲାମରେ ଭାଗ ନେଇଥିବା ପ୍ରତ୍ୟେକଙ୍କୁ ଧନ୍ୟବାଦ। ସଫଳ ବିଡରଙ୍କୁ ଶୁଭେଚ୍ଛା। ଏତେ ମୂଲ୍ୟ ପାଇବି ବୋଲି ଆଶା କରି ନ ଥିଲି। ଆଦାୟ ହୋଇଥିବା ଅର୍ଥ ସିଧାସଳଖ ରେଡ୍‌କ୍ରସ ପାଣ୍ଠିକୁ ଦାନ କରାଯିବ। ଧନ୍ୟବାଦ। କ୍ୟାପ ସହ ଓ୍ବର୍ନଙ୍କ ହସ୍ତାକ୍ଷର ସାର୍ଟିଫିକେଟ ମଧ୍ୟ ରହିଥିଲା। ତେବେ କ୍ୟାପ କିଣିଥିବା ବିଡରଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ବାଗି ଗ୍ରୀନ କ୍ୟାପ ଅଷ୍ଟ୍ରେଲିଆ ଖେଳାଳିଙ୍କ ଟେଷ୍ଟ ପଦାର୍ପଣ ବେଳେ ପ୍ରଦାନ କରାଯାଏ। ଗତ ସୋମବାର ଏହି କ୍ୟାପ ନିଲାମ କରିବା ପାଇଁ ଓ୍ବର୍ନ ନିଷ୍ପତ୍ତି ନେଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ୪ ମାସ ହେଲା ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ କୋଟି କୋଟି ଜନ୍ତୁ ଜୀବନ ହରାଇଥିବାବେଳେ ୨ ହଜାର ଜନସାଧାରଣ ବାସହରା ହୋଇଛନ୍ତି। କେବଳ ଓ୍ବର୍ନ ନୁହନ୍ତି ଏବେକାର କ୍ରିକେଟରମାନେ ମଧ୍ୟ ସହାୟତା ପାଇଁ ଆଗେଇ ଆସିଛନ୍ତି। ତାଲିକାରେ କ୍ରିସ ଲିନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଡାର୍ସି ଶଟ୍‌ ଟେନିସ ଖେଳାଳି ଆଶଲେ ବାର୍ଟି, ନିକି କିର୍ଗିଅସଙ୍କ ଭଳି ଆହୁରି ଅନେକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri