ଅଯୋଧ୍ୟା ରାୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌: ରାୟ ଯାହା ବି ଆସୁ, ସମସ୍ତେ ସ୍ବୀକାର କରନ୍ତୁ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାରେ ଯାହା ବି ରାୟ ଆସୁ, ତାକୁ ସମସ୍ତେ ସ୍ବୀକାର କରନ୍ତୁ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଅପିଲ୍‌ କରିଛନ୍ତି। ସମସ୍ତେ ଶାନ୍ତି ଏବଂ ସଦ୍‌ଭାବନା ସହ ରୁହନ୍ତୁ। ଭାଇଚାରା ଭାବନା ଆମର ଧର୍ମନିରପେକ୍ଷତାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଏହି ମାମଲାର ଚୂଡ଼ାନ୍ତ ନିର୍ଦ୍ଦେଶ ପୂର୍ବରୁ ସୁପ୍ରିମକୋଟ୍‌ ଐତିହାସିକ ରାୟ ଦେଇଛନ୍ତି। ବିଭିନ୍ନ ତଥ୍ୟପ୍ରମାଣ ସହ କୋର୍ଟ ମୁସଲିମ୍‌ ପକ୍ଷ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ଅନ୍ୟତ୍ର ୫ ଏକର ଜାଗା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିବାଦୀୟ ଜମି ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଟ୍ରଷ୍ଟ ତିଆରି ପାଇଁ କୋର୍ଟ ଆଦେଶ ଦେଇଛନ୍ତି। ଜମିର ମାଲିକାନା ସ୍ବତ୍ୱ ଟ୍ରଷ୍ଟକୁ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିି। କୋର୍ଟଙ୍କ ଏଭଳି ରାୟ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବାଟ ପରିଷ୍କାର ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ସମ୍ବଲପୁର,୧।୬(ବ୍ୟୁରୋ): ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପୂଜକମାନଙ୍କ ସହମତିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାରଠାରୁ...

ଛତିଶଗଡ଼ରୁ ଓଡ଼ିଶାକୁ ଆସୁଛି ଜାଲ୍‌ ନୋଟ୍‌

ଭୁବନେଶ୍ୱର, ୭ା୩(ବ୍ୟୁରୋ): ବ୍ରାଉନ ସୁଗାର କାରବାର ଓ ବାଂଲାଦେଶରୁ ଯୁବତୀ ଚାଲାଣ ଉପରେ ଅଙ୍କୁଶ ଲଗାଇବା ପରେ ଏସ୍‌ଟିଏଫ୍‌ ନଜର ଏବେ ଓଡ଼ିଶାକୁ ଆସୁଥିବା ଜାଲ୍‌...

୧୦୯୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆଜି

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶୁକ୍ରବାର ହେବ। ଏଥିରେ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ଅନ୍ତର୍ଗତ ୩୦ଟି...

ଗଞ୍ଜାମରୁ ଷଷ୍ଠ ବାଚସ୍ପତି ବିକ୍ରମ ଆରୁଖ

ବ୍ରହ୍ମପୁର ଅଫିସ,୧୧ା୬: ଗଞ୍ଜାମରୁ ବିକ୍ରମ କେଶରୀ ଆରୁଖ ୬ଷ୍ଠ ବାଚସ୍ପତି। ଅପରପକ୍ଷରେ ଭଞ୍ଜନଗର ବିଧାୟକ ଓଡ଼ିଶା ବିଧାନସଭା ବାଚସ୍ପତି ହେବା ଦ୍ୱିତୀୟ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ...

ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ

ଭୁବନେଶ୍ୱର,୫।୨: ସାରା ବିଶ୍ୱରେ ଦାଦା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି। ଶନିବାର ଜୀ ସାର୍ଥକରେ ପ୍ରସାରିତ...

ପାରାଦୀପ ବନ୍ଦରର ପଣ୍ୟ କାରବାରରେ ଚତୁର୍ଥ ରେକର୍ଡ

ପାରାଦୀପ,୨୩।୨(ସ୍ବ.ପ୍ର.):  ପାରାଦୀପ ବନ୍ଦର ପଣ୍ୟ କାରବାରରେ ଲଗାତର ଚତୁର୍ଥ ଥର ପାଇଁ ରେକର୍ଡ ହାସଲ କରିଛି। ୨୦୨୦-୨୧ ଆର୍ଥିକ ବର୍ଷ ମାର୍ଚ୍ଚ ୩୧ରେ ଶେଷ ହେଉଥିବା...

ବାତ୍ୟା ବେଳେ ସେଲ୍‌ଫି ନେବାକୁ ବାହାରକୁ ଯାଆନ୍ତୁ ନାହିଁ, ଆମ୍ବ-ନଡ଼ିଆ ନ ଗୋଟାଇ ଲୋଭ ସମ୍ବରଣ କରନ୍ତୁ: ଏସ୍‌ଆରସି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ୟାସ୍‌’। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱର ଜିଲାରେ ପଡ଼ିବ। ବାତ୍ୟା ସମୟରେ ସର୍ବାଧିକ ୧୮୫ କିମି ପବନ...

ବାତ୍ୟା କ୍ଷତିପୂରଣ ଅର୍ଥ ମିଳୁନି: ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଘେରିଲେ ଲୋକେ

ଖଇରା,୪ା୬(ଡି.ଏନ୍‌.ଏ.): ବାତ୍ୟା ‘ୟାସ୍‌’ କୁ ୧୦ଦିନ ବିତିଯାଇଥିଲେ ହେଁ ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଗଣ୍ଡିବେଡ଼ ତଥା ଅନ୍ୟାନ୍ୟ ରାଜସ୍ବ କ୍ଷେତ୍ର ଅଧୀନରେ ବନ୍ୟା...

Advertisement
Archives

Model This Week