ଅଯୋଧ୍ୟା ରାୟ

ଆକାର ପଟେଲ

ଅଯୋଧ୍ୟା ରାୟ ଏକ ନ୍ୟାୟିକ ଇତିହାସକୁ ସ୍ମରଣ କରାଇଦେଉଛି। ଭାରତୀୟ ଉପମହାଦେଶରେ ନ୍ୟାୟପାଳିକା ଆବଶ୍ୟକତାର ଡାକରାକୁ ଗ୍ରହଣ କରିଛି। ପାକିସ୍ତାନରେ ଏହା ୬୫ ବର୍ଷ ତଳେ ଘଟିଥିଲା। ସ୍ବାଧୀନତାର ମାତ୍ର କିଛି କାଳ ପରେ ପାକିସ୍ତାନ ସେନା ଦେଶର ଶାସନଭାର ହାତକୁ ନେଇଗଲା ଏବଂ ଜେନେରାଲ ଆୟୁବ ଖାନ୍‌ ହେଲେ ଦେଶର ଶାସନମୁଖ୍ୟ। ଗୁଲାମ ମହମ୍ମଦ ନାମକ ଗଭର୍ନର ଜେନେରାଲଙ୍କ ଦ୍ୱାରା ଏଭଳି ପରିସ୍ଥିତି ସବୁ ସୃଷ୍ଟି କରାଯାଇଥିଲା। ସେ ଥିଲେ ଭାରତୀୟ କମ୍ପାନୀ ମହୀନ୍ଦ୍ରା ଗ୍ରୁପ୍‌ର ଜଣେ ଅଂଶୀଦାର। ଏହି କମ୍ପାନୀର ମୂଳ ନାମ ଥିଲା ମହୀନ୍ଦ୍ରା ଆଣ୍ଡ୍‌ ମହମ୍ମଦ ଏବଂ ପରେ ତା’ର ନାମ ବଦଳି ହୋଇଛି ମହୀନ୍ଦ୍ରା ଆଣ୍ଡ୍‌ ମହୀନ୍ଦ୍ରା। ସେ ଜଣେ ଅତି ଚତୁର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ଅର୍ଥ ମନ୍ତ୍ରଣାଳୟ ଚଳାଇବା ପାଇଁ ତାଙ୍କର ନାମ ସୁପାରିସ କରାଯାଇଥିଲା। ୧୯୪୮ରେ ଜିନ୍ନାଙ୍କ ମୃତ୍ୟୁ ଓ ୧୯୫୧ରେ ତାଙ୍କ ଡେପୁଟି ଲିଆକତ୍‌ ଅଲି ଖାନ୍‌ଙ୍କ ହତ୍ୟା ପରେ ପାକିସ୍ତାନ ମୁସ୍‌ଲିମ ଲିଗ୍‌ ନେତାହୀନ ହୋଇପଡ଼ିଥିଲା ଏବଂ ମହମ୍ମଦଙ୍କୁ ଗଭର୍ନର ଜେନେରାଲ ପଦବୀ ମିଳିଗଲା। ୧୯୫୪ରେ ସେ ବେଆଇନଭାବେ ପାକିସ୍ତାନ ଗଣପରିଷଦ (ପାକିସ୍ତାନର ପ୍ରଥମ ପାର୍ଲାମେଣ୍ଟ)କୁ ଭାଙ୍ଗିଦେଲେ, ଯାହା ପାକିସ୍ତାନର ସମ୍ବିଧାନ ପ୍ରସ୍ତୁତ କରିବାରେ ଭାରତଠାରୁ ଅଧିକ ସମୟ ନେଉଥିଲା। ଯେଉଁମାନଙ୍କୁ ବରଖାସ୍ତ କରାଗଲା, ସେମାନେ କୋର୍ଟର ଦ୍ୱାରସ୍ଥ ହେଲେ ଏବଂ କୋର୍ଟ ରାୟ ଦେଲେ ଯେ ଗୁଲାମ ମହମ୍ମଦଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ। ତା’ପରେ ସେ ଓ ତାଙ୍କ ସହ କ୍ଷମତାକୁ ଆସିଥିବା ନୂଆ ମନ୍ତ୍ରୀମାନେ କୋର୍ଟରେ ଆବେଦନ କଲେ। ଏଥର ସୁପ୍ରିମ୍‌କୋର୍ଟ ମହମ୍ମଦଙ୍କୁ ସମର୍ଥନ କରି ତାଙ୍କର ବେଆଇନ କାର୍ଯ୍ୟାନୁଷ୍ଠାନକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଲେ।
ମୂଳତଃ ଯେହେତୁ ସେତେବେଳେ ଜରୁରୀ ପରିସ୍ଥିତି ଚାଲିଥିଲା (ଗଭର୍ନର ଜେନେରାଲ ଏ ପରିସ୍ଥିତି ସୃଷ୍ଟି କରିଥାନ୍ତୁ ବା ନ ଥାନ୍ତୁ), ସେ ଯାହା ଚାହିଁବେ କରିପାରିବେ ବୋଲି କୁହାଗଲା। କୋର୍ଟ ଇଂଲିଶ ଗୃହଯୁଦ୍ଧ ବିଜେତା ଓଲିଭର କ୍ରମ୍‌ଓ୍ବେଲଙ୍କ ଉକ୍ତି ଉଦ୍ଧାର କରି କହିଲେ: ଯଦି ଆଇନ ବାହାରେ କିଛି କରିବାକୁ ଦିଆ ନ ଯିବ, ତା’ହେଲେ ଆମେ କାହାକୁ ଆଇନ ତିଆରି କରିବାକୁ ପଠାଇଲାବେଳେ ଜାତିର ଗଳା କାଟିଦିଆଯାଇପାରେ। ଗଭର୍ନର ଜେନେରାଲଙ୍କ କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ରାଜନୈତିକ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଭାଙ୍ଗିଯିବାରୁ ରକ୍ଷା କରିଛି ବୋଲି କୋର୍ଟ ମତ ଦେଲେ। ଏହାଦ୍ୱାରା କୋର୍ଟ ମହମ୍ମଦଙ୍କ ଭୁଲ୍‌ କାର୍ଯ୍ୟକୁ ଅଣଦେଖା କରି ତାହାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଲେ।
ମୁଁ ଭାବୁଛି ଅଯୋଧ୍ୟା ରାୟ ମଧ୍ୟ ସେହିପରି ଭାବନାରୁ ଆସିଛି ଏବଂ ସର୍ବୋଚ୍ଚ କୋର୍ଟ ଆବଶ୍ୟକତାକୁ ଚାହିଁ ରାୟ ଦେଇଛନ୍ତି। ଅଯୋଧ୍ୟାରେ ପ୍ରତିଷ୍ଠିତ ରାମ ମନ୍ଦିରକୁ ଭାଙ୍ଗି ତା’ ଉପରେ ବାବ୍ରି ମସ୍‌ଜିଦ ତିଆରି ହୋଇଥିଲା ବୋଲି ସିଦ୍ଧାନ୍ତ ଶୁଣାଇବାକୁ ଅକ୍ଷମ ବୋଲି କହିବା ପରେ କୋର୍ଟ କାହିଁକି ସମସ୍ତ ଜମିକୁ ମନ୍ଦିର ପାଇଁ ଦେଇଦେବାକୁ ଆବଶ୍ୟକ ମନେକଲେ ତାହା ସମ୍ପୂର୍ଣ୍ଣରୂପେ ଅସ୍ପଷ୍ଟ। ସୁପ୍ରିମ୍‌କୋର୍ଟ ଏହା ମାନନ୍ତି ଯେ, ଭାରତୀୟ ଜନତା ପାର୍ଟି ଦ୍ୱାରା ଲୋକଙ୍କୁ ମତାଇ ମସ୍‌ଜିଦ ଭାଙ୍ଗିବା ଆଇନର ଅବମାନନା ଓ ଏକ ଅପରାଧ। କୋର୍ଟ ଏହା ମଧ୍ୟ ଗ୍ରହଣ କରନ୍ତି ଯେ, ମସ୍‌ଜିଦରେ ମୂର୍ତ୍ତି ସ୍ଥାପନ କରିବା ଏକ ଅପବିତ୍ର କାର୍ଯ୍ୟ। କିନ୍ତୁ ସୁପ୍ରିମ୍‌କୋର୍ଟ ସେହିମାନଙ୍କୁ ପୂରା ଜମି ଦେଇଦେଲେ ଯେଉଁମାନେ କହୁଥିଲେ ଯେ, ଯଦି ବିଶ୍ୱାସ ଠିକ୍‌ ତା’ହେଲେ ଏହା ଆଇନଗତ ତଦନ୍ତର ପରିସର ବାହାରେ ଏବଂ ପ୍ରତିଷ୍ଠିତ ବିଶ୍ୱାସକୁ କୋର୍ଟ ସମ୍ମାନ ଦେବା ଉଚିତ।
ଏହା ସ୍ପଷ୍ଟ ହୋଇଯାଇଛି ଯେ, ବିଶ୍ୱ ହିନ୍ଦୁ ପରିଷଦ ଓ ଭାଜପା ଯାହା ଦାବି କରିଆସୁଥିଲେ ଆଇନଗତ ଭାବେ ଭାରତ ତାହା ହିଁ କରିଛି। ୩୦ ବର୍ଷ ତଳେ ମୁଁ ଯେତେବେଳେ ଛାତ୍ର ଥିଲି ଅରୁଣ ସୁରୀ ବଡ଼ୋଦରାସ୍ଥିତ ବିଶ୍ୱବିଦ୍ୟାଳୟକୁ ଏହି ପ୍ରସଙ୍ଗରେ ଭାଷଣ ଦେବାକୁ ଆସିଥିଲେ। ଏହା ମସ୍‌ଜିଦ ଭଙ୍ଗା ଯିବାର ୩ ବର୍ଷ ପୂର୍ବର ଘଟଣା। ସେତେବେଳେ ଭାଜପା ସମର୍ଥକ ଥିବା ସୁରୀ କହିଥିଲେ ଯେ ମୁସଲମାନମାନେ ତାଙ୍କ ମସ୍‌ଜିଦକୁ ନେଇ ଅନ୍ୟ ସ୍ଥାନକୁ ଚାଲିଯାଆନ୍ତୁ କାରଣ ହିନ୍ଦୁମାନଙ୍କ ପାଇଁ ସ୍ଥାନଟି ଅତ୍ୟନ୍ତ ପବିତ୍ର। ବର୍ତ୍ତମାନ ଭାରତ ଠିକ୍‌ ସେଇଆ କରିବାକୁ ଯାଉଛି ନ୍ୟାୟସଙ୍ଗତ ଭାବରେ।
ଆମେ ଜାଣିବା ଦରକାର ଯେ, ପାକିସ୍ତାନ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନର ପ୍ରଭାବ ଦୀର୍ଘକାଳ ଯାଏ ରହିଥିଲା। ପାକିସ୍ତାନ ଓ ଆମର ଆଇନ ବ୍ୟବସ୍ଥା ପୂର୍ବ ଉଦାହରଣ ବା ନଜିର ଉପରେ ବିଶ୍ୱାସ କରେ। ଗୁଲାମ ମହମ୍ମଦଙ୍କ ମୃତ୍ୟୁର କିଛିବର୍ଷ ପରେ କୋର୍ଟ ପୂର୍ବ ରାୟକୁ ନଜିର ଭାବେ ନେଇ ଜେନେରାଲ ଆୟୁବ ଖାନ୍‌ଙ୍କ ଦ୍ୱାରା ଦେଶର ଶାସନକଳ ଉପରେ ସାମରିକ ଅକ୍ତିଆରକୁ ଯୁକ୍ତିଯୁକ୍ତ ଦର୍ଶାଇଥିଲେ। ତା’ପରେ ପୁଣି ଯେତେବେଳେ ଜେନେରାଲ ଜିଆ ଉଲ୍‌ ହକ୍‌ ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର ଅଲି ଭୁଟ୍ଟୋଙ୍କୁ ଫାଶୀ ଦେଇ ନିଜେ ରାଷ୍ଟ୍ରପତି ହେଲେ ସେତେବେଳେ କୋର୍ଟ ଏହାକୁ ମଧ୍ୟ ଗ୍ରହଣ କରିନେଲେ କାରଣ ପୂର୍ବରୁ ଏହାର ନଜିର ରହିଥିଲା। ଜେନେରାଲ ମୁଶରଫଙ୍କ ଶାସନଗାଦି ଅକ୍ତିଆରକୁ ମଧ୍ୟ ସମାନ ଉପାୟରେ ବୈଧ କରାଯାଇଥିଲା। ଏକଚ୍ଛତ୍ର ଶାସକମାନେ ଆଇନର ଛାତ ତଳେ ସୁରକ୍ଷିତ ରହି ଶାସନ କରିଆସିଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଯାଇଛି। ଏବେ ଦୀର୍ଘକାଳୀନ ଭିତ୍ତିରେ ଅଯୋଧ୍ୟା ରାୟର କି ପ୍ରଭାବ ପଡ଼ୁଛି ତାହା ସମୟକ୍ରମେ ଜଣାପଡ଼ିବ। ମାତ୍ର ଏହାର ନିଶ୍ଚିତ ଭାବେ ପ୍ରଭାବ ପଡ଼ିବ। ତେବେ ମୁଁ ଆଶା କରୁଛି ତାହା ପାକିସ୍ତାନ ପରି ଭାରତରେ କିଛି କ୍ଷତିସାଧନ ନ କରୁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri