Posted inଖେଳ

ଅଲିମ୍ପିକ କ୍ୱାଲିଫିକେଶନ ର଼୍ୟାଙ୍କିଙ୍ଗ୍‌: ୮ମ ସ୍ଥାନରେ ମୀରାବାଈ ଚାନୁ

ନୂଆଦିଲ୍ଲୀ, ୨।୧ (ପି.ଟି.)- ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲୁୃଏଫ୍‌) ପକ୍ଷରୁ ସଦ୍ୟ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ ଷ୍ଟାର୍‌ ଭାରତୀୟ ଭାରୋତ୍ତୋଳିକା ମୀରାବାଈ ଚାନୁ ୮ମ ସ୍ଥାନରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିବା ମୀରାବାଈ ୪୯ କିଗ୍ରା ବର୍ଗରେ ମୋଟ୍‌ ୨୯୬୬.୬୪୦୬ ପଏଣ୍ଟ ସ୍କୋର ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ, ଜଣେ ଭାରୋତ୍ତୋଳକ ଅତିକମ୍‌ରେ ନଭେମ୍ବର ୨୦୧୮ରୁ ଏପ୍ରିଲ ୨୦୨୦ ମଧ୍ୟରେ ହେବାକୁ ଥିବା ଗୋଟିଏ ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ହେବ। ଯେଉଁଥିରେ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକସ୍ତରୀୟ ପ୍ରତିଯୋଗିତା ରହିଥିବ। ‘ଜଣେ ଭାରୋତ୍ତୋଳକ କେତୋଟି ଇଭେଣ୍ଟରେ ଅଂଶଗ୍ରହଣ କରୁଛି ତାହାକୁ ନେଇ ର଼୍ୟାଙ୍କିଙ୍ଗ୍‌ ହୋଇଥାଏ। ପିଠି ଯନ୍ତ୍ରଣା ଲାଗି ମୀରାବାଈ ୨୦୧୮ ବିଶ୍ୱ ଚାମ୍ପିୟନଶିପ୍‌ ସମେତ କେତେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନ ଥିଲେ’ ବୋଲି ଜାତୀୟ କୋଚ୍‌ ବିଜୟ ଶର୍ମା କହିଛନ୍ତି। ଏବେ ସୁସ୍ଥ ହେବାପରେ ଏହି ମଣିପୁର ଷ୍ଟାର୍‌ ଭୋରୋତ୍ତୋଳିକା ୨୦୧୯ରେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରିଆସିଛନ୍ତି। ଗତବର୍ଷ ଏସିଆନ ଚାମ୍ପିୟନଶିପ୍‌ରେ ସେ ମୋଟ୍‌ ୧୯୯ (କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୩ ଓ ସ୍ନାଚରେ ୮୬) କିଗ୍ରା ଭାଗ ଉଠାଇ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚତ୍ତ ହୋଇଥିଲେ। ଏହାପରେ ସେପ୍ଟେମ୍ବରରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ମୀରବାଈ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ମୋଟ୍‌ ଉପରେ ୨୦୦ କିଗ୍ରା ମାର୍କ ଅତିକ୍ରମ କରିଯାଇଥିଲେ। କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୪ ଏବଂ ସ୍ନାଚରେ ୮୭ କିଗ୍ରା ସହ ସେ ୨୦୧ କିଗ୍ରା ଭାରୋତ୍ତୋଳନ କରିଥିଲେ। ବର୍ଷ ଶେଷ ଆଡ଼କୁ ଅନୁଷ୍ଠିତ ହୋଇଥିବା କାତାର ଇଣ୍ଟରନ୍ୟାଶନାଲ କପ୍‌ ଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହେବା ପରେ କାହାକୁ ଗାଳି ଦେଲେ ବୈଭବ ସୂର୍ଯ୍ୟବଂଶୀ? ଚମକାଉଛି Video

ନୂଆଦିଲ୍ଲୀ,୨୮।୫: ଆଇପିଏଲ୍‌ ୨୦୨୬ର ଏଲିମିନେଟର୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ଏହି ମ୍ୟାଚ୍‌ରେ ରାଜସ୍ଥାନର ବିଜୟର ହିରୋ ସାଜିଛନ୍ତି ୧୫…

ବୈଭବ ସୂର୍ଯ୍ୟବଂଶୀ ନଂ-୧, ଟପ୍‌-୫ ଦୌଡ଼ରୁ ବାହାରିଲେ କୋହଲି, ଓରେଞ୍ଜ କ୍ୟାପ କବ୍‌ଜା କରିନେଲେ…

ନୂଆଦିଲ୍ଲୀ, ୨୮।୫: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଶେଷ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପହଞ୍ଚିଛି, ଏବଂ ଦ୍ୱିତୀୟ ଫାଇନାଲିଷ୍ଟ…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

IPL ଇତିହାସରେ ପ୍ରଥମଥର ପାଇଁ ଘଟିଲା ଏମିତି: ସବୁ ଦଳର ଖେଳାଳି…

ନୂଆଦିଲ୍ଲୀ,୨୭।୫: IPL 2026 ଲିଗ ମାର୍ଚ୍ଚ ୨୮ରେ ଆରମ୍ଭ ହୋଇଥିଲା। ଏହି ଟୁର୍ନାମେଣ୍ଟ ଏବେ ଏହାର ଦ୍ୱିତୀୟ ମାସ ସମାପ୍ତ ହେବାକୁ ଯାଉଛି। ଏହି ସିଜିନ ଏକ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ଇନଷ୍ଟାଗ୍ରାମରୁ ୨୦୦ ପୋଷ୍ଟ ଡିଲିଟ୍ କଲେ ଅର୍ଶଦୀପ; DP ମଧ୍ୟ ବଦଳାଇଲେ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୨୬।୫: IPL ୨୦୨୬ରେ ପଞ୍ଜାବ କିଙ୍ଗସର ଅଭିଯାନ ସମାପ୍ତ ହେବା ସହିତ, ଅର୍ଶଦୀପ ସିଂଙ୍କ ପାଇଁ ମଧ୍ୟ ସିଜିନ୍ ଶେଷ ହୋଇଗଲା। ପଞ୍ଜାବ କିଙ୍ଗସ ଦଳର ସଦସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri