ଅଯୋଗ୍ୟ ହିତାଧିକାରୀ, ସରକାରୀ କର୍ମଚାରୀଙ୍କୁ ସୁରକ୍ଷା

ସୋନପୁର, ୨।୩(ନି.ପ୍ର.)
ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ପୋଲିସ ବିଭାଗରେ ସଂସ୍କାର ଆଣିବା ପାଇଁ ୫-ଟି ବ୍ୟବସ୍ଥା ପ୍ରଚଳନ ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସୁବର୍ଣ୍ଣପୁର ଜିଲାରେ କାର୍ଯ୍ୟକାରୀ ହୋଇ ପାରୁନି। ଖୋଦ୍‌ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଳିକଙ୍କ ଏତଲାକୁ ଅସମ୍ପୂର୍ଣ୍ଣ ଦର୍ଶାଇ ଗୁରୁତ୍ୱ ଦେଉନି ବିନିକା ପୋଲିସ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଜିଓ୍ବାଇ)ର ଅଯୋଗ୍ୟ ହିତାଧିକାରୀ ଓ ଟ୍ୟାଗ ଅଫିସର ଥିବା ଅସାଧୁ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ମିଳୁଛି। ସେମାନଙ୍କ ନାମରେ ଫୌଜଦାରୀ ମୋକଦ୍ଦମା ରୁଜୁ ହୋଇ ପାରୁନି ।
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର ସିଂଘିଯୁବା, ଭଣ୍ଡାର, ବାଉଁଶୁଣି ଓ ଯୁଲୁଣ୍ଡା ପଞ୍ଚାୟତରେ ପିଏମ୍‌ଏଓ୍ବାଇଜିରେ ବ୍ୟାପକ ଅନିୟମିତତା ହୋଇଛି। ପକ୍କାଘର ଥିବା ଧନୀକ ଶ୍ରେଣୀର ବ୍ୟକ୍ତି, ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ଏମଜିଏନଆରଇଜିଏସରେ ୯୫ ଦିନର ମଜୁରୀ କରାଇ ଦେବା ନାଁରେ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ) ଲାଞ୍ଚ ନେଇଛନ୍ତି । ଗତ ଡିସେମ୍ବର ମାସରେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ଟିମ୍‌ ଦ୍ୱାରା ତଦନ୍ତ ପରେ ଏଭଳି ଅନିୟମିତତାର ପର୍ଦ୍ଦାଫାଶ ହୋଇଥିଲା। ପଞ୍ଚାୟତିରାଜ ବିଭାଗର ଉପସଚିବ କୁଳମଣି ମିଶ୍ରଙ୍କ ଚିଠି ନଂ ୧୦୧୭/ତା୧୩।୦୧।୨୦୨୦ରିଖ ଅନୁଯାୟୀ ଜିଲାପାଳ ମୋନିଷା ବାନାର୍ଜୀ ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିବା ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଳିକଙ୍କ ନାମରେ ଡ୍ରାଫ୍ଟ ଚାର୍ଜ କରିଛନ୍ତି। ବିଡିଓଙ୍କ ନାମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟ ସରକାର ତଥା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ମିକ ଟ୍ୟାଗ୍‌ ଅଫିସର ଥିବା ପିଇଓ ରମାକାନ୍ତ ନାଏକ, ଜିଆରଏସ ଅନୀଲ କୁମାର ସାହୁ, ନିରୋଜ ନଳିନୀ ନାଏକ, ସୁନୀଲ ପ୍ରସାଦ ସାହୁ ଓ କନିଷ୍ଠ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଶିବ ସୁନ୍ଦର ଗୁଇଆଙ୍କ ନାମରେ ବିନିକା ଥାନାରେ ଗତ ଫେବୃୟାରୀ ୨୦ ତାରିଖରେ ଲିଖିତ ଏତଲା ଦେଇଛନ୍ତି । ସେହିପରି ମିଥ୍ୟା ସତ୍ୟପାଠ କରି ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ହଡପ କରିଥିବା ଅଯୋଗ୍ୟ ହିତାଧିକାରୀ ଯୁଲୁଣ୍ଡା ଗ୍ରାମର ଚିତ୍ର ଦନ୍ତା, ବିଲେଇବାହାଲିର ଦୌଲଥ ବାଗ, ରତନ ନାଗ, କଦଲିପାଲିର କାର୍ତ୍ତିକ କୁମ୍ଭାର, ଭଣ୍ଡାରର ଅଜାମିଳ ବାରିକ୍‌, ବାଉଁଶୁଣିର ପ୍ରଦୀପ୍ତ ମହଲା, କଲସେପାଲିର ସାବିତ୍ରୀ ପାଣ୍ଡେ, ତାଙ୍କ ପୁଅ ଦେବରାଜ, କମିରାର ଲୋକନାଥ ପଧାନ, ତାଙ୍କ ବାପା ଗୁଲା ପଧାନ ଓ କଣ୍ଟିଆ ପଧାନଙ୍କ ନାମରେ ଫୋଜଦାରୀ ମୋକଦ୍ଦମା ରୁଜୁ ପାଇଁ ଏତଲା ଦେଇଛନ୍ତି । କିନ୍ତୁ ଏତଲାର ଦାର୍ଘ ୧୨ ଦିନ ପରେ ବି ପୋଲିସ ମାମଲା ରୁଜୁ କରିନି । ଏତଲାରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ ମାମଲା ରୁଜୁ ହୋଇନି । ବିଡିଓ ଅଯୋଗ୍ୟ ହିତାଧିକାରୀ ଓ ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କଲେ ମାମଲା ରୁଜୁ ହେବ ବୋଲି ବିନିକା ଆଇଆଇସି କୁଶ ପାଣିଗ୍ରାହୀ କହିଛନ୍ତି । ତେବେ ବିଡିଓ ପୂର୍ଣ୍ଣାଙ୍ଗ ତଥ୍ୟ ନ ଦେଇ ଉପର ଠାଉରିଆ ଭାବେ କାହିଁକି ଏତଲା ଦେଇଛନ୍ତି । ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ପିଡି ଡିଆରଡିଏଙ୍କୁ ଏତଲା କପି ପଠାଇ କଣ ପାଇଁ ଚୁପ୍‌ ବସିଛନ୍ତି ତାହା ବୁଝାପଡୁନି। ଏହି ଘଟଣାରେ ବିଡିଓଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି । ସରକାରଙ୍କ ନିର୍ଦ୍ଦେଶ ଅନୁପାଳନ କରିବାକୁ ଯାଇ ଜିଲାପାଳ ଓ ଏସ୍‌ପି ଏକ୍ଷେତ୍ରରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ବିନିକା ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?