ଅର୍ଥମନ୍ତ୍ରୀଙ୍କ ନୂଆବର୍ଷ ଭେଟି;ରୁପେ, ୟୁପିଆଇ ପେମେଣ୍ଟରେ ଏମ୍‌ଡିଆର୍‌ ଦେୟ ଛାଡ

ନୂଆଦିଲ୍ଲୀ,୨୯-୧୨: ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି ସରକାର ରୁପେ ଏବଂ ୟୁପିଆଇ ନେଣଦେଣରେ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌(ଏମ୍‌ଡିଆର୍‌) ଦେୟକୁ ବାଦ ଦେଇଛନ୍ତି। ୨୦୨୦ ଜାନୁୟାରୀ ପହିଲାଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। କୌଣସି ଗ୍ରାହକ ନେଣଦେଣ ଲାଗି ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) ଟର୍ମିନାଲରେ ନିଜର ଡେବିଟ୍‌ କାର୍ଡ ସ୍ବାଇପ୍‌ କରିବା ବେଳେ ସେହି ସମୟରେ ମର୍ଚ୍ଚାଣ୍ଟଙ୍କୁ ନିଜର ସେବା ଯୋଗାଣକାରୀଙ୍କୁ ଏକ ଶୁଳ୍କ ଦେବାକୁ ପଡିଥାଏ, ଯାହାକୁ ଏମ୍‌ଡିଆର୍‌ କୁହାଯାଏ। ଏହାବାଦ କ୍ୟୁଆର୍‌ କୋଡ୍‌ ଆଧାରିତ ନେଣଦେଣ ଉପରେ ଏମଡିଆର୍‌ ଦେବାକୁ ପଡିଥାଏ। ଏମ୍‌ଡିଆର୍‌ ଛାଡ ସଂକ୍ରାନ୍ତ ନୂଆ ନିଷ୍ପତ୍ତି ସମ୍ପର୍କରେ ରାଜସ୍ବ ବିଭାଗ(ଡିଓଆର୍‌) ଶୀଘ୍ର ଏକ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କ ସହ ବୈଠକ ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ସୂଚନା ଦେଇଛନ୍ତି। ୫୦ କୋଟି କିମ୍ବା ଏହାଠାରୁ ଅଧିକ ମୂଲ୍ୟର କାରବାର କରୁଥିବା କମ୍ପାନୀଗୁଡିକୁ ଡିଜିଟାଲ ନେଣଦେଣ ଧାରା ପ୍ରୋତ୍ସାହିତ କରିବା ଲାଗି ଡିଓଆର୍‌ ଯୋଜନା ହାତକୁ ନେବ। ଗ୍ରାହକଙ୍କଠାରୁ ରୁପେ ଡେବିଟ କାର୍ଡ ଏବଂ ୟୁପିଆଇ କ୍ୟୁଆର୍‌ କୋଡ ପେମେଣ୍ଟ ଗ୍ରହଣ କରିବା ଲାଗି ବ୍ୟବସ୍ଥା ଆପଣାଇବାକୁ କମ୍ପାନୀଗୁଡିକୁ ଉତ୍ସାହିତ କରାଯିବ ବୋଲି ସୀତାରାମନ ସ୍ପଷ୍ଟ କରିଛନ୍ତି।
ନିର୍ମଳା କହିଛନ୍ତି ଯେ, ଅଂଶୀଦାର ଏବଂ ବ୍ୟାଙ୍କଗୁଡିକ ସହ ଏହି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ବଜେଟରେ ଏନେଇ ଘୋଷଣା କରାଯାଇଥିଲା, ହେଲେ ବର୍ତ୍ତମାନ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଉଥିବାରୁ ଅତ୍ୟନ୍ତ ଆନନ୍ଦିତ। ବିଦେଶୀ କମ୍ପାନୀଗୁଡିକ ପେମେଣ୍ଟ କ୍ଷେତ୍ର୍ରରେ ଆଗୁଆ ଥିବା ବେଳେ ବର୍ତ୍ତମାନ ସ୍ବଦେଶୀ ଜ୍ଞାନକୌଶଳରେ ଉନ୍ନତୀକରଣ ହୋଇଥିବା ରୁପେ ଏବଂ ଭୀମ ୟୁପିଆଇ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ଲାଗି ଡିଜିଟାଲ ପେମେଣ୍ଟରେ ଗ୍ରାହକ କିମ୍ବା ମର୍ଚ୍ଚାଣ୍ଟଙ୍କ ଲାଗି କୌଣସି ଏମ୍‌ଡିଆର୍‌ ନ ଲାଗୁ କରାଇବା ନେଇ ସେ ମତ ରଖିଛନ୍ତି। ଲେସ୍‌ କ୍ୟାଶ ଅର୍ଥନୀତି ଲାଗି ରୁପେ ଏବଂ ୟୁପିଆଇ ବ୍ୟବହାରକୁ ତ୍ୱରାନ୍ବିତ କରିବା ଲାଗି ବ୍ୟାଙ୍କ ଏକ ଅଭିଯାନ ଚଳାନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ଖିଲାପକାରୀଙ୍କ ଜବତ ସମ୍ପତି ବିକ୍ରି ଲାଗି ଏକ ଇ-ନିଲାମୀ ପ୍ଲାଟଫର୍ମ ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଦ୍ୱାରା ଜବତ କରାଯାଇଥିବା ୩୫ ହଜାର ସମ୍ପତ୍ତି ତଥ୍ୟ ଏଥିରେ ଅପ୍‌ଲୋଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri