Posted inଖେଳ

ଅଶ୍ୱାରୋହୀ ମିର୍ଜାଙ୍କୁ ଐତିହାସିକ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ, ୨୪।୧୧- ଅଶ୍ୱ ଚାଳନାରେ ଦୁଇଥର ଏସୀୟ ପଦକ ବିଜେତା ଫଓ୍ବାଦ ମିର୍ଜା ୨୦୨୦ ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିଛନ୍ତି। ଏଥିସହ ଦୀର୍ଘ ୨୦ ବର୍ଷ ଅପେକ୍ଷାର ଅନ୍ତପରେ ଭାରତୀୟ ଅଶ୍ୱାରୋହୀ ଭାବେ ୨୭ ବର୍ଷୀୟ ମିର୍ଜା କ୍ରୀଡ଼ାର ସର୍ବୋଚ୍ଚ ପ୍ରତିଯୋଗିତାକୁ ଟିକେଟ୍‌ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ୟୁରୋପୀୟ ଷ୍ଟେଜ୍‌ ସମାପ୍ତ ହେବାପରେ ଫଓ୍ବାଦ ସାଉଥ୍‌ ଇଷ୍ଟ ଏସିଆ ଓ ଓସନିଆ ଗ୍ରୁପ୍‌-ଜି’ର ବ୍ୟକ୍ତିଗତ ଇଭେଣ୍ଟରେ ଶୀର୍ଷ ସ୍ଥାନରେ ରହିଥିଲେ। ଅର୍ଜୁନ ପୁରସ୍କାର ବିଜେତା ମିର୍ଜା ୬ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରୁ ମୋଟ୍‌ ୬୪ ପଏଣ୍ଟ ହାସଲ କରିଛନ୍ତି। ତେବେ ଅନ୍ତର୍ଜାତୀୟ ଅଶ୍ୱଚାଳନା ଫେଡେରଶନ (ଏଫ୍‌ଇଆଇ) ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଫେବୃୟାରୀ ୨୦ରେ ଘୋଷଣା ହେବ। ପୂର୍ବରୁ କେବଳ ୨ଜଣ ଭାରତୀୟ ଅଶ୍ୱାରୋହୀ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିଥିଲେ। ୧୯୯୬ରେ ସ୍ବର୍ଗତ ଓ୍ବିଙ୍ଗ୍‌ କମାଣ୍ଡର ଆଇଜେ ଲାମ୍ବା ଓ ୨୦୦୦ ମସିହାରେ ଇମତିଆଜ ଆନିସ ଯଥାକ୍ରମେ ଆଟଲାଣ୍ଟ ଓ ସିଡ୍‌ନୀ ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୌରିସିଓଙ୍କ ଡବଲ ଗୋଲ: ଓଡ଼ିଶା ଏଫ୍‌ସିର ପ୍ରଥମ ବିଜୟ

ବାମ୍ବୋଲିମ୍‌, ୮।୧-ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ବଳରେ ଓଡ଼ିଶା ଏଫ୍‌ସି ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଷ୍ଟୁଆର୍ଟ ବକ୍ସଟରଙ୍କ...

ଚଳଚଞ୍ଚଳ ମଇଦାନ: ଅଭ୍ୟାସକୁ ଓହ୍ଲାଇଲେ ଖେଳାଳି

କଟକ ଅଫିସ,୨୪ା୫:ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି କ୍ରୀଡ଼ାବିତ। ପୁଣି ଥରେ ପଡ଼ିଆ ଗୁଡ଼ିକରେ ଗହଳଚହଳ ଦେଖିବାକୁ ମିଳିଛି। ସକାଳେ ଓ ଅପରାହ୍ନରେ ନେଟ୍ସ ବନ୍ଧା ଯାଉଛି...

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗନେବେ ଲାଲ୍‌ରିନୁଙ୍ଗା, ଶିଉଳି

ନୂଆଦିଲ୍ଲୀ, ୧୬ା୫(ପି.ଟି.)-ତାସ୍‌କେଣ୍ଟରେ ମେ’ ୨୩ରୁ ୩୧ ପର୍ଯ୍ୟନ୍ତ ହେବାକୁଥିବା ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ଭାଗ ନେବା ଲାଗି ୟୁଥ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଭାରୋତ୍ତୋଳକ ଜେରେମି...

ପଡ଼ିଆରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ଦୁଇ କ୍ରିକେଟର

ଆଣ୍ଟିଗୁଆ,୩।୭: ଏଠାରେ ଶୁକ୍ରାବର ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମହିଳା ଟି୨୦ ମ୍ୟାଚ୍‌ରେ ହଠାତ୍‌ ଚେତାଶୂନ୍ୟ ହୋଇପଡ଼ି ଯାଇଥିଲେ ଓ୍ବେଷ୍ଟଇଣ୍ଡିଜର ଚିନେଲେ ହେନରୀ ଓ...

ହାଲେପ୍‌ଙ୍କୁ ହରାଇଲେ ଆନିସିମୋଭା

ପ୍ୟାରିସ, ୬ା୬- ଗତଥରର ଚାମ୍ପିୟନ ରୋମାନିଆର ସିମୋନା ହାଲେପ୍‌ଙ୍କୁ ପରାସ୍ତ କରି ଆମେରିକାର ସ୍ବଳ୍ପ ବୟସ୍କା ଆମାଣ୍ଡା ଆନିସିମୋଭା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ମହିଳା...

ଶୁଭ୍ରାଂଶୁ ସେନାପତି ଅଧିନାୟକ

କଟକ ଅଫିସ, ୮ା୧୨: ଆଗାମୀ ରଣଜୀ ଟ୍ରଫି ସିଜନକୁ ଦୃଷ୍ଟିରେ ରଖି ୨ଟି ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି। ବୁଧବାର ଓଡ଼ିଶା...

ଉପଅଧିନାୟକ ରାହାନେଙ୍କ ସହ ସମ୍ପର୍କକୁ ନେଇ ସ୍ପଷ୍ଟ କଲେ କୋହଲି, କହିଲେ…

ନୂଆଦିଲ୍ଲୀ,୪।୨: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭାରତର କାମଚଳା ଅଧିନାୟକ ଦାୟିତ୍ୱ ସମ୍ଭାଳିଥିବା ଅଜିଙ୍କ୍ୟ ରାହାନେ ବେଶ୍‌ ପ୍ରଶଂସିତ ହୋଇଥିଲେ। ନିଜର ଶାନ୍ତ ସ୍ବଭାବ ସାଙ୍ଗକୁ ଖେଳାଳି...

ଆମେଚର ଅଲିମ୍ପିଆ ବଡିବିଲ୍ଡିଂରେ ଭାଗନେବେ ଜନ୍ମେଜୟ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)- ଆମେଚର ଅଲିମ୍ପିଆ ଇଣ୍ଡିଆ ବଡିବିଲ୍ଡିଂ ପ୍ରତିଯୋଗିତା ଆସନ୍ତା ନଭେମ୍ବର ୧୫ରୁ ୧୭ ପର୍ଯ୍ୟନ୍ତ ମୁମ୍ବାଇର ଏକ୍‌ଜିବିଶନ ସେଣ୍ଟରରେ ଅନୁଷ୍ଠିତ ହେବ। ବଡିବିଲ୍ଡିଂର...

Advertisement
Archives

Model This Week