Posted inଖେଳ

ଅଲିମ୍ପିକ ଚାମ୍ପିୟନ ଜ୍ୟାକ୍ସଙ୍କ ପରଲୋକ

ପ୍ୟାରିସ, ୫।୧୧ (ଏଏଫ୍‌ପି)- ଫ୍ରେଞ୍ଚ୍‌ ସାଇକ୍ଲିଷ୍ଟ ତଥା ୧୯୪୮ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଜ୍ୟାକ୍ସ ଡୁପୋଣ୍ଟଙ୍କ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ସେ ଫ୍ରାନ୍ସର ସାଉଥ୍‌-ଓ୍ବେଷ୍ଟ ଲେଜାଟ୍‌ ସୁର୍‌ ଲେଜେରେ ଜନ୍ମ ଗ୍ରହଣ କରିଥିଲେ। ଲଣ୍ଡନରେ ଅନୁଷ୍ଠିତ ୧୯୪୮ ଅଲିମ୍ପିକ୍‌ କ୍ରୀଡ଼ାରେ ଅଗଷ୍ଟ ୧୧ରେ ସେ ସାଇକ୍ଲିଂରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେତେବେଳେ ଜ୍ୟାକ୍ସଙ୍କୁ ୨୦ ବର୍ଷ ହୋଇଥିବାବେଳେ ସେ ୧୦୦୦ ମିଟର ଟାଇମ୍‌ ଟ୍ରାଏଲ୍‌ରେ ବେଲଜିୟମର ପିଏରେ ନିହାନ୍ତଙ୍କୁ ଗୋଟିଏ ସେକେଣ୍ଡ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ବ୍ରିଟନ୍‌ ଟୋମି ଗଡ୍‌ଓ୍ବିନଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା। ଏହି ରେସ୍‌ ଫିଲ୍ଡରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏହାର ୨ ଦିନ ପରେ ରୋଡ୍‌ରେ ହୋଇଥିବା ୨୦୦୦ ମିଟର ବ୍ୟକ୍ତିଗତ ଓ ଟିମ୍‌ ଇଭେଣ୍ଟ ରେସ୍‌ରେ ଜ୍ୟାକ୍ସଙ୍କୁ ମିଶ୍ରିତ ସଫଳତା ମିଳିଥିଲା। ବ୍ୟକ୍ତିଗତ ଇଭେଣ୍ଟରେ ସେ ୧୭ତମ ସ୍ଥାନରେ ରହିଥିଲେ। କିନ୍ତୁ ଟିମ୍‌ ଇଭେଣ୍ଟରେ ସେ ଫ୍ରାନ୍ସକୁ ବ୍ରୋଞ୍ଜ ପଦକ ଜିତାଇବାରେ ସହାୟକ ହୋଇଥିଲେ। ଜ୍ୟାକ୍ସଙ୍କ ସମେତ ଜୋସ ବେୟର୍ଟ ଓ ଆଲାଇନ ମୋଇନେଉଙ୍କୁ ନେଇ ଫ୍ରାନ୍ସ ଟିମ୍‌ ଗଠିତ ହୋଇଥିଲା। ଡୁପୋଣ୍ଟ ୧୯୫୪ରେ ଫ୍ରାନ୍ସ ଚାମ୍ପିୟନଶିପ୍‌ ଏବଂ ୧୯୫୧ ଓ ୧୯୫୫ରେ ସମ୍ମାନଜନକ ପ୍ୟାରିସ-ଟୁର୍‌ ଟାଇଟଲ୍‌ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗଛ ଲଗାଉଛନ୍ତି ମଣିପୁର ଫୁଟବଲର

ନୂଆଦିଲ୍ଲୀ,୨୩।୭(ପି.ଟି.): କୋଭିଡ୍‌ ମହାମାରୀ କାରଣରୁ ଗତ ୪ ମାସ ହେବ ଖେଳରୁ ଦୂରେଇ ରହିଥିବା ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରର ପୂର୍ବତନ ଓ ଏବେକାର ଫୁଟବଲରମାନେ ଏକ...

ହ୍ୟାଟ୍ରିକ୍‌ ଆଇପିଏଲ ଜିତିଥିବା ଏକମାତ୍ର ଖେଳାଳି

ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଟି୨୦ ଲିଗ୍‌ ଆଇପିଏଲରେ ହ୍ୟାଟ୍ରିକ ଟାଇଟଲ ହାତେଇଥିବା ଜଣେ ଖେଳାଳି ରହିଛନ୍ତି। ସେ ହେଉଛନ୍ତି ଲେଗ୍‌ ସ୍ପିନର କର୍ନ ଶର୍ମା।...

ଚା’ ବିକୁଛନ୍ତି ଏହି କ୍ରିକେଟ୍‌ର

ସୌରଭ ଗାଙ୍ଗୁଲିଙ୍କ ପରି ଖେଳାଳିଙ୍କ ସାମ୍ନାରେ ତାଙ୍କ ବୋଲିଂର ଶକ୍ତି ଦେଖାଇବା ପରେ ଯେକୌଣସି ବୋଲର ଆଗକୁ ଯିବାକୁ ସ୍ବପ୍ନ ଦେଖନ୍ତି। କିନ୍ତୁ ଏମିତି ଜଣେ...

ପ୍ରଜ୍ଞାନନ୍ଦ, ନନ୍ଦିଧାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୪ା୧୧ (ପି.ଟି.):ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ରେ ଟପ୍‌ ସିଡ୍‌ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ଓ ପି.ଭି. ନନ୍ଦିଧା ଯଥାକ୍ରମେ ଓପନ୍‌ ଓ ମହିଳା...

ଏହି କ୍ରିକେଟର୍‌ଙ୍କ କାର୍‌ ଓଲଟିଲା

ଜୟପୁର,୩୧।୧୨:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ କାର୍‌ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ କୋଟା...

ସାଇନା ନେହଓ୍ବାଲ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ,୧୨।୧: ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହଓ୍ବାଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ରିପୋର୍ଟ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଥାଇଲାଣ୍ଡରେ କ୍ୱାରାଣ୍ଟାଇନ୍‌ରେ...

ଏକମାତ୍ର ଭାରତୀୟ ଭାବେ ଆଜାରୁଦ୍ଦିନଙ୍କ ନାଁରେ ରହିଛି ଏହି ନିଆରା ରେକର୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ୫୮ତମ ଜନ୍ମଦିବସ ପାଳନ କରୁଛନ୍ତି। ଭାରତ ପକ୍ଷରୁ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ୱ...

ଘରେ ତ୍ରିରଙ୍ଗା ଉଡାଇଲେ ଇରଫାନ୍‌, କହିଲେ ଅଭିଯାନରେ ସାମିଲ ହୁଅ

ନୂଆଦିଲ୍ଲୀ,୧୨।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ଭାରତ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ‘ହର୍‌ ଘର୍‌ ତ୍ରିରଙ୍ଗା’...

Advertisement
Archives

Model This Week