Posted inଖେଳ

ଅଷ୍ଟ୍ରେଲିଆ ଓପନରୁ ଓହରିଲେ ସାନିଆ ମିର୍ଜା

ମେଲବୋର୍ନ,୨୩।୧- ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ଆହତ ସମସ୍ୟା ଯୋଗୁ ସେ ମହିଳା ଡବଲ୍ସ ବର୍ଗର ପ୍ରଥମ ମ୍ୟାଚ୍‌ ଅଧାରୁ ଓହରି ଯାଇଛନ୍ତି। ଚାଇନାର ଜିନୟୁନ ହାନ-ଲିନ ଝୁଙ୍କ ବିପକ୍ଷ ମ୍ୟାଚ୍‌ରେ ମିର୍ଜା ଓ ୟୁକ୍ରେନ ସାଥୀ ନାଡିଆ କିଚେନୋକଙ୍କ ଯୋଡ଼ି ଦ୍ୱିତୀୟ ସେଟ୍‌ରେ ୦-୧ରେ ପଛୁଆ ଥିବାବେଳେ ସାନିଆଙ୍କ ଗୋଡ଼ର ମାଂସପେଶୀରେ ଆଘାତ ଯୋଗୁ ମ୍ୟାଚ୍‌ରୁ ଓହରିବାକୁ ନିଷ୍ପତ୍ତି ନେଇଥିଲେ। ଇଣ୍ଡୋ-ୟୁକ୍ରେନ ଖେଳାଳି ପ୍ରଥମ ସେଟ୍‌ରେ ୨-୬ରେ ପରାସ୍ତ ହୋଇଥିଲା। ୩୩ ବର୍ଷୀୟା ମିର୍ଜା ଅଭ୍ୟାସବେଳେ ଗୋଡ଼ରେ ଆଘାତ ପାଇଥିଲେ। ଏଣୁ ସେ ଷ୍ଟ୍ରାପ ବ୍ୟବହାର କରି କୋର୍ଟକୁ ଓହ୍ଲାଇଥିଲେ। କିନ୍ତୁ ୩୩ ମିନିଟ୍‌ ଧରି ଚାଲିଥିବା ମ୍ୟାଚ୍‌ରେ ସାନିଆ କଦାପି ଆଶାନୁଯାୟୀ ପ୍ରଦର୍ଶନ କରିପାରି ନ ଥିଲେ। ପୂର୍ବରୁ ସେ ମିକ୍ସଡ୍‌ ଡବଲ୍ସ ବର୍ଗରୁ ଓହରିଯାଇଥିଲେ। ସେଥିରେ ସେ ରୋହନ ବୋପାନ୍ନାଙ୍କ ସହ ଖେଳିଥାନ୍ତେ। ସୂଚନାଯୋଗ୍ୟ, ପୂର୍ବତନ ନମ୍ବର ଓ୍ବାନ ମହିଳା ଡବଲ୍ସ ଖେଳାଳି ମିର୍ଜା ଓ କିଚେନୋକ ଗତ ସପ୍ତାହରେ ହୋବାର୍ଟ ଇଣ୍ଟରନ୍ୟାଶନାଲ ଟାଇଟଲ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ୨୦ ହଜାର କୋଭିଡ୍‌ ଟେଷ୍ଟ ହେବ

ଦୁବାଇ,୨୭।୮(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୩ ମାସ ମଧ୍ୟରେ ୨୦ ହଜାରରୁ ଅଧିକ କୋଭିଡ୍‌-୧୯...

ଫର୍ନାଣ୍ଡୋ ଟୋରେସଙ୍କ ଅବସର

ମାଡ୍ରିଡ୍‌,୨୧।୬- ପୂର୍ବତନ ଫିଫା ବିଶ୍ୱକପ୍‌ ଚାମ୍ପିୟନ ସ୍ପେନ ଦଳର ସଦସ୍ୟ ଫର୍ନାଣ୍ଡୋ ଟୋରେସ ଫୁଟ୍‌ବଲରୁ ଶୁକ୍ରବାର ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିସହ ସ୍ପାନିଶ ଖେଳାଳିଙ୍କ...

ଆଇପିଏଲ୍‌ ଟିକେଟରେ ଅଭିନେତ୍ରୀଙ୍କ ହୃଦୟ ଜିତି ବିବାହ କରିଥିଲେ ଏହି କ୍ରିକେଟର

ବଲିଉଡ ଷ୍ଟାର ଏବଂ କ୍ରିକେଟରଙ୍କ ମଧ୍ୟରେ ବନ୍ଧୁତା କୌଣସି ନୂଆ କଥା ନୁହେଁ। ଅନେକ କ୍ରିକେଟର ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡି ବିବାହ ମଧ୍ୟ କରିଛନ୍ତି।...

କିରନ ମୋରେଙ୍କୁ ବ୍ୟାଟ୍‌ରେ ପିଟିବାକୁ ଉଦ୍ୟମ କରିଥିଲେ ଏହି ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କିରନ ମୋରେଙ୍କୁ ଏକଦା ଗୋଟିଏ ଟେଷ୍ଟ ମ୍ୟାଚ୍‌ ସମୟରେ ପାକିସ୍ତାନର ସଲିମ୍‌ ମଲିକ ବ୍ୟାଟ୍‌ରେ...

୧୨ରୁ ୧୪ କୋଟି ଟଙ୍କାରେ ବିକ୍ରି ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦ : ଚଳିତ ଆଇପିଏଲ ସିଜନର ପ୍ରଥମ ଫେଜରେ ୭ମ ସ୍ଥାନରେ ଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଏବେ ପ୍ଲେ-ଅପ୍‌ ଲାଗି ଯୋଗ୍ୟତା ହାସଲ...

ଖୁବଶୀଘ୍ର ଆମେ ୩ ହୋଇଯିବା, ତୁମକୁ ବହୁତ୍‌ ମିସ୍‌ କରୁଛି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ବିବାହ ତୃତୀୟ ବାର୍ଷିକୀ ପାଳନ କରିଛନ୍ତି ୨୦୧୭ ଆଜିର...

ଓ୍ବାଶିଂଟନ୍‌ଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିବ କି? ଗାଭାସ୍କର ଦେଲେ ଏଭଳି ଜବାବ

ଚେନ୍ନାଇ,୧୦।୨: ସ୍ଥାନୀୟ ଏମ୍‌.ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୨୨୭ରନ୍‌ରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ଭାରତୀୟ ଟିମ୍‌। ଏହା...

ଧୋତି-କୁର୍ତ୍ତା ପିନ୍ଧି ମ୍ୟାଚ୍‌ ଖେଳିଲେ କ୍ରିକେଟର୍‌

ବାରାଣସୀ,୧୯।୨: ଧର୍ମନଗରୀ କାଶୀରେ କ୍ରିକେଟର ଏହି ଭିନ୍ନ ଶୈଳୀ ଦେଖିବାକୁ ମିଳେ। ଖେଳାଳିମାନେ ପଡ଼ିଆରେ କ୍ରୀଡା ପୋଷାକ ବଦଳରେ ଧୋତି-କୁର୍ତ୍ତା ଏବଂ ଅମ୍ପାୟାରଠାରୁ ଆରମ୍ଭ କରି...

Advertisement


Archives

Model This Week