Posted inଖେଳ

‘ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଗୋଲ ସ୍ବପ୍ନିଳ ଅନୁଭବ’

ନୂଆଦିଲ୍ଲୀ, ୧୨।୧୧(ପି.ଟି.)-୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଆମେରିକା ବିପକ୍ଷ କ୍ୱାଲିଫାୟର୍ସରେ ଭାରତୀୟ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ୨ ମ୍ୟାଚ ବିଶିଷ୍ଟ କ୍ୱାଲିଫାୟର୍ସରେ ଭାରତ ରାଣୀଙ୍କ ଗୋଲ ବଳରେ ଆମେରିକାକୁ ୬-୫ରେ ପଛରେ ପକାଇ ଦେବାରେ ସକ୍ଷମ ହୋଇଥିଲା। ଏହି ନିର୍ଣ୍ଣାୟକ ଗୋଲ ‘ସ୍ବପ୍ନିଳ ଅନୁଭବ’ ବୋଲି ରାଣୀ ପ୍ରକାଶ କରିଛନ୍ତି। ” ମୁଁ ଏକାଗ୍ରତାର ସହିତ ମନକୁ ଶାନ୍ତ ରଖି ଗୋଲ ଫିନିଶ୍‌ କରିଥିଲି। ସାଥୀ ଖେଳାଳିମାନେ ମୋତେ ଯେପରି ଅଭିନନ୍ଦନ ଜଣାଇ ଖୁସି ମନାଇଲେ ତାହା ସ୍ବପ୍ନପରି ଲାଗୁଛି“ ବୋଲି ରାଣୀ କହିଛନ୍ତି। ମ୍ୟାଚ ଶେଷ ହେବାକୁ ୧୫ ମିନିଟ ଥିବାବେଳେ ମନରେ ଭିନ୍ନ ଚିନ୍ତା ଆସିଥିଲା। ଦୀର୍ଘ ୩ ବର୍ଷ ଧରି ଆମେ କରି ଆସିଥିବା କଠିନ ପରିଶ୍ରମ ବେକାର ଯିବବୋଲି ଭାବିଥିଲି। ମାତ୍ର ପ୍ରତିପକ୍ଷ ସର୍କଲ ଭିତରେ ମୁଁ ଯେତେବେଳେ ବଲ୍‌ ପାଇଲି ଆଗରେ କିଛି ଗ୍ୟାପ୍‌ ଥିବା ଜାଣିଲି ଏବଂ ସମ୍ପୂର୍ଣ୍ଣ ଭାବେ ଗେମ୍‌ ଉପରେ ଫୋକସ କରି ଲକ୍ଷ୍ୟ ହାସଲରେ ସଫଳ ହେଲି ବୋଲି ରାଣୀ କହିଛନ୍ତି। ଆମେ ଯୋଗ୍ୟତା ହାସଲ କରିଥିବାରୁ ଏବେ ଟୋକିଓ ଅଲିମ୍ପିକ୍ସରେ ପୋଡିୟମ ଫିନିଶ୍‌ ଆମର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଆମେରିକା ବିପକ୍ଷ କ୍ୱାଲିଫାୟର୍ସର ଦ୍ୱିତୀୟ ମ୍ୟାଚରେ ଭାରତ ୧-୪ ଗୋଲରେ ପରାଜିତ ହୋଇଥିଲେ ହେଁ ପ୍ରଥମ ମ୍ୟାଚରେ ୫-୧ ଗୋଲରେ ବିଜୟୀ ହୋଇଥିବାରୁ ଅଲିମ୍ପିକ୍ସ ଯୋଗ୍ୟତା ପାଇଥିଲା।
ସଂଯୋଗ ବଶତଃ ଦୀର୍ଘ ୩୬ ବର୍ଷ ବ୍ୟବଧାନରେ ୨୦୧୫ରେ ଭାରତୀୟ ମହିଳା ଦଳ ଯେତେବେଳେ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲା ସେତେବେଳେ ମଧ୍ୟ ଜାପାନ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ ରାଣୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ରିଓରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ”ରିଓରେ ଆମେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନ ଥିଲୁ ସତ, ମାତ୍ର ଅଲିମ୍ପିକ୍ସରେ ଖେଳିବାର ଅଭିଜ୍ଞତା ହାସଲ କରିଥିଲୁ। ରିଓରେ ଖେଳିଥିବା ୧୦ ଖେଳାଳି ବର୍ତ୍ତମାନ ମଧ୍ୟ ଦଳରେ ରହିଛନ୍ତି। ପୂର୍ବ ଅଲିମ୍ପିକ୍ସ ପରେ ଆମ ଦଳୀୟ ପ୍ରଦର୍ଶନରେ ଅନେକ ଉନ୍ନତି ହୋଇଛି। ତେଣୁ ଟୋକିଓରେ ପୋଡିୟମ ଫିନିଶ୍‌ ନେଇ ମୁଁ ଦୃଢ଼ ଆଶାବାଦୀ“ ବୋଲି ରାଣୀ କହିଛନ୍ତି। ବର୍ଷ ପ୍ରାରମ୍ଭରେ ଆମେ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟରେ ଭାଗନେଇ ବିଜୟ ହାସଲ କରିଥିଲୁ। ସେଠାକାର ପରିବେଶରେ ଖେଳିବାର ଅଭିଜ୍ଞତା ମଧ୍ୟ ହାସଲ କରିଥିଲୁ। ୨୦୨୦ ଗେମ୍ସ ବେଳକୁ ଏହା ଆମକୁ ସହାୟକ ହେବ ବୋଲି ଅଧିନାୟିକା ପ୍ରକାଶ କରିଛନ୍ତି।
୨୦୨୨ ମହିଳା ହକି ବିଶ୍ୱକପ ନେଦରଲାଣ୍ଡ୍ସ ଓ ସ୍ପେନରେ ମିଳିତଭାବେ ଆୟୋଜନ ହେବ ବୋଲି ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌) ଘୋଷଣା କରିଛି। ଏ ସମ୍ପର୍କରେ ରାଣୀ କହିଛନ୍ତି ଯେ, ”ଆମେ ଗତବର୍ଷ ଇଂଲଣ୍ଡ ବିଶ୍ୱକପରେ ଭଲ ଖେଳି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲୁ। ଆୟର୍ଲାଣ୍ଡ ନିକଟରୁ ପେନାଲ୍ଟି ଶୁଟ୍‌ଆଉଟରେ ପରାଜୟ ଆମକୁ ନିରାଶ କରିଥିଲା ସତ, ମାତ୍ର ସେମିଫାଇନାଲରେ ପ୍ରବେଶ ପାଇଁ ଗୋଟିଏ ବିଜୟ ଦୂରରେ ରହି ଯାଇଥିଲୁ ବୋଲି ପ୍ରମାଣିତ କରିଥିଲୁ। ଆଗାମୀ ବିଶ୍ୱକପରେ ଆମେ ଅଧୁରା ସ୍ବପ୍ନକୁ ସାକାର କରିବାକୁ ଚେଷ୍ଟା କରିବୁ। ଆମେ ନିକଟ ଅତୀତରେ ସ୍ପେନରେ ଅନେକ ମ୍ୟାଚ ଖେଳିଛୁ। ସେଠାକାର ପରିବେଶ ସହିତ ଆମେ ଭଲଭାବେ ଅଭ୍ୟସ୍ତ। ତେବେ ବିଶ୍ୱକପ ଉପରେ ଫୋକସ କରିବା ପୂର୍ବରୁ ଆମେ ଏବେ କେବଳ ଟୋକିଓ ଅଲିମ୍ପିକ୍ସ କଥା ଚିନ୍ତା କରୁଛୁ“। ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପରେ ଭାରତୀୟ ମହିଳା ହକି ଦଳକୁ ଏବେ ବ୍ରେକ୍‌ ମିଳିଛି। ଚଳିତମାସ ୧୮ରୁ ବେଙ୍ଗାଲୁରୁଠାରେ କଣ୍ଡିଶନିଂ କ୍ୟାମ୍ପରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri