Posted inଜାତୀୟ

କରୋନା କାଳରେ ସ୍ବାସ୍ଥ୍ୟ ସଙ୍କଟ ଆଳ

ନୂଆଦିଲ୍ଲୀ, ୨୧।୫: କାର୍ଯ୍ୟ ସମୟ ବୃଦ୍ଧି, ସର୍ବନିମ୍ନ ମଜୁରିକୁ ସୀମିତ, ସାମାଜିକ ସୁରକ୍ଷା ସୁବିଧାଗୁଡ଼ିକୁ ହ୍ରାସ, କୌଣସି ପ୍ରକାର କାର୍ଯ୍ୟ ପାଇଁ ଠିକା ଶ୍ରମିକମାନଙ୍କୁ ନିୟୋଜନ କରିବା ପାଇଁ ଅନୁମତି, ଶ୍ରମିକଙ୍କ ଛଟେଇ ନିୟମକୁ କୋହଳ, ଟ୍ରେଡ୍‌ ୟୁନିୟନର ଅଧିକାରଗୁଡ଼ିକୁ ନିରୁତ୍ସାହିତ କରିବ। ପ୍ରାୟ ୬ ବର୍ଷ ଧରି କେନ୍ଦ୍ର ସରକାର ଶ୍ରମିକମାନଙ୍କ କାର୍ଯ୍ୟ ସମୟ ବଢ଼ାଇବା ପାଇଁ ଉଦ୍ୟମ କରୁଛନ୍ତି। ଏବେ କରୋନା କାଳରେ ସ୍ବାସ୍ଥ୍ୟ ସଙ୍କଟ ଆଳ ଦେଖାଇ ଗୁଜରାଟ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ସରକାର କଳକାରଖାନାରେ ନିୟୋଜିତ ଶ୍ରମିକମାନଙ୍କ ସର୍ବନିମ୍ନ କାର୍ଯ୍ୟ ସମୟ ଦୈନିକ ୧୨ ଘଣ୍ଟା ଓ ସପ୍ତାହକ ୭୨ ଘଣ୍ଟାକୁ ବୃଦ୍ଧି କରିଛନ୍ତି। ପଞ୍ଜାବର ଶ୍ରମ ବିଭାଗ ମଧ୍ୟ ଉକ୍ତ ଆଇନର ଧାରା ୬୫ ଅଧୀନରେ ଏକ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଛି। ନିର୍ଦ୍ଦେଶନାମା ଅନୁସାରେ ଫ୍ୟାକ୍ଟ୍ରିଗୁଡ଼ିକ ଆଇନ ଅଧୀନରେ ଅସାଧାରଣ ଚାପକୁ ସାମ୍ନା କରିବା ଲାଗି ଦୈନିକ ଓ ସାପ୍ତାହିକ କାର୍ଯ୍ୟ ସମୟ ସମ୍ପର୍କିତ ସର୍ତ୍ତରୁ ଛାଡ଼ ପାଇପାରିବେ। ଗତ ସପ୍ତାହରେ ଓଡ଼ିଶା, ମହାରାଷ୍ଟ୍ର ଓ ଗୋଆ ସରକାର ମଧ୍ୟ ଦୈନିକ କାର୍ଯ୍ୟ ସମୟରେ ସମାନ ବୃଦ୍ଧି ଘଟାଇଛନ୍ତି। ବାସ୍ତବରେ କାର୍ଯ୍ୟଦିବସର ପରିବର୍ଦ୍ଧିତ ଅବଧି ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ବିପନ୍ନ କରିବା ବିଷୟକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଉତ୍ତର ପ୍ରଦେଶ ସରକାର ଏହି କ୍ଷେତ୍ରରେ ଆହୁରି ଆଗକୁ ବଢ଼ିଯାଇଛନ୍ତି। ସେଠାରେ ସରକାର ଉତ୍ତର ପ୍ରଦେଶ ଟେମ୍ପୋରାରି ଏକ୍‌ଜେମ୍ପଶନ୍‌ ଫ୍ରମ୍‌ ସଟର୍ନ ଲେବର ଲଜ୍‌ ଅର୍ଡିନାନ୍ସ, ୨୦୨୦ ଆଣିବା ପ୍ରକ୍ରିୟାରେ ଅଛନ୍ତି। ଏହି ଅଧ୍ୟାଦେଶ ବଳରେ ରାଜ୍ୟରେ ଥିବା ଫ୍ୟାକ୍ଟ୍ରି ଓ ମାନୁଫାକ୍ଚରିଂ ସଂସ୍ଥାଗୁଡ଼ିକ ପାଇଁ ପ୍ରଯୁଜ୍ୟ ସମସ୍ତ ଶ୍ରମ ଆଇନର କାର୍ଯ୍ୟକାରିତାକୁ ୩ ବର୍ଷ ପର୍ଯ୍ୟନ୍ତ ରଦ୍ଦ କରାଯାଇପାରିବ। ତେବେ ଗୋତି ଶ୍ରମିକ ପ୍ରଥା (ଉଚ୍ଛେଦ) ଆଇନ, ୧୯୭୬, କର୍ମଚାରୀଙ୍କ କ୍ଷତିପୂରଣ ଆଇନ, ୧୯୨୩, କୋଠାବାଡ଼ି ଓ ଅନ୍ୟ ନିର୍ମାଣ ଶ୍ରମିକ (ନିୟୋଜନ ନିୟନ୍ତ୍ରଣ ଓ ସେବା ସର୍ତ୍ତ) ଆଇନ, ୧୯୯୬ ଏବଂ ଶିଶୁ ଓ ମହିଳା ସମ୍ପର୍କିତ ଶ୍ରମ ଆଇନର ନିୟମଗୁଡ଼ିକ ଏଥିରୁ ବାଦ୍‌ ଦିଆଯିବ। ହେଲେ ଏହି ଅଧ୍ୟାଦେଶ ଚିଠା ଅନୁସାରେ ନିଯୁକ୍ତିଦାତା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ପ୍ରଦାନ କରିବେ। ଫ୍ୟାକ୍ଟ୍ରି ଆଇନର ସୁରକ୍ଷା ସମ୍ପର୍କିତ ନିୟମଗୁଡ଼ିକର ଅନୁପାଳନ ମଧ୍ୟ ଜରୁରୀ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଚିଠାରେ ଦୈନିକ କାର୍ଯ୍ୟ ସମୟକୁ ୧୧ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ କାର୍ଯ୍ୟଦିବସକୁ ୧୨ ଘଣ୍ଟା ସ୍ଥିର କରାଯାଇଛି। ଏହା ଆଇନରେ ପରିଣତ ହେଲେ ଉତ୍ତର ପ୍ରଦେଶର ନିଯୁକ୍ତିଦାତାମାନେ ଶ୍ରମିକଙ୍କୁ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରିରୁ ଅଧିକ କିଛି ପଇଠ କରିବାକୁ ବାଧ୍ୟହେବେ ନାହିଁ। ସେହିପରି ମାଲିକମାନେ ଶ୍ରମିକଙ୍କୁ ଛଟେଇ କରିବା ପାଇଁ ସୁଯୋଗ ପାଇବେ ତାହା ପୁଣି ବିନା କ୍ଷତିପୂରଣରେ। ରାଜ୍ୟରେ ପରବର୍ତ୍ତୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ଟ୍ରେଡ୍‌ ୟୁନିୟନର ପଞ୍ଜୀକରଣ ହୋଇପାରିବ ନାହିଁ। ଶ୍ରମିକମାନେ ନିଜ ଅସୁବିଧା ଜଣାଇବା ପାଇଁ କୌଣସି ଅଭିଯୋଗ ବ୍ୟବସ୍ଥାର ସୁବିଧା ପାଇପାରିବେ ନାହିଁ। ଏଭଳି ନିରଙ୍କୁଶ ନମନୀୟତା ଶ୍ରମିକମାନଙ୍କ ପ୍ରତିବାଦ କ୍ଷମତାକୁ ସଙ୍କୁଚିତ କରିବ, ଯାହାକି ସାରା ଦେଶରେ ଏମ୍ପ୍ଲୟର୍ସ ୟୁନିୟନଗୁଡ଼ିକ ଦାବି କରିଆସୁଛନ୍ତି।
ଦୁଇ ସପ୍ତାହ ତଳେ ମଧ୍ୟପ୍ରଦେଶ ସରକାର ଅନୁମୋଦନ, ଲାଇସେନ୍ସିଂ ଓ ରେଜିଷ୍ଟ୍ରେଶନ, ସୁରକ୍ଷା, ଓଭରଟାଇମ୍‌ ମଜୁରି ଆଦି ସମ୍ପର୍କିତ ନିୟମ ବ୍ୟତୀତ ଫ୍ୟାକ୍ଟ୍ରି ଆଇନ ଅନୁପାଳନରୁ ରାଜ୍ୟର ସମସ୍ତ ଫ୍ୟାକ୍ଟ୍ରିକୁ ମୁକ୍ତ କରିଛନ୍ତି। ଏହାସହ ୫୦ରୁ କମ୍‌ ଶ୍ରମିକ ନିୟୋଜିତ ଥିବା ବିପଦମୁକ୍ତ ଫ୍ୟାକ୍ଟ୍ରିଗୁଡ଼ିକ ପାଇଁ ତୃତୀୟ ପକ୍ଷ ପ୍ରମାଣୀକରଣ ବ୍ୟବସ୍ଥାକୁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି। ଏହି ନିୟମକୁ କାର୍ଯ୍ୟକାରୀ କରାଗଲେ ଫ୍ୟାକ୍ଟ୍ରି ଆଇନର ସ୍ବାସ୍ଥ୍ୟ ଓ ସ୍ବଚ୍ଛତା, ମୌଳିକ ସୁବିଧା ପ୍ରଦାନର ନିୟମ ଓ ଲେବର୍‌ ଇନ୍ସପେକ୍‌ଶନ ୩ ବର୍ଷ ପାଇଁ କଳକାରଖାନାଗୁଡ଼ିକରେ ଲାଗୁ ହେବ ନାହିଁ। ସେହିପରି ନୂଆ ଫ୍ୟାକ୍ଟ୍ରିଗୁଡ଼ିକୁ ଇଣ୍ଡଷ୍ଟ୍ରିଆଲ୍‌ ଡିସ୍‌ପ୍ୟୁଟ୍‌ ଆକ୍ଟର କେତେକ ନିୟମରୁ ଛାଡ଼ ଦେଇଛନ୍ତି। ଫଳରେ ନୂଆକରି ଗଢ଼ିଉଠିଥିବା କଳକାରଖାନାର ଶ୍ରମିକମାନେ ୧୦୦୦ ଦିନ ପର୍ଯ୍ୟନ୍ତ ସଙ୍ଗଠିତ ହେବା ସ୍ବାଧୀନତା ହରାଇବା ସହ ସାମଗ୍ରିକ ମୂଲଚାଲ ଅଧିକାରରୁ ବଞ୍ଚତ୍ତ ହେବେ। ଅନ୍ୟପକ୍ଷରେ ଗୁଜରାଟ ସରକାର ମଧ୍ୟ ଉତ୍ତର ପ୍ରଦେଶ ମଡେଲକୁ ଆପଣାଇ ଏକ ଅଧ୍ୟାଦେଶ ଆଣିବା ପ୍ରକ୍ରିୟାରେ ଅଛନ୍ତି। ଏହା ବଳରେ ବର୍ଷକ ମଧ୍ୟରେ ପ୍ରତିଷ୍ଠିତ ନୂଆ ୟୁନିଟଗୁଡ଼ିକୁ ଶ୍ରମ ଆଇନରୁ ଛାଡ଼ ଦିଆଯାଇପାରିବ। ଏହି ଅଧ୍ୟାଦେଶ ଅଣାଗଲେ ନୂଆ ମାନୁଫାକ୍ଚରିଂ ୟୁନିଟ ଓ ସର୍ଭିସ୍‌ ସେକ୍ଟରର ଶ୍ରମିକମାନେ ସେମାନଙ୍କ ଉପଯୁକ୍ତ ମଜୁରି ଅଧିକାରରୁ ବଞ୍ଚତ୍ତ ହେବେ। ସେମାନଙ୍କ ସୁରକ୍ଷା ବିପନ୍ନ ହେବା ସହ ସଙ୍ଗଠନ ଅଧିକାର ଓ ସାମଗ୍ରିକ ମୂଲଚାଲ ଅଧିକାର ମଧ୍ୟ ହରାଇବେ। ଶ୍ରମ ଆଇନ ବଦଳାଉଥିବା ରାଜ୍ୟଗୁଡ଼ିକର ତାଲିକାରେ କର୍ନାଟକ ଯୋଡ଼ିହେବା ସହ ଏକ ପ୍ରସ୍ତାବ ଆଣିଛି। ଏହାଦ୍ୱାରା ଫ୍ୟାକ୍ଟ୍ରି ଆଇନର ଆବେଦନ ସଂଖ୍ୟା ସୀମା ବୃଦ୍ଧି ପାଇବ। ଏଥିଯୋଗୁ ଶ୍ରମିକମାନଙ୍କ ସୁରକ୍ଷା ହ୍ରାସ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri