Posted inଖେଳ

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ୨୪ରୁ

ଭୁବନେଶ୍ୱର, ୨୨ା୧ (ସ୍ପୋର୍ଟ୍ସ ବ୍ୟୁରୋ)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ କମ୍ପ୍ଲେକ୍ସଠାରେ ୭ମ ଅଲ୍‌ ଓଡ଼ିଶା ଓପନ ଟେନିସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ମୋଟ ୧,୬୦,୦୦୦ ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି। ମଙ୍ଗଳବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆୟୋଜକ ଏସିଇ ଟେନିସ କ୍ଲବ ତରଫରୁ ଏହି ସୂଚନା ଦିଆଯାଇଛି। ଏଥିରେ ପୁରୁଷ ଓପନ ସିଙ୍ଗଲ୍ସ, ପୁରୁଷ ଓପନ ଡବଲ୍ସ, ମହିଳା ସିଙ୍ଗଲ୍ସ, ପୁରୁଷ ଭେଟେରାନ (୪୦ବର୍ଷରୁ ଅଧିକ) ଡବଲ୍ସ, ପୁରୁଷ ଭେଟେରାନ (୫୦ବର୍ଷରୁ ଅଧିକ) ଡବଲ୍ସ, ପୁରୁଷ ଭେଟେରାନ (୬୦ ବର୍ଷରୁ ଅଧିକ) ଡବଲ୍ସ ପ୍ରତିଯୋଗିତା ହେବ। ଏହାଛଡ଼ା ୧୪ ବର୍ଷରୁ କମ୍‌ ବାଳିକା ଏବଂ ୧୪ ବର୍ଷରୁ କମ୍‌ ବାଳକ ପ୍ରତିଯୋଗିତା ହେବ, ଯାହାକୁ ଏଆଇଟିଏ କାଟେଗୋରିରେ ସାମିଲ କରାଯାଇଛି। ସମସ୍ତ ଭେଟେରାନ ମ୍ୟାଚଗୁଡ଼ିକ କ୍ଲେ କୋର୍ଟରେ ଖେଳାଯିବାକୁ ଥିବାବେଳେ ଅବଶିଷ୍ଟ ମ୍ୟାଚଗୁଡ଼ିକ ସିନ୍ଥେଟିକ୍‌ କିମ୍ବା କ୍ଲେ କୋର୍ଟରେ ଖେଳାଯିବ। ସର୍ବଭାରତୀୟ ଟେନିସ ଆସୋସିଏଶନ(ଏଆଇଟିଏ)ର ନିୟମ ଓ ଆଚରଣବିଧିକୁ ଏହି ଟୁର୍ନାମେଣ୍ଟରେ ଲାଗୁ କରାଯିବ। ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏଣ୍ଟ୍ରି ଫି’ ଦାଖଲ କରିବାକୁ ହେବ। ପୁରୁଷ ଓପନ ସିଙ୍ଗଲ୍ସ ପାଇଁ ଏଣ୍ଟ୍ରି ଫି ୪୦୦ ଟଙ୍କା ରଖାଯାଇଥିବାବେଳେ ୧୦,୦୦୦ ଟଙ୍କା ପୁରସ୍କାର ବ୍ୟବସ୍ଥା ରହିଛି। ପୁରୁଷ ଓପନ ଡବଲ୍ସ ପାଇଁ ଏଣ୍ଟ୍ରି ଫି ୫୦୦ ଟଙ୍କା ଏବଂ ପୁରସ୍କାର ୧୦,୦୦୦ ଟଙ୍କା ରଖାଯାଇଛି। ମହିଳା ସିଙ୍ଗଲ୍ସ ପାଇଁ ଏଣ୍ଟ୍ରି ଫି’ ୩୦୦ ଟଙ୍କା ରହିଥିବାବେଳେ ୧୦,୦୦୦ ଟଙ୍କା ପୁରସ୍କାର ବ୍ୟବସ୍ଥା ରହିଛି। ୧୪ବର୍ଷରୁ କମ୍‌ ବାଳିକା ଏବଂ ବାଳକ ଏଆଇଟିଏ କାଟେଗୋରି ପାଇଁ ଏଣ୍ଟ୍ରି ଫି’ ୪୦୦ରୁ ୪୫୦ଟଙ୍କା ରଖାଯାଇଛି। ଏହି କାଟେଗୋରିରେ ସେମିଫାଇନାଲିଷ୍ଟଙ୍କ ଲାଗି ୨୦୦୦ ଟଙ୍କା ଏବଂ ଚାମ୍ପିୟନ ଓ ରନର୍ସ ଅପ୍‌ଙ୍କ ଲାଗି ଯଥାକ୍ରମେ ୫୦୦୦ ଟଙ୍କା ଓ ୩୦୦୦ ଟଙ୍କା ରଖାଯାଇଛି। ଏତଦ୍‌ବ୍ୟତୀତ ସମସ୍ତ ଭେଟେରାନ କାଟେଗୋରି ଲାଗି ଏଣ୍ଟ୍ରି ଫି ୫୦୦ ଟଙ୍କା ରହିଥିବାବେଳେ ୧୦,୦୦୦ ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି। ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ଲବର ସଭାପତି ପ୍ରକାଶ ଚାନ୍ଦ ଭୁରା, ଅର୍ଗାନାଇଜିଂ ଚେୟାରମ୍ୟାନ ବିଶ୍ୱଜିତ୍‌ ମିଶ୍ର, ଯୁଗ୍ମ ସମ୍ପାଦକ ଗୌରବ ଦାସଙ୍କ ବ୍ୟତୀତ ରିତେଶ ରୟ, ଧୀରଜ ପଣ୍ଡା ଓ ଦୀପକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳକୁ ଏହି ଖେଳାଳି ଫେରିଲେ ଭିନ୍ନ କାହାଣୀ ରଚାଯିବ: ରଣବୀର ସିଂହ

ନୂଆଦିଲ୍ଲୀ,୧୮।୩: ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ ୨-୧...

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବାରେ କୌଣସି ସୁଯୋଗ ହାତଛଡା କରୁ ନ ଥିଲେ ବ୍ରିଜଭୂଷଣ: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହୋଇଥିବା ଯୌନ...

ପନ୍ତଙ୍କ ପରେ ଜାଡେଜାଙ୍କ ସେଞ୍ଚୁରୀ

ବର୍ମିଂହାମ,୨।୭:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନର ଖେଳ ଶନିବାର ଆରମ୍ଭ ହୋଇଛି। ଭାରତୀୟ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ଏବଂ...

ଭାରତ ଆଜି ପାକିସ୍ତାନକୁ ଭେଟିବ

ସାଲାଲା (ଓମାନ), ୨୭।୫ (ପି.ଟି.): ଏଠାରେ ଚାଲିଥିବା ଜୁନିୟର ଏସିଆ କପ୍‌ ପୁରୁଷ ହକିରେ ଭାରତ ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ଭାରତ ଏହା...

ମହିଳା ଫୁଟ୍‌ବଲ ଯୋଡ଼ିଲା ନୂଆ ଅଧ୍ୟାୟ

ଭୁବନେଶ୍ୱରରେ ଏବେ ମହିଳା ଫୁଟ୍‌ବଲ୍‌ର ରାଇଜିଂ ଷ୍ଟାର୍‌ଙ୍କ ସମାଗମ। ଅକ୍ଟୋବର ୧୧ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ।...

ବ୍ୟାଟିଂ କରିବ ଭାରତ

ହାଇଦ୍ରାବାଦ,୧୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। ଏଥିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି...

ଲାଇଭ୍‌ ମ୍ୟାଚ୍‌ରେ ଶୁବମାନଙ୍କୁ ବିବାହ ପାଇଁ ପ୍ରପୋଜ କଲେ, ଭିଡିଓ ଭାଇରାଲ

ଇଂଲଣ୍ଡ,୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି। ତେବେ ଏ ମଧ୍ୟରେ ସୋସିଆଲ ମିଡିଆରେ ଏକ...

ପାକିସ୍ତାନ କ୍ରିକେଟ୍‌ ଦଳକୁ ଟ୍ରୋଲ୍‌ କଲେ ଜିମ୍ବାଓ୍ବେ ରାଷ୍ଟ୍ରପତି

ପର୍ଥ,୨୮।୧୦: ଟି-୨୦ ବିଶ୍ୱକପ ୨୦୨୨ର ବହୁତ ରୋମାଞ୍ଚକର ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନ୍‌ରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି। ଏହି...

Advertisement
Archives

Model This Week