Posted inଜାତୀୟ

କରୋନା କାଳରେ ସ୍ବାସ୍ଥ୍ୟ ସଙ୍କଟ ଆଳ

ନୂଆଦିଲ୍ଲୀ, ୨୧।୫: କାର୍ଯ୍ୟ ସମୟ ବୃଦ୍ଧି, ସର୍ବନିମ୍ନ ମଜୁରିକୁ ସୀମିତ, ସାମାଜିକ ସୁରକ୍ଷା ସୁବିଧାଗୁଡ଼ିକୁ ହ୍ରାସ, କୌଣସି ପ୍ରକାର କାର୍ଯ୍ୟ ପାଇଁ ଠିକା ଶ୍ରମିକମାନଙ୍କୁ ନିୟୋଜନ କରିବା ପାଇଁ ଅନୁମତି, ଶ୍ରମିକଙ୍କ ଛଟେଇ ନିୟମକୁ କୋହଳ, ଟ୍ରେଡ୍‌ ୟୁନିୟନର ଅଧିକାରଗୁଡ଼ିକୁ ନିରୁତ୍ସାହିତ କରିବ। ପ୍ରାୟ ୬ ବର୍ଷ ଧରି କେନ୍ଦ୍ର ସରକାର ଶ୍ରମିକମାନଙ୍କ କାର୍ଯ୍ୟ ସମୟ ବଢ଼ାଇବା ପାଇଁ ଉଦ୍ୟମ କରୁଛନ୍ତି। ଏବେ କରୋନା କାଳରେ ସ୍ବାସ୍ଥ୍ୟ ସଙ୍କଟ ଆଳ ଦେଖାଇ ଗୁଜରାଟ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ସରକାର କଳକାରଖାନାରେ ନିୟୋଜିତ ଶ୍ରମିକମାନଙ୍କ ସର୍ବନିମ୍ନ କାର୍ଯ୍ୟ ସମୟ ଦୈନିକ ୧୨ ଘଣ୍ଟା ଓ ସପ୍ତାହକ ୭୨ ଘଣ୍ଟାକୁ ବୃଦ୍ଧି କରିଛନ୍ତି। ପଞ୍ଜାବର ଶ୍ରମ ବିଭାଗ ମଧ୍ୟ ଉକ୍ତ ଆଇନର ଧାରା ୬୫ ଅଧୀନରେ ଏକ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଛି। ନିର୍ଦ୍ଦେଶନାମା ଅନୁସାରେ ଫ୍ୟାକ୍ଟ୍ରିଗୁଡ଼ିକ ଆଇନ ଅଧୀନରେ ଅସାଧାରଣ ଚାପକୁ ସାମ୍ନା କରିବା ଲାଗି ଦୈନିକ ଓ ସାପ୍ତାହିକ କାର୍ଯ୍ୟ ସମୟ ସମ୍ପର୍କିତ ସର୍ତ୍ତରୁ ଛାଡ଼ ପାଇପାରିବେ। ଗତ ସପ୍ତାହରେ ଓଡ଼ିଶା, ମହାରାଷ୍ଟ୍ର ଓ ଗୋଆ ସରକାର ମଧ୍ୟ ଦୈନିକ କାର୍ଯ୍ୟ ସମୟରେ ସମାନ ବୃଦ୍ଧି ଘଟାଇଛନ୍ତି। ବାସ୍ତବରେ କାର୍ଯ୍ୟଦିବସର ପରିବର୍ଦ୍ଧିତ ଅବଧି ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ବିପନ୍ନ କରିବା ବିଷୟକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଉତ୍ତର ପ୍ରଦେଶ ସରକାର ଏହି କ୍ଷେତ୍ରରେ ଆହୁରି ଆଗକୁ ବଢ଼ିଯାଇଛନ୍ତି। ସେଠାରେ ସରକାର ଉତ୍ତର ପ୍ରଦେଶ ଟେମ୍ପୋରାରି ଏକ୍‌ଜେମ୍ପଶନ୍‌ ଫ୍ରମ୍‌ ସଟର୍ନ ଲେବର ଲଜ୍‌ ଅର୍ଡିନାନ୍ସ, ୨୦୨୦ ଆଣିବା ପ୍ରକ୍ରିୟାରେ ଅଛନ୍ତି। ଏହି ଅଧ୍ୟାଦେଶ ବଳରେ ରାଜ୍ୟରେ ଥିବା ଫ୍ୟାକ୍ଟ୍ରି ଓ ମାନୁଫାକ୍ଚରିଂ ସଂସ୍ଥାଗୁଡ଼ିକ ପାଇଁ ପ୍ରଯୁଜ୍ୟ ସମସ୍ତ ଶ୍ରମ ଆଇନର କାର୍ଯ୍ୟକାରିତାକୁ ୩ ବର୍ଷ ପର୍ଯ୍ୟନ୍ତ ରଦ୍ଦ କରାଯାଇପାରିବ। ତେବେ ଗୋତି ଶ୍ରମିକ ପ୍ରଥା (ଉଚ୍ଛେଦ) ଆଇନ, ୧୯୭୬, କର୍ମଚାରୀଙ୍କ କ୍ଷତିପୂରଣ ଆଇନ, ୧୯୨୩, କୋଠାବାଡ଼ି ଓ ଅନ୍ୟ ନିର୍ମାଣ ଶ୍ରମିକ (ନିୟୋଜନ ନିୟନ୍ତ୍ରଣ ଓ ସେବା ସର୍ତ୍ତ) ଆଇନ, ୧୯୯୬ ଏବଂ ଶିଶୁ ଓ ମହିଳା ସମ୍ପର୍କିତ ଶ୍ରମ ଆଇନର ନିୟମଗୁଡ଼ିକ ଏଥିରୁ ବାଦ୍‌ ଦିଆଯିବ। ହେଲେ ଏହି ଅଧ୍ୟାଦେଶ ଚିଠା ଅନୁସାରେ ନିଯୁକ୍ତିଦାତା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ପ୍ରଦାନ କରିବେ। ଫ୍ୟାକ୍ଟ୍ରି ଆଇନର ସୁରକ୍ଷା ସମ୍ପର୍କିତ ନିୟମଗୁଡ଼ିକର ଅନୁପାଳନ ମଧ୍ୟ ଜରୁରୀ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଚିଠାରେ ଦୈନିକ କାର୍ଯ୍ୟ ସମୟକୁ ୧୧ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ କାର୍ଯ୍ୟଦିବସକୁ ୧୨ ଘଣ୍ଟା ସ୍ଥିର କରାଯାଇଛି। ଏହା ଆଇନରେ ପରିଣତ ହେଲେ ଉତ୍ତର ପ୍ରଦେଶର ନିଯୁକ୍ତିଦାତାମାନେ ଶ୍ରମିକଙ୍କୁ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରିରୁ ଅଧିକ କିଛି ପଇଠ କରିବାକୁ ବାଧ୍ୟହେବେ ନାହିଁ। ସେହିପରି ମାଲିକମାନେ ଶ୍ରମିକଙ୍କୁ ଛଟେଇ କରିବା ପାଇଁ ସୁଯୋଗ ପାଇବେ ତାହା ପୁଣି ବିନା କ୍ଷତିପୂରଣରେ। ରାଜ୍ୟରେ ପରବର୍ତ୍ତୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ଟ୍ରେଡ୍‌ ୟୁନିୟନର ପଞ୍ଜୀକରଣ ହୋଇପାରିବ ନାହିଁ। ଶ୍ରମିକମାନେ ନିଜ ଅସୁବିଧା ଜଣାଇବା ପାଇଁ କୌଣସି ଅଭିଯୋଗ ବ୍ୟବସ୍ଥାର ସୁବିଧା ପାଇପାରିବେ ନାହିଁ। ଏଭଳି ନିରଙ୍କୁଶ ନମନୀୟତା ଶ୍ରମିକମାନଙ୍କ ପ୍ରତିବାଦ କ୍ଷମତାକୁ ସଙ୍କୁଚିତ କରିବ, ଯାହାକି ସାରା ଦେଶରେ ଏମ୍ପ୍ଲୟର୍ସ ୟୁନିୟନଗୁଡ଼ିକ ଦାବି କରିଆସୁଛନ୍ତି।
ଦୁଇ ସପ୍ତାହ ତଳେ ମଧ୍ୟପ୍ରଦେଶ ସରକାର ଅନୁମୋଦନ, ଲାଇସେନ୍ସିଂ ଓ ରେଜିଷ୍ଟ୍ରେଶନ, ସୁରକ୍ଷା, ଓଭରଟାଇମ୍‌ ମଜୁରି ଆଦି ସମ୍ପର୍କିତ ନିୟମ ବ୍ୟତୀତ ଫ୍ୟାକ୍ଟ୍ରି ଆଇନ ଅନୁପାଳନରୁ ରାଜ୍ୟର ସମସ୍ତ ଫ୍ୟାକ୍ଟ୍ରିକୁ ମୁକ୍ତ କରିଛନ୍ତି। ଏହାସହ ୫୦ରୁ କମ୍‌ ଶ୍ରମିକ ନିୟୋଜିତ ଥିବା ବିପଦମୁକ୍ତ ଫ୍ୟାକ୍ଟ୍ରିଗୁଡ଼ିକ ପାଇଁ ତୃତୀୟ ପକ୍ଷ ପ୍ରମାଣୀକରଣ ବ୍ୟବସ୍ଥାକୁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି। ଏହି ନିୟମକୁ କାର୍ଯ୍ୟକାରୀ କରାଗଲେ ଫ୍ୟାକ୍ଟ୍ରି ଆଇନର ସ୍ବାସ୍ଥ୍ୟ ଓ ସ୍ବଚ୍ଛତା, ମୌଳିକ ସୁବିଧା ପ୍ରଦାନର ନିୟମ ଓ ଲେବର୍‌ ଇନ୍ସପେକ୍‌ଶନ ୩ ବର୍ଷ ପାଇଁ କଳକାରଖାନାଗୁଡ଼ିକରେ ଲାଗୁ ହେବ ନାହିଁ। ସେହିପରି ନୂଆ ଫ୍ୟାକ୍ଟ୍ରିଗୁଡ଼ିକୁ ଇଣ୍ଡଷ୍ଟ୍ରିଆଲ୍‌ ଡିସ୍‌ପ୍ୟୁଟ୍‌ ଆକ୍ଟର କେତେକ ନିୟମରୁ ଛାଡ଼ ଦେଇଛନ୍ତି। ଫଳରେ ନୂଆକରି ଗଢ଼ିଉଠିଥିବା କଳକାରଖାନାର ଶ୍ରମିକମାନେ ୧୦୦୦ ଦିନ ପର୍ଯ୍ୟନ୍ତ ସଙ୍ଗଠିତ ହେବା ସ୍ବାଧୀନତା ହରାଇବା ସହ ସାମଗ୍ରିକ ମୂଲଚାଲ ଅଧିକାରରୁ ବଞ୍ଚତ୍ତ ହେବେ। ଅନ୍ୟପକ୍ଷରେ ଗୁଜରାଟ ସରକାର ମଧ୍ୟ ଉତ୍ତର ପ୍ରଦେଶ ମଡେଲକୁ ଆପଣାଇ ଏକ ଅଧ୍ୟାଦେଶ ଆଣିବା ପ୍ରକ୍ରିୟାରେ ଅଛନ୍ତି। ଏହା ବଳରେ ବର୍ଷକ ମଧ୍ୟରେ ପ୍ରତିଷ୍ଠିତ ନୂଆ ୟୁନିଟଗୁଡ଼ିକୁ ଶ୍ରମ ଆଇନରୁ ଛାଡ଼ ଦିଆଯାଇପାରିବ। ଏହି ଅଧ୍ୟାଦେଶ ଅଣାଗଲେ ନୂଆ ମାନୁଫାକ୍ଚରିଂ ୟୁନିଟ ଓ ସର୍ଭିସ୍‌ ସେକ୍ଟରର ଶ୍ରମିକମାନେ ସେମାନଙ୍କ ଉପଯୁକ୍ତ ମଜୁରି ଅଧିକାରରୁ ବଞ୍ଚତ୍ତ ହେବେ। ସେମାନଙ୍କ ସୁରକ୍ଷା ବିପନ୍ନ ହେବା ସହ ସଙ୍ଗଠନ ଅଧିକାର ଓ ସାମଗ୍ରିକ ମୂଲଚାଲ ଅଧିକାର ମଧ୍ୟ ହରାଇବେ। ଶ୍ରମ ଆଇନ ବଦଳାଉଥିବା ରାଜ୍ୟଗୁଡ଼ିକର ତାଲିକାରେ କର୍ନାଟକ ଯୋଡ଼ିହେବା ସହ ଏକ ପ୍ରସ୍ତାବ ଆଣିଛି। ଏହାଦ୍ୱାରା ଫ୍ୟାକ୍ଟ୍ରି ଆଇନର ଆବେଦନ ସଂଖ୍ୟା ସୀମା ବୃଦ୍ଧି ପାଇବ। ଏଥିଯୋଗୁ ଶ୍ରମିକମାନଙ୍କ ସୁରକ୍ଷା ହ୍ରାସ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri