Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ଶରନଙ୍କ ଅଗ୍ରଗତି, ବୋପାନ୍ନା ଆଉଟ୍‌

ମେଲବୋର୍ନ,୨୩।୧(ପିଟି)- ଅଷ୍ଟ୍ରେଲିଆନ ଓପନରେ ଭାରତୀୟ ଖେଳାଳିମାନେ ପୁରୁଷ ଡବଲ୍ସରେ ମିଶ୍ର ପ୍ରଦର୍ଶନ କରିଛନ୍ତି। ଦିଭିଜ ଶରନ ତାଙ୍କ ନ୍ୟୁଜିଲାଣ୍ଡ ପାର୍ଟନର ଆର୍ଟିମ ସିଟାକଙ୍କ ସହ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ଯୋଡି ପ୍ରତିପକ୍ଷ ପର୍ତ୍ତୁଗାଲ ଓ ସ୍ପେନ୍‌ ଯୋଡି ପାବ୍ଲୋ କାରୋନୋ ବୁଷ୍ଟା ଓ ଜୋଆଓ ସୋଉସାଙ୍କୁ ୬-୪, ୭-୫ ସେଟରେ ହରାଇ ଅଗ୍ରଗତି କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଶରନ- ସିଟାକ ମାଟେ ପାଭିକ- ବ୍ରୁନୋ ସୋଆରେସ କିମ୍ବା ବେନ୍‌ ମୋଲାଚ୍‌ ଇଆନ- ଲ୍ୟୁକ ବାମ୍ବ୍ରିଜଙ୍କୁ ଭେଟିବେ।
ଅପରପକ୍ଷରେ ଅନ୍ୟତମ ଅଭିଜ୍ଞ ଭାରତୀୟ ଖେଳାଳି ରୋହନ ବୋପାନ୍ନା ପୁରୁଷ ଡବଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ବୋପାନ୍ନା ଓ ତାଙ୍କ ଜାପାନ ପାର୍ଟନର ୟୁସୁଟାକା ଉଚିୟାମା ପ୍ରତିପକ୍ଷ ଆମେରିକାର ଦୁଇ ଭାଇ ବବ୍‌ ଓ ମାଇକ ବ୍ରାଏନ ଯୋଡିଙ୍କଠାରୁ ୧-୬, ୬-୩, ୩-୬ ସେଟ୍‌ରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ବୋପାନ୍ନା ଓ ତାଙ୍କ ସାଥୀ ମାତ୍ର ଏକ ଘଣ୍ଟା ୧୭ ମିନିଟ୍‌ରେ ପରାସ୍ତ ହୋଇଥିଲେ। ଏବେ ବୋପାନ୍ନା ନିଜ ଦେଶର ସାନିଆ ମିର୍ଜାଙ୍କ ସହିତ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଅଭିଯାନ ଆରମ୍ଭ କରିବେ। ପୂର୍ବରୁ ମଙ୍ଗଳବାର ଅନ୍ୟତମ ଭାରତୀୟ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର...

ଆଜିଠାରୁ ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା: ଭାଗନେବେ ୩୦୦ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ,୯।୧୨: ଢେଙ୍କାନାଳ ଷ୍ଟାଡିୟମ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା। ଜିଲା ତୀରନ୍ଦାଜ ସଂଘ, ଜିଲା କ୍ରୀଡ଼ା ବିଭାଗ ଏବଂ...

ଆଫଗାନିସ୍ତାନ ଟି-୨୦ ବିଶ୍ୱକପରୁ ବାହାର…

ମେଲବୋର୍ନ,୧।୧୧ : ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି -୨୦ ବିଶ୍ୱକପର ୩୨ ତମ ମ୍ୟାଚ ମଙ୍ଗଳବାର ବ୍ରିସବେନରେ ଖେଳାଯାଇଥିଲା। ଆଫଗାନିସ୍ତାନ ଟସ ଜିତି ପ୍ରଥମେ...

ପଏଣ୍ଟ ବାଣ୍ଟିଲେ ଚେଲସି-ଆର୍ସେନଲ

ଲଣ୍ଡନ,୨୨।୧- ଆର୍ସେନାଲ ଷ୍ଟାଇକର ହେକ୍ଟର ବେଲରିନଙ୍କ ଗୋଲଙ୍କ ଯୋଗୁ ଷ୍ଟାମଫର୍ଡ ବ୍ରିଜଠାରେ ଖେଳାଯାଇଥିବା ଚେଲସି ବିପକ୍ଷ ମ୍ୟାଚ୍‌କୁ ଆର୍ସେନଲ ୨-୨ ଗୋଲରେ ବରାବର ରଖିବାକୁ ସକ୍ଷମ...

୭୩ ବର୍ଷ ହେବ ଭାଙ୍ଗିନି କ୍ରିକେଟ୍‌ର ଏହି ରେକର୍ଡ

କ୍ରିକେଟରେ ଶତକ ମାରିବା ପ୍ରତ୍ୟେକ କ୍ରିକେଟର୍‌ଙ୍କ ସ୍ବପ୍ନ ଥାଏ। ତେବେ ଟେଷ୍ଟରେ ଲଗାତର ୫ ଇନିଂସରେ ୫ଟି ଶତକ ହାସଲ କରିବା ନିହାତି ଏକ ଗୁରୁତ୍ୱପୂର୍ଣ୍ଣ...

ସଚିନଙ୍କ ‘ହ୍ୟାଲୋ’ ଶୁଣି ଏହି ଖେଳାଳିଙ୍କୁ ହାତରୁ ଖସିପଡିଥିଲା ଖାଦ୍ୟ ଥାଳି

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱର ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ଭାବେ ଜଣାଶୁଣା। ଜଣେ ମହାନ କ୍ରିକେଟର୍‌ ହୋଇଥିବାରୁ ଯୁବ କ୍ରିକେଟରମାନେ ତାଙ୍କୁ ଭେଟିବାକୁ ମଧ୍ୟ ଡରନ୍ତି।...

ଟି-୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିତିଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ପର୍ଥ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ଟସ୍‌...

ହାପି ବର୍ଥ ଡେ ବ୍ରେଟ୍‌ ଲି: ଏକଦା ଥିଲେ ସେଲ୍ସମ୍ୟାନ୍‌; ବିଶ୍ୱକପ୍‌ରେ ହାଟ୍ରିକ୍‌ ନେଇ ପୂରଣ କରିଥିଲେ ପିଲାଦିନର ସ୍ବପ୍ନ

ନୂଆଦିଲ୍ଲୀ,୮।୧୧: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ର୍ରେଟ୍‌ ଲି ବିଶ୍ୱର ଦ୍ରୁତତମ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ। ରବିବାର ସେ ନିଜର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି।...

Advertisement
Archives

Model This Week