Posted inଖେଳ

ଅଲିମ୍ପିକ୍‌ ଚାମ୍ପିୟନ ଚାଇନିଜ ଭଲିବଲ ଖେଳାଳି ବାସନ୍ଦ

ଶାଙ୍ଘାଇ,୧୪।୮(ଏଏଫ୍‌ପି): ଚାଇନିଜ ଅଲିମ୍ପିକ୍‌ ଚାମ୍ପିୟନ ଭଲିବଲ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଡୋପ ଟେଷ୍ଟରେ ବିଫଳ ହେବା କାରଣରୁ ୪ ବର୍ଷ ଲାଗି ବାସନ୍ଦ ହୋଇଛନ୍ତି। ଫଳରେ ୟାଙ୍ଗ ଫାଙ୍ଗଜୁ ଆଉ ଚାଇନିଜ ମହିଳା ଦଳକୁ ଅଲିମ୍ପିକ୍ସ ଟାଇଟଲ ଟୋକିଓରେ ବଜାୟ ରଖିବାରେ ସହାୟତା କରିପାରିବେ ନାହିଁ। ୪ ବର୍ଷ ବାସନ୍ଦାଦେଶ ଯୋଗୁ ତାଙ୍କ କ୍ୟାରିୟରର ପ୍ରାୟ ଶେଷ ହୋଇସାରିଛି। ଗତବର୍ଷ ପ୍ରତିଯୋଗିତା ପରେ ତାଙ୍କର ଡୋପ ନମୁନା ନିଆଯାଇଥିଲା। ତାଙ୍କ ନମୁନାରେ ନିଷିଦ୍ଧ ଔଷଧ ଇପିଓ ମିଳିଥିଲା ବୋଲି ଚାଇନିଜ ନାଡା ପକ୍ଷରୁ କୁହାଯାଇଛି। ୟାଙ୍ଗ ସର୍ବିଆ ବିପକ୍ଷ ରିଓ ଅଲିମ୍ପିକ୍ସ ଫାଇନାଲରେ ୩ ପଏଣ୍ଟ ସ୍କୋର କରିଥିଲେ। ସେ ୨୦୨୨ ପର୍ଯ୍ୟନ୍ତ କୌଣସି ସ୍ତରରେ ଭଲିବଲ ଖେଳିପାରିବେ ନାହିଁ। ଆଇସି ହକି ଖେଳାଳି ଲି ଜିଆଜିନ ଓ ଆଥ୍‌ଲେଟ୍‌ ସୁ ଗୁଆନଝୋଙ୍ଗଙ୍କୁ ମଧ୍ୟ ବାସନ୍ଦ କରାଯାଇଥିତ୍ବା ଚିନାଡା ପକ୍ଷରୁ ଆହୁରି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ- ଆର୍ଜେଣ୍ଟିନା ଫାଇନାଲ

ରିଓ ଡି ଜେନିରୋ,୧୦।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଦୁଇ ହେଭିଓ୍ବେଟ ଦଳ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଟାଇଟଲ ଲଢେଇରେ ଅବତୀର୍ଣ୍ଣ...

ବିବାହ ପରେ ସୁଧୁରିଛି ଜୀବନଶୈଳୀ: କୋହଲି

ଲଣ୍ଡନ, ୨୮।୫: ଟିମ୍‌ ଇଣ୍ଡିଆର ‘ମିଶନ୍‌ ବିଶ୍ୱକପ୍‌’ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା...

୩୫ ବର୍ଷରେ ଧାଓ୍ବନ

ନୂଆଦିଲୀ,୬।୧୨: ଭାରତୀୟ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଶନିବାର ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ଯୁବରାଜ...

ଟୋକିଓ ଅଲିମ୍ପିକ୍ସ ଦ୍ୱାରା ବ୍ୟାପିପାରେ କରୋନା ଭାରିଆଣ୍ଟ୍ସ

ଟୋକିଓ, ୨୮ା୫(ଏପି)-ଟୋକିଓ ଅଲିମ୍ପିକ୍ସର ଆୟୋଜନ ଦ୍ୱାରା କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍ସ ବ୍ୟାପିବା ଆଶଙ୍କା ରହିଛି। ଜାପାନ ଡାକ୍ତର ସଂଘର ପ୍ରତିନିଧିତ୍ୱ କରୁଥିବା ଜଣେ ସ୍ବାସ୍ଥ୍ୟ...

ଓ୍ବିଲିୟମସନଙ୍କ ଶତକ: ଶୀର୍ଷକୁ ଫେରିଲା ନ୍ୟୁଜିଲାଣ୍ଡ

ବର୍ମିଂହାମ,୨୦।୬(ପି.ଟି.)- ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଅପରାଜିତ ଶତକ (୧୦୬ ରନ, ୧୩୮ ବଲ, ୯ ଚୌକା, ୧ ଛକା) ସହାୟତାରେ ବୁଧବାର ଅନୁଷ୍ଠିତ ବିଶ୍ୱକପ୍‌ର ୨୫ତମ...

ହ୍ୟାଟ୍ରିକ୍‌ ପରେ ପୁରୁଣା ଷ୍ଟାଇଲ୍‌ରେ ପୋଜ୍‌: ୨୦୨୨ରେ ୨୦୧୯ କଥାକୁ ମନେପକାଇଲେ…

ମୁମ୍ବାଇ,୧୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ହ୍ୟାଟ୍ରିକ୍‌ ନେଇ ଚର୍ଚ୍ଚାରେ ରାଜସ୍ଥାନ ରୟାଲ୍ସ ବୋଲର ୟୁଜବେନ୍ଦ୍ର ଚହଲ। ବ୍ରାବୋନ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଚଳିତ...

କ୍ରିକେଟ ଜୀବନର ଶ୍ରେଷ୍ଠ ଦିନ ବାଛିଲେ ସଚିନ

ନୂଆଦିଲ୍ଲୀ,୧୬।୫ : କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ରବିବାର ୨୦୧୧ ବିଶ୍ୱକପ୍‌ ବିଜୟୀକୁ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ଦିନ ଭାବେ ଅଭିହିତ କରିଛନ୍ତି। କାରଣ...

ଜାଡେଜାଙ୍କ ପାଇଁ ଖୁସି ଖବର

ଦୁବାଇ,୨୩।୬: ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ବୁଧବାର ମିଳିଛି ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା। ପୂର୍ବରୁ ଏହି ତାଲିକାରେ ଶୀର୍ଷରେ ଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ...

Advertisement
Archives

Model This Week