Posted inଖେଳ

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ବକ୍ସିଂ: ପଦକ ନିଶ୍ଚିତ କଲେ ଶିବ ଥାପ୍ପା

ଟୋକିଓ, ୨୯।୧୦ (ପି.ଟି.)- ଚାରିଥର ଏସୀୟ ପଦକ ବିଜେତା ଭାରତୀୟ ଷ୍ଟାର୍‌ ବକ୍ସର ଶିବ ଥାପ୍ପା (୬୩ କିଗ୍ରା) ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ବକ୍ସିଂର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ଶିବ ପଦକ ମଧ୍ୟ ନିଶ୍ଚିତ କରିଛନ୍ତି। ସେହିଭଳି ଅନ୍ୟ ୬ ଭାରତୀୟ ବକ୍ସର ମଧ୍ୟ କୌଣସି ଲଢ଼େଇ ନ କରି ଅନ୍ତିମ-୪ରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ୩ୟ ଥର ପାଇଁ ଜାତୀୟ ଟାଇଟଲ୍‌ ହାସଲ କରିଥିବା ଥାପ୍ପା କ୍ୱାର୍ଟର ଫାଇନାଲରେ ୫-୦ରେ ଘରୋଇ ଖେଳାଳି ୟୁକି ହିରାକାଓ୍ବାଙ୍କୁ ହରାଇଛନ୍ତି। ବୁଧବାର ଖେଳାଯିବାକୁ ଥିବା ସେମିଫାଇନାଲରେ ଥାପ୍ପାଙ୍କ ମୁକାବିଲା ଅନ୍ୟତମ ଜାପାନ ଖେଳାଳି ଡାଇସୁକେ ନାରିମାତ୍‌ସୁଙ୍କ ସହ ହେବ। ସେମିଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ୬ ଭାରତୀୟ ବକ୍ସର ହେଲେ ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ ନିଖାତ୍‌ ଜରୀନ୍‌ (୫୧ କିଗ୍ରା), ଏସୀୟ ପଦକ ବିଜେତା ସୁମିତ୍‌ ସାଙ୍ଗଓ୍ବାନ (୯୧ କିଗ୍ରା), ଆଶିଷ (୬୯ କିଗ୍ରା), ଭାନ୍‌ଲିମ୍ପୁନିଆ (୭୫ କିଗ୍ରା), ସିମରନଜିତ୍‌ କୌର (୬୦ କିଗ୍ରା) ଓ ପୂଜା ରାଣୀ (୭୫ କିଗ୍ରା)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭ ବର୍ଷ ପରେ ଶ୍ରୀସନ୍ଥଙ୍କୁ ପ୍ରତ୍ୟାବର୍ତ୍ତନ ସୁଯୋଗ

ଥିରୁଭାନନ୍ତପୁରମ,୧୮।୬: ଭାରତୀୟ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥ ପୁଣି ଥରେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ସେପ୍ଟେମ୍ବରରେ ତାଙ୍କର ୭ ବର୍ଷୀୟା...

ଆର୍ଚର, ରଏଙ୍କ ମ୍ୟାଚ୍ ଫି କଟିଲା

ନଟ୍ଟିଂହାମ, ୪୬(ପି.ଟି.)- ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥତ୍ବା କାରଣରୁ ଦୁଇ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଅାର୍ଚର ଓ ଜୋ ରୁଟ୍ଙ୍କୁ ଅାଥର୍ତ୍କ ଦଣ୍ଡରେ ଦଣ୍ଡିତ...

୨୦୦ ଟଙ୍କା ପାଇଁ କ୍ରିକେଟ ଖେଳୁଥିଲେ, ଏବେ ମିଳିଲା ଭାରତୀୟ ଦଳରେ ସ୍ଥାନ

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳରେ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ...

ଚେସ୍‌ ଏକାଡେମୀ ପ୍ରତିଷ୍ଠା କରିବେ ଆନନ୍ଦ

ଚେନ୍ନାଇ, ୧୧ା୧୨ (ପି.ଟି.)- ଭାରତର କିମ୍ବଦନ୍ତୀ ଚେସ୍‌ ଖେଳାଳି ବିଶ୍ୱନାଥନ ଆନନ୍ଦ ଏକ ଏକାଡେମୀ ପ୍ରତିଷ୍ଠା କରିବେ। ଏଥିଲାଗି ସେ ଓ୍ବେଷ୍ଟବ୍ରିଜ୍‌ କ୍ୟାପିଟାଲ୍ସ ସହ ହାତ...

ଅଗଷ୍ଟରେ ଜିମ୍ବାଓ୍ବେ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଅଗଷ୍ଟରେ ଭାରତୀୟ କ୍ରିକେଟ ଦଳ ଜିମ୍ବାଓ୍ବେ ଗସ୍ତରେ ଯିବ। ଏଥିଲାଗି ବିଧିବଦ୍ଧ ଭାବେ ଦିନ ଧାର୍ଯ୍ୟ କରାଯାଇ ନ ଥିଲେ ହେଁ...

ଭାରତ ସିରିଜ ପରେ ସନ୍ନ୍ୟାସ ନେବେ ଗେଲ୍‌

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ତାଙ୍କ ମତ ବଦଳାଇଛନ୍ତି। ଘରୋଇ ମାଟିରେ ଭାରତ...

ଏନ୍‌ସିଏ ଦାୟିତ୍ୱ ନେଇ ନାହାନ୍ତି ଡ୍ରାଭିଡ

ନୂଆଦିଲ୍ଲୀ, ୨ା୭ (ଏଏଫ୍‌ପି)-ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଜନିତ ସମସ୍ୟା ଯୋଗୁ ରାହୁଲ ଡ୍ରାଭିଡ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର କ୍ରିକେଟମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିପାରୁ...

ଛାଡ଼ପତ୍ର ନେଲେ ଧାଓ୍ବନ

ନୂଆଦିଲ୍ଲୀ, ୮।୯: ଭାରତୀୟ ଓପନର ଶୀଖର ଧାଓ୍ବନ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ୮ ବର୍ଷର ବିବାହ ସମ୍ପର୍କ ଶେଷ ହୋଇଥିବା ସୂଚନା...

Advertisement
Archives

Model This Week