Posted inଖେଳ

ଅଲ୍‌ ଇଂଲଣ୍ଡ ଓପନ୍‌: ସିନ୍ଧୁଙ୍କ ବିଜୟ ଅଭିଯାନ

ବିର୍ମିଂହାମ, ୧୧।୩ (ପି.ଟି.)- ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍‌ ଭାରତୀୟ ଖେଳାଳି ପି.ଭି. ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୬ଷ୍ଠ ସ୍ଥାନରେ ରହିଥିବା ସିନ୍ଧୁ ୨୧-୧୪, ୨୧-୧୭ ସିଧାସଳଖ ଗେମ୍‌ରେ ଆମେରିକାର ବଓ୍ବେିନ ଝାଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ସିନ୍ଧୁଙ୍କୁ ୪୨ ମିନିଟ୍‌ ସମୟ ଲାଗିଥିଲା। ଉଭୟଙ୍କ ମଧ୍ୟରେ ଏହା ୧୦ମ ମୁକାବିଲା ରହିଥିବାବେଳେ ସେଥିରୁ ସିନ୍ଧୁ ୬-୪ରେ ଆଗୁଆ ରହିଛନ୍ତି। ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ କୋରିଆର ସୁଙ୍ଗ୍‌ ଜି ହ୍ୟୁନ୍‌ଙ୍କୁ ଭେଟିବେ। ତେବେ ମିକ୍ସଡ୍‌ ଡବଲ୍ସରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ପ୍ରଣବ ଜେରୀ ଚୋପ୍ରା ଓ ଏନ୍‌. ସିକ୍କି ରେଡ୍ଡୀ ଯୋଡ଼ି ୧୩-୨୧, ୨୧-୧୧, ୧୭-୨୧ ଗେମ୍ସରେ ଟପ୍‌ ସିଡ୍‌ ଚାଇନାର ସି ଓ୍ବି ଝେଙ୍ଗ୍‌ ଓ ୟା କ୍ୱିଅଙ୍ଗ୍‌ଙ୍କ ନିକଟରୁ ହାରି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରୋପ ପ୍ରତ୍ୟାରୋପ

ବ୍ରିଜ୍‌ଭୂଷଣ ନିଜ କ୍ଷମତାର ଦୁରୁପଯୋଗ କରି ମହିଳା ଖେଳାଳିମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏପରିକି ତାଙ୍କ ଜାଣତରେ ଅନ୍ୟ କିଛି କୋଚ୍‌ ଖେଳାଳିଙ୍କ ସହିତ ଏଭଳି...

ଶାହାରୁଖଙ୍କଠାରୁ ସୁସ୍ମିତାଙ୍କ ପର୍ଯ୍ୟନ୍ତ ଆର୍ଜେଣ୍ଟିନାର ବିଜୟକୁ ନେଇ ପାଳିଲେ ଉତ୍ସବ

ମୁମ୍ବାଇ: କତରର ଲୁସୈଲ ଷ୍ଟାଡିୟମରେ ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳା ଯାଇଥିବା ଫିଫା ବିଶ୍ୱକପ ଫାଇନାଲରେ ଲିଓନେଲ ମେଶିଙ୍କ ଟିମ ବାଜି ମାରିଛି...

ଅଲିମ୍ପିକ୍‌ ମେଡାଲିଷ୍ଟ ହେବାକୁ ଚାହେଁ: ନିକ୍କି

ବେଙ୍ଗାଲୁରୁ, ୧୩।୫- ଝାଡ଼ଖଣ୍ଡର ଏକ ଛୋଟ ଗାଁ ହେସାଲରେ ଜନ୍ମଗ୍ରହଣ କରିଥିଲେ ହେଁ ନିଷ୍ଠା ଓ ପରିଶ୍ରମ ବଳରେ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା...

ରଣଜୀ ଟ୍ରଫି: ଛତିଶଗଡ଼ ୧୩୪ରେ ଅଲଆଉଟ : ରାଜେଶଙ୍କୁ ୬ ଉଇକେଟ ସଫଳତା

କଟକ ଅଫିସ,୧୦ା୧୨- ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଠାରୁ ଓଡ଼ିଶା-ଛତିଶଗଡ଼ ପ୍ରଥମ ରଣଜୀଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛ।...

ଶେଷରେ ଓହରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୨୮।୧୦ : ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) କ୍ଲବ ଏଟିକେ ମୋହନ ବାଗାନର...

କୋହଲି କହିଲେ, ଦୌଡରେ ମୁଁ ଏହି ଖେଳାଳିଙ୍କଠାରୁ ପଛରେ

ନୂଆଦିଲ୍ଲୀ, ୨୫।୧୧: ବିରାଟ କୋହଲିଙ୍କୁ ଭାରତୀୟ ଦଳରେ ଫିଟ୍‌ନେସ୍‌ ଗୁରୁ ଆଖ୍ୟା ଦିଆଯାଇଛି। ବିରାଟ ମଧ୍ୟ ନିଜ ଫିଟନେସ୍‌କୁ ବେଶ୍‌ ସଚେତନ। ନିଜକୁ ଫିଟ୍‌ ରଖିବା...

ଜାତୀୟସ୍ତରରେ ବଣ୍ଟିଙ୍କ କୃତିତ୍ୱ

ଜଗତ୍‌ସିଂହପୁର ଅଫିସ୍‌,୭।୨: ନିଷ୍ଠା, ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଆଗରେ ଦାରିଦ୍ର୍ୟତା ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସ୍ଥାନୀୟ ଶିଶୁ ଆଶ୍ରମରେ। ଆଶ୍ରମର...

ସାହାଯ୍ୟ ପାଇଁ ହାତ ବଢ଼ାଇଲେ ପଞ୍ଜାବ ଖେଳାଳି

ଅହମ୍ମଦାବାଦ,୩୦।୪ : ଦେଶରେ କୋଭିଡ୍‌-୧୯ ଯୋଗୁ ଅତି ଭୟଙ୍କର ସ୍ଥିତି ସୃଷ୍ଟି ହୋଇ ଥିବାବେଳେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି ଗୋଟିଏ ପରେ ଗୋଟିଏ ବିଦେଶୀ...

Advertisement
Archives

Model This Week