Posted inରାଜ୍ୟ

ଅର୍ଥନୈତିକ ସର୍ଭେ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶକୁ ନେଇ ବିଧାନସଭାରେ ଉଦ୍‌ବେଗ: ସରକାରଙ୍କ କୈଫିୟତ ତଲବ କଲେ ବିରୋଧୀ

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୧୮ ସୋସିଆଲ ମିଡିଆରେ ବୁଲୁଛି, ଖବରକାଗଜରେ ପ୍ରକାଶ ପାଇଛି। ହେଲେ ବିଧାୟକମାନଙ୍କୁ ଏପର୍ଯ୍ୟନ୍ତ ଦିଆଗଲା ନାହିଁ। ସରକାରୀ ବିଭାଗର ଓ୍ବେବ୍‌ସାଇଟ୍‌, ଗଣମାଧ୍ୟମ ଏବଂ ସୋସିଆଲମିଡିଆକୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଗଲା କେମେିତି? ବଜେଟ ଆଗତ ହେବାର ୨୪ ଘଣ୍ଟା ପୂର୍ବରୁ ଗୃହରେ ସରକାର ଏହି ରିପୋର୍ଟକୁ ଉଲ୍ଲେଖ କରିବା ସହିତ ବିଧାୟକମାନଙ୍କୁ ଦେବା କଥା। ମାତ୍ର ଏ ପର୍ଯ୍ୟନ୍ତ ମିଳିଲା ନାହିଁ। ବିଧାୟକଙ୍କୁ ଦିଆଯାଉ ନାହିଁ, କିନ୍ତୁ ବଜାରରେ ରିପୋର୍ଟ ବୁଲୁଛି। ଏହାର ଜବାବ ବିଭାଗୀୟ ମନ୍ତ୍ରୀ ଗୃହରେ ଦିଅନ୍ତୁ। ବିରୋଧୀ ଦଳର ସଦସ୍ୟମାନେ ଏହାକୁ ନେଇ ବିଧାନସଭାର ଶୁକ୍ରବାର ଶୂନ୍ୟ କାଳରେ ପ୍ରବଳ ପାଟିତୁଣ୍ଡ କରିଛନ୍ତି। ଭାଜପା ସଭ୍ୟ ମୋହନ ମାଝି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ ଏ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାଙ୍କ ପାଖକୁ ଆସିଲା ନାହିଁ। ୨୪ ଘଣ୍ଟା ପୂର୍ବରୁ ଏହାକୁ ଗୃହରେ ଉପସ୍ଥାପନ କରିବା କଥା। ଗୃହର ପରମ୍ପରା ଭଙ୍ଗ ହୋଇଛି। ରାଜ୍ୟ ସରକାର ଏହାର ଜବାବ ଦିଅନ୍ତୁ ବୋଲି ସେ କହିଥିଲେ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା ଅର୍ଥନୈତିକ ସର୍ଭେ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ଓ ବିଧାୟକଙ୍କୁ ନ ମିଳିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ଏ ନେଇ ବାଚସ୍ପତି ରୁଲିଂ ଦିଅନ୍ତୁ। ବିଭାଗୀୟ ମନ୍ତ୍ରୀ ଗୃହରେ ଏହାର ଜବାବ ରଖନ୍ତୁ ବୋଲି ସେ ଦାବି କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ, ଗଣେଶ ରାମ ସିଂହ , ମୁକେଶ ମହାଲି, ଖୁଣ୍ଟିଆ, କୁସୁମ ଟେଟେ, ସୁଭାଷ ପାଣିଗ୍ରାହୀ, ବିଜେଡି ସଭ୍ୟ କିଶୋର ଚନ୍ଦ୍ର ନାୟକ, ମଦନ ମୋହନ ଦତ୍ତ, ପ୍ରଫୁଲ୍ଳ ସାମଲ, ଶୌଭିକ ବିଶ୍ୱାଳ, ରମେଶ ଚନ୍ଦ୍ର ପରିଜା, ସୁଧାଂଶୁ ଶେଖର ପରିଡ଼ା, ମୁକେଶ କୁମାର ପାଲ୍‌ ପ୍ରମୁଖ ନିଜ ନିଜ ଅଞ୍ଚଳର ସମସ୍ୟା ଉପସ୍ଥାପନା କରିବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୬ରେ ସୂର୍ଯ୍ୟୋପରାଗ: ସମସ୍ତ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଆସନ୍ତା ଡିସେମ୍ବର ୨୬ରେ ସୂର୍ଯ୍ୟୋପରାଗ ଯୋଗୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା...

ସଂକ୍ରମଣର ଭୀଷଣ ରୂପ

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ରାଜ୍ୟକୁ ମାଡ଼ି ଆସୁଛି କରୋନା ସଂକ୍ରମଣର ବଡ଼ ବିପଦ। ବର୍ତ୍ତମାନର ସଂକ୍ରମଣ ଓ ସ୍ବାସ୍ଥ୍ୟ ପରିଚାଳନା ସ୍ଥିତିକୁ ଦେଖିଲେ ଏଭଳି ଆଶଙ୍କା ଦୃଢ଼ୀଭୂତ...

ଓଡ଼ିଶା ସାଉଣ୍ଡ୍‌ ଡିଜାଇନର୍‌ଙ୍କୁ ଫିଲ୍ମଫେୟାର

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସାଉଣ୍ଡ୍‌ ଡିଜାଇନର୍‌ ନୀହାର ରଞ୍ଜନ ସାମଲ। ୬୫ତମ ଫିଲ୍ମଫେୟାର ଆଓ୍ବାର୍ଡରେ ସାଉଣ୍ଡ୍‌ ଡିଜାଇନ୍‌ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ...

କୋଳିମାଟିରେ ନିଆରା ହୋଲି: ଅବିର, ହଳଦୀ ପାଣିରେ ରଙ୍ଗ ଖେଳିଲେ ଅଞ୍ଚଳବାସୀ

କୋଳିମାଟି, ୧୦ା୩( ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର କୋଳିମାଟି ଅଞ୍ଚଳରେ ଛୋଟ ପିଲାଠାରୁ ଆରମ୍ଭ କରି ସମସ୍ତ ଲୋକେ ହୋଲିକୁ ଧୁମଧାମରେ ପାଳନ କରିଛନ୍ତି। କରୋନା ଭାଇରସ...

ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର: ୧୬ରେ ସବୁ ଜିଲାରେ ଦିଆଯିବ ଏତଲା

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚାଷୀଙ୍କୁ ଠକିଛନ୍ତି ରାଜ୍ୟ ସରକାର ା ଏହି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଆସନ୍ତା ୧୬ରେ ରାଜ୍ୟର ସବୁ ଜିଲାର ଏସ୍‌ପିଙ୍କ ନିକଟରେ...

ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ, ଜଣେ ଅଟକ

ଚଣ୍ଡିଖୋଲ, ୧୦।୮(ଡି.ଏନ୍‌.ଏ.): ବଡ଼ଚଣା ଥାନା ଅଧୀନସ୍ଥ ବନ୍ଦାଳ ପଞ୍ଚାୟତର ଡିହକରନ୍ଦା ଗ୍ରାମରେ ଶୁକ୍ରବାର ଗୋଟିଏ ପରିବାର ତିନି ଜଣଙ୍କୁ ସେହିଗ୍ରାମର ଜଣେ ଯୁବକ ମରାଣାନ୍ତକ ଆକ୍ରମଣ...

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

  ପୁରୁଷୋତ୍ତମପୁର,୩୧ା୧୨ (ଡି.ଏନ.ଏ.)-ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି...

ପୋଲିସ, ପ୍ରଶାସନ ପକ୍ଷରୁ ୩ ଗ୍ରାମରକ୍ଷୀଙ୍କୁ ଶେଷ ସମ୍ମାନ

ନବରଙ୍ଗପୁର/ନନ୍ଦାହାଣ୍ଡି,୨୦।୨ (ବି.ପ୍ର./ଡି.ଏନ୍‌.ଏ.): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବରଙ୍ଗପୁର ରିଜର୍ଭ ଅଫିସରୁ କୋଷାଗୁମୁଡ଼ା ବ୍ଲକ୍‌କୁ ଗ୍ରାମରକ୍ଷୀଙ୍କୁ ନେଇ ଯାଉଥିବା ପୋଲିସ ବସ୍‌ ଶୁକ୍ରବାର ରାତିରେ ପାପଡ଼ାହାଣ୍ଡି...

Advertisement
Archives

Model This Week