Posted inଫୁରସତ

ଅଳିଆଗଦାରେ ଫିଙ୍ଗି ଦେଇଥିଲେ ଲଟେରି ଟିକେଟ୍‌, ପରେ ହେଲେ କୋଟିପତି

କୁହାଯାଏ, ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଇଥାଏ ତା’ର ଠିକଣା ନ ଥାଏ। ଫଳରେ କୋଟିପତି ଗରିବ ହୋଇଯାଉଥିବା ବେଳେ ଗରିବଟିଏ ରାତାରାତି କୋଟିପତି ହୋଇଯାଏ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି କୋଲକାତାରେ। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାକାର ଜଣେ ପରିବା ଦୋକାନୀ ଲଟେରି ଟିକେଟ୍‌କୁ ରାଗି କି ଅଳିଆଗଦାରେ ଫିଙ୍ଗି ଦେଇଥିଲେ। ମାତ୍ର ଏହି ଟିକେଟ ତାଙ୍କୁ କୋଟିପଟି କରିଦେଇଛି।

କୋଲକାତାର ଦମ୍‌ଦମ୍‌ ଅଞ୍ଚଳରେ ରହୁଥିବା ସାଦିକ୍‌ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଦିନେ ସ୍ତ୍ରୀଙ୍କ ସହ ସାଦିକ୍‌ ନାଗାଲାଣ୍ଡ ଲଟେରିର ୫ଟି ଟିକେଟ୍‌ କିଣିଥିଲେ। ୨ ଜାନୁୟାରୀରେ ଏହି ଲଟେରି ଉଠାଣ ହୋଇଥିଲା। କିଛି ଦୋକାନୀ ତାଙ୍କର ଲଟେରି ଉଠି ନ ଥିବା ସାଦିକ୍‌ଙ୍କୁ କହିଥିଲେ। ଏଥିରେ ରାଗି ଯାଇ ସମସ୍ତ ଟିକେଟ ନେଇ ସେ ଅଳିଆଗଦାରେ ଫିଙ୍ଗି ଦେଇଥିଲେ।


ଏକ ରିପୋର୍ଟ ଅନୁଯାୟୀ, ୩ ଜାନୁୟାରୀରେ ସାଦିକ୍‌ ଯେତେବେଳେ ଏହି ଦୋକାନୀଙ୍କ ନିକଟକୁ ଗଲେ ୧ କୋଟି ଟଙ୍କାର ପୁରସ୍କାର ଜିତିଥିବା ଦୋକାନୀ ଜଣକ ତାଙ୍କୁ କହିଥିଲେ। ଏହା ଶୁଣି ଖୁସିରେ ସାଦିକ୍‌ଙ୍କ ଗୋଡ଼ ତଳେ ଲାଗିଲାନି। ସେ ସଙ୍ଗେ ସଙ୍ଗେ ସ୍ତ୍ରୀ ଅସୀମାଙ୍କ ସହ ମିଶି ଅଳିଆଗଦାରୁ ଟିକେଟ୍‌ ଖୋଜିବାରେ ଲାଗିପଡ଼ିଲେ। ଦୀର୍ଘସମୟ ଖୋଜିବା ପରେ ୫ଟି ଯାକ ଟିକେଟ୍‌ ପାଇଥିଲେ। ପରେ ଦୋକାନୀଙ୍କୁ ଟିକେଟ୍‌ ଦେଖାଇ ପୁରସ୍କାର ରାଶି ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି...

ଏଠି ଭଗବାନଙ୍କୁ ଅର୍ପଣ କରାଯାଏ ଜୀବନ୍ତ କଙ୍କଡା

ଭଗବାନଙ୍କ ନିକଟରେ କିଏ କେତେ କ’ଣ କାମନାକରି ବିଭିନ୍ନ ପ୍ରକାର ଫୁଲ ଫଳ ଅବା ଭୋଗ ଅର୍ପଣ କରିଥାଆନ୍ତି। ହେଲେ ସୁରଟର ଏକ ମନ୍ଦିରରେ ଭଗବାନଙ୍କୁ...

ମେଣ୍ଢାଙ୍କୁ ଜଗୁଛି ରୋବୋ

ନୂଆଦିଲ୍ଲୀ: ଚାଷକାମରେ ଆଜିକାଲି ରୋବୋ ସବୁକିଛି କରିପାରୁଛି। ଏମିତିକି ରୋବୋ ବି ମେଣ୍ଢାପଲଙ୍କୁ ନେଇ ଚରାଇ ପୁଣି ଥରେ ଘରକୁ ଫେରାଇ ଆଣିପାରେ। ଏମିତି ଏକ...

ସାପକୁ ବୋତଲରେ ପିଆଉଥିଲେ ପାଣି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ବସୁଧା ଟାଙ୍କିକୁ ଚଢ଼ିଗଲା ଭାଲୁ , ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ଜଣେ ମହିଳାଙ୍କୁ ବିବାହ କରିବା ଯେଉଁଠି ଅପରାଧ…

ଦୁନିଆରେ ଏମିତି ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ଆଇନ ପ୍ରଚଳିତ। ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଆଇନ ଅନୁସାରେ ଅପରାଧ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ...

ଭଟ୍ଟିମୁଣ୍ଡାର ଘଣ୍ଟୁଆ ସେବକ

ହିନ୍ଦୁଧର୍ମର ବିଭିନ୍ନ ପୂଜା ରୀତିନୀତି ଉପଚାର ବେଳେ ଧୂପଦୀପ ଓ ନୈବେଦ୍ୟ ଭଳି ଘଣ୍ଟ ବାଦନ ଏକ ବିଧିବିଧାନ। ବିଶ୍ୱାସ ରହିଛି -ଘଣ୍ଟଧ୍ୱନି ଦୈତ୍ୟ ପ୍ରକୋପ...

ବାସ୍ତୁଶାସ୍ତ୍ର: କ୍ୟାରିୟର-ପାରିବାରିକ କଳହକୁ ନେଇ ଚିନ୍ତିତ;ଜାଣନ୍ତୁ କେଉଁ ଦିଗରେ ଲଗାଇବେ କେଉଁ ପରଦା

କ୍ୟାରିୟର ଓ ପାରିବାରିକ କଳହକୁ ନେଇ ଚିନ୍ତିତ ଥିଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପରଦା ଲଗାନ୍ତୁ। ଦେଖିବେ ସମସ୍ୟା ଅନେକାଂଶରେ କମିଯିବ। ଚାକିରିକୁ ନେଇ ଚିନ୍ତିତ...

Advertisement
Archives

Model This Week