Posted inଜାତୀୟ

ଅମ୍ଫନ ପ୍ରସ୍ତୁତି ସମୀକ୍ଷା କଲେ ମୋଦି

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ମେ ୨୦ରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଏହା ଦୀଘା-ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ରହିଛି। ଏହା ପୂର୍ବରୁ କେତେକ ସ୍ଥାନରେ ଝଡ଼, ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଇତିମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ବାତ୍ୟା ଅମ୍ଫନକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାତ୍ୟା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ଏହି ବାତ୍ୟାରେ ଉଦ୍ଧାର ପାଇଁ ୨୫ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ କରାଯାଇଥିବା ବେଳେ ୧୨ଟି ଟିମ୍‌ ପ୍ରସ୍ତୁତ ହୋଇ ରହିଛନ୍ତି। ଏତଦ୍‌ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ ୨୪ଟି ଏନ୍‌ଡିଆରଏଫ୍‌ ଟିମ୍‌ ପ୍ରସ୍ତୁତ ରହିଥିବା ନେଇ ମୋଦି ସୂଚନା ଦେଇଛନ୍ତି। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତଶାହ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, କ୍ୟାବିନେଟ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଗାନ୍ଧିନଗର,୧୦ ।୧୨: ଗୁଜରାଟରେ ଆଉ ୨ ଓମିକଅନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନେ ଜାମନଗରର ପୂର୍ବ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବେଳେ ସେମାନଙ୍କର ଏବେ...

ତାମିଲନାଡୁ: ଅବିଭାବକଙ୍କ ଉପରେ ନିର୍ଭର କରେ ସ୍କୁଲ ଖୋଲିବ କି ନାହିଁ

ଚେନ୍ନାଇ,୫ା୧- ପୋଙ୍ଗଲ ଉତ୍ସବ ପରେ ଦଶମ ଓ ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବାକୁ ଚିନ୍ତା କରୁଛନ୍ତି ତାମିଲନାଡୁ ସରକାର। ଏ ନେଇ ସରକାର ସ୍କୁଲ...

ବିମାନ ଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୮ା୬: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନବନ୍ଦରଗୁଡିକ ପାଇଁ ନୂତନ ନିୟମ ଲାଗୁ କରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ...

ନୂଆ ଭାରିଆଣ୍ଟ୍‌ ପାଇଁ ଭାକ୍ସିନ୍‌ର ୨ଟି ଡୋଜ୍‌ ଜରୁରୀ…

ନୂଆଦିଲ୍ଲୀ/ଲଣ୍ଡନ,୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ଲହରରେ ସୃଷ୍ଟି ହୋଇଥିବା ନୂଆ ଭାରିଆଣ୍ଟ୍‌ ବି-୧-୬୭୧-୨ ଅଧିକ ବେଗରେ...

ପୁରୁଣା ଫର୍ମକୁ ଫେରିଲେ ଲାଲୁ

ପାଟନା,୨୪।୧୦: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପ୍ରାୟ ତିନି ବର୍ଷ ପରେ ରବିବାର ପାଟନାକୁ ଫେରୁଛନ୍ତି। ଦିଲ୍ଲୀରୁ ପାଟନା ଯିବା ପୂର୍ବରୁ...

ବିଚାରପତିଙ୍କୁ ଜୋତା ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ, ୩୦ା୬ (ପି.ଟି.) : ଜଣେ ହତ୍ୟା ଅଭିଯୁକ୍ତ ତାଙ୍କ ପାଇଁ ନୂଆ ଓକିଲ ନିଯୁକ୍ତି ନେଇ କୋର୍ଟ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ବିଚାରପତିଙ୍କୁ...

୨୦୨୪ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ନଡ୍ଡାଙ୍କ ୧୨୦ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,୨୩।୧୧: ଆଗକୁ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାଜପା ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼...

ଅଟୋରେ ଅପେକ୍ଷା କରି କରି ଚାଲିଗଲା ଜୀବନ

ନୂଆଦିଲ୍ଲୀ,୨୭।୪ : ଦେଶର ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲ ବାହାରେ ଫୁଟ୍‌ପାତରେ ବସି ଜଣେ ଯୁବକ କାନ୍ଧୁ ଥାଏ। ଉକ୍ତ ଯୁବକଙ୍କ ମା’ ପାଖରେ ଛିଡ଼ା...

Advertisement
Archives

Model This Week