ଅର୍ଥନୀତି, ମାନବୀୟ ସଙ୍କଟ ପରିଚାଳନାରେ କେନ୍ଦ୍ର ବିଫଳ

ନୂଆଦିଲ୍ଲୀ, ୨୧।୫: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ନରେନ୍ଦ୍ର ମୋଦି ସରକାରଙ୍କ ଲକ୍‌ଡାଉନ୍‌ ବା ତାଲାବନ୍ଦ ଘୋଷଣା ନିଷ୍ପତ୍ତିଙ୍କୁ ସମାଲୋଚନା କରାଯାଇପାରିବ ନାହିଁ। କିନ୍ତୁ ଘୋଷଣାର ସମୟ, ପ୍ରସ୍ତୁତି, ଅର୍ଥନୀତି ଉପରେ ଏହାର ପ୍ରଭାବ ଓ ମାନବୀୟ ସଙ୍କଟକୁ ପରିଚାଳନା ଲାଗି ଦୂରଦୃଷ୍ଟିର ଅଭାବ ସରକାରକୁ ବିଫଳତା ଚାଖିବାକୁ ପଡ଼ିଛି।
ଯେଉଁଭଳି ଭାବେ କୋଭିଡ୍‌-୧୯ ବିଶ୍ୱବ୍ୟାପୀ ବ୍ୟାପିବାରେ ଲାଗିଲା, ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖିଲେ ସମଗ୍ର ଦେଶକୁ ତାଲାବନ୍ଦ କରିଦେବା ଠିକ୍‌ ଥିଲା। ମାତ୍ର ପ୍ରାରମ୍ଭିକ ସମୟରେ ଅଧିକ ଟେଷ୍ଟ କରିବା ଲାଗି ଚାରିଆଡ଼ୁ ଦାବି ହେଲେ ମଧ୍ୟ ସରକାର ସେଥିପ୍ରତି ଗୁରୁତ୍ୱ ନ ଦେବାରୁ ଆଜି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ନିୟନ୍ତ୍ରଣ କରିବା ଲାଗି କେରଳ ଯେଉଁ ମଡେଲ ଆପଣାଇଲା ସେଥିରୁ ପ୍ରଧାନମନ୍ତ୍ରୀ କୌଣସି ଶିକ୍ଷା ଗ୍ରହଣ ନ କରିବା ସରକାର ପାଇଁ ଅସ୍ବସ୍ତି ଆଣିଦେଇଛି। ଉଲ୍ଲେଖଯୋଗ୍ୟ ଯେ, ଜାନୁୟାରୀ ୩୦ରେ ଭାରତରେ କରୋନା ଭାଇରସ୍‌ ଦେଖାଦେବା ପୂର୍ବରୁ କେରଳ କଣ୍ଟେନମେଣ୍ଟ ଷ୍ଟ୍ରାଟେଜି ବା ପ୍ରଭାବ ନିରୋଧ କୌଶଳ ଗ୍ରହଣ କରି ଦେଶରେ ଉଦାହରଣ ସୃଷ୍ଟି କରିଥିଲା। ସେହିପରି ମହାମାରୀକୁ ତାଙ୍କ ସମର୍ଥକମାନେ ସାମ୍ପ୍ରଦାୟିକ ରୂପ ଦେବା ବେଳେ ମୋଦି ନିନ୍ଦା କରିବାକୁ ଆଗେଇ ନ ଆସିବା ସରକାରଙ୍କୁ ସମାଲୋଚିତ ହେବାକୁ ପଡ଼ିଛି। ତାଲାବନ୍ଦ ସମାଧାନର ଏକମାତ୍ର ବାଟ ନୁହେଁ ବୋଲି ଜଣାପଡ଼ିବା ପରେ ତାହାକୁ ବାରମ୍ବାର ବୃଦ୍ଧି କରାଯାଇଛି। ଏହାଦ୍ୱାରା ମୋଦି ତାଙ୍କ ଅହଂଭାବ ଦେଖାଇବାକୁ ଚେଷ୍ଟା କରିଛନ୍ତି ବୋଲି କୁହାଯାଉଛି। ପୁଣି ସରକାରଙ୍କ କୌଣସି ବରିଷ୍ଠ ପଦବୀଧାରୀ ମହାମାରୀ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖୁଥିବା ଦେଖିବାକୁ ମିଳିନାହିଁ। ଏହାର ଭବିଷ୍ୟତ ଯୋଜନା କ’ଣ ରହିଛି? ସରକାର କରୋନା ସଂକ୍ରାନ୍ତ ତଥ୍ୟ ଲୁଚାଇବାକୁ ଚାହିଁଛନ୍ତି କି? ଏହିଭଳି ଅନେକ ପ୍ରଶ୍ନ ଉଠୁଛି, ଯାହାର ଉତ୍ତର ଦେଶବାସୀ ପାଇପାରୁ ନ ଥିବାରୁ ସରକାର ଲୋକଙ୍କ ପାଖରେ ଉତ୍ତରଦାୟିତ୍ୱ ହରାଇଛନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି।
ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖିଲେ, ମୋଦି ସରକାର ଅନେକ ମାତ୍ରାରେ ବିଫଳ ହୋଇଛନ୍ତି। ଦେଶବ୍ୟାପୀ ତାଲାବନ୍ଦ ଯୋଗୁ ଶିଳ୍ପ, କଳକାରଖାନା ଓ ବଜାର ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ିଗଲା। ଏଥିପ୍ରତି ମୂଳରୁ ଦୃଷ୍ଟି ଦିଆ ନ ଯାଇ କେବଳ ଅର୍ଥନୈତିକ ପ୍ୟାକେଜ ଘୋଷଣା କରାଯିବା ଦ୍ୱାରା ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଜଣାପଡ଼ିଗଲାଣି। ଯେତେବେଳେ ଚାହିଦା ବୃଦ୍ଧି ଲାଗି ଅର୍ଥନୀତିଜ୍ଞମାନେ ପରାମର୍ଶ ଦେଇଥିଲେ ତାହାକୁ ସରକାର ଗ୍ରହଣ ନ କରିବାରୁ ଅର୍ଥନୈତିକ ସ୍ଥିତି ଆହୁରି ବିଗିଡ଼ି ଯାଇଛି। ପ୍ୟାକେଜରେ କେବଳ ଋଣ ଓ ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇଛି। ଯେତେବେଳେ ବ୍ୟାଙ୍କଗୁଡ଼ିକ ଅନାଦାୟ ପରିସମ୍ପତ୍ତି (ଏନ୍‌ପିଏ) ବୃଦ୍ଧି ଓ ଅନ୍ୟାନ୍ୟ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି, ସେତେବେଳେ ସେମାନଙ୍କୁ ଅଧିକ ଋଣ ଦେବା ଲାଗି ବାଧ୍ୟ କରାଯିବା ନ୍ୟାୟସଙ୍ଗତ ମନେହେଉ ନାହିଁ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି। ତାଲାବନ୍ଦ ଯୋଗୁ ଦେଶର ପ୍ରତ୍ୟେକ ବର୍ଗ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶିଳ୍ପପତି, ବ୍ୟବସାୟୀ, କୃଷକ ଓ ଶ୍ରମିକମାନେ ଯାହା ଚାହୁଁଥିଲେ, ତାହାକୁ ସରକାର ନଜର ଦେଇ ନ ଥିବାରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ତ୍ରୁଟିକୁ ଘୋଡ଼ାଇବା ପାଇଁ କେବଳ ୨୦ ଲକ୍ଷ କୋଟି ଟଙ୍କାର ଗୋଟେ ପ୍ୟାକେଜ ଘୋଷଣା ତତ୍‌କ୍ଷଣାତ୍‌ ସ୍ଥିତି ସୁଧାରିବାର ସଙ୍କେତ ଦେଉନାହିଁ ବୋଲି ସାଧାରଣ ଲୋକେ ବୁଝିବାକୁ ଡେରି ହେବ ନାହିଁ। ତାଲାବନ୍ଦ ଯୋଗୁ ଆର୍ଥିକ ସଙ୍କଟ ଦେଖାଦେବା ଦ୍ୱାରା ଅନେକ ଲୋକ ଚାକିରି ହରାଇଲେଣି। ଶ୍ରମିକମାନେ କାମଧନ୍ଦା ନ ପାଇ ଯନ୍ତ୍ରଣା ଭୋଗୁଛନ୍ତି। ଏଭଳି ସ୍ଥଳେ ରାଜନେତାମାନେ ନିଜକୁ ବଞ୍ଚାଇବା ସହ ସେମାନଙ୍କ ଧନୀ ବନ୍ଧୁଙ୍କୁ ରକ୍ଷା କରିବା ଦିଗରେ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି।
ଶେଷରେ ମାନବୀୟ ସଙ୍କଟ ପରିଚାଳନାରେ ମୋଦିଙ୍କ ବିଫଳତା ସବୁ ପ୍ରକାର ସୀମା ଅତିକ୍ରମ କରିଦେଇଛି। ପ୍ରବାସୀ ଶ୍ରମିକମାନେ ହଜାର ହଜାର କିଲୋମିଟର ଚାଲିଚାଲି ଗାଁକୁ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେ ଜଣ ପ୍ରାଣ ହରାଇସାରିଲେଣି। ଲକ୍‌ଡାଉନ ଘୋଷଣା ପୂର୍ବରୁ ସରକାର ଶ୍ରମିକଙ୍କ ଦୁର୍ଦ୍ଦଶାକୁ ପ୍ରଥମେ ଆକଳନ କରିବାର ଥିଲା। ଏହାର ପ୍ରଥମ ୫୦ ଦିନ ପାଇଁ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶ୍ରମିକଙ୍କ ସକାଶେ ସରକାର କାହିଁକି ଖାଦ୍ୟ ଓ ରୋଜଗାରର ବ୍ୟବସ୍ଥା କରିପାରିଲେ ନାହିଁ? କେବଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସାମ୍ବାଦିକ ସମ୍ମିଳନୀରେ ଦେଶରେ ୮ କୋଟି ପ୍ରବାସୀ ଶ୍ରମିକ ଥିବା କଥା କହି ରହିଗଲେ। ପୁଣି ଯେତେବେଳେ ସଂକ୍ରମଣ ସ୍ତର ବଢ଼ିବାରେ ଲାଗିଲା, ସେତେବେଳେ ଅତି ବିଳମ୍ବରେ ଶ୍ରମିକ ଟ୍ରେନ୍‌ ଚଳାଇବାର ନିଷ୍ପତ୍ତି କାହିଁକି ନିଆଗଲା ବୋଲି ସାଧାରଣରେ ଉଠିଥିବା ପ୍ରଶ୍ନର ସରକାରଙ୍କ ପାଖରେ କ’ଣ ଉତ୍ତର ରହିଛି? ପ୍ରବାସୀଙ୍କ ପାଇଁ ମାନବୀୟ ସହଯୋଗ ପ୍ରଦାନ ଲାଗି ଏକ ସାଧାରଣ ଉପଦେଶାବଳୀ ପ୍ରକାଶ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ କାହିଁକି ୬ ସପ୍ତାହ ସମୟ ଲାଗିଲା? ତାଲାବନ୍ଦ ବେଳେ ସ୍ବାସ୍ଥ୍ୟ, ଅର୍ଥନୈତିକ ଓ ମାନବୀୟ ସଙ୍କଟ ପରିଚାଳନା କରିବାରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରାଯିବା ମୋଦି ସରକାରଙ୍କ ବିଫଳତା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri