Posted inଖେଳ

ଅମ୍ପାୟର ନୋ ବଲ ଦେବାରୁ ଚାଲାକି କଲେ ପୋଲାର୍ଡ

ବିଜୟନଗରମ୍‌,୧୨।୧୧- ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଏଠାରେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ନିଜ ଚାଲାକିର ନମୁନା ଦେଖାଇଛନ୍ତି। ଆଫଗାନିସ୍ତାନ ଇନିଂସର ୨୫ତମ ଓଭରରେ ନୋ ବଲ ଦେବା ପରେ ଅମ୍ପାୟରଙ୍କୁ ବାଧ୍ୟ ହୋଇ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ପଡ଼ିଥିଲା। ୨୫ତମ ଓଭରର ପ୍ରଥମ ବଲ ପକାଇବାବେଳେ ପୋଲାର୍ଡ ଧାର୍ଯ୍ୟ ସୀମା ଅତିକ୍ରମ କରି ଯାଇଥିଲେ। ଫଳରେ ଅମ୍ପାୟର ନୋ ବଲ ଡାକି ଥିଲେ। କିନ୍ତୁ ଏହା ଶୁଣିବା ପରେ ପୋଲାର୍ଡ ବଲ ପକାଇ ନ ଥିଲେ। ଏଥିଯୋଗୁ ଅମ୍ପାୟର ବଲକୁ ଡେଡ୍‌ ବଲ ଘୋଷଣା କରିଥିଲା। ଏହି ଘଟଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ପୋଲାର୍ଡ ୫ ଓଭର ବୋଲିଂ କରି ୨୦ ଦେଇ ଉଇକେଟ ଶୂନ୍ୟ ରହିଥିଲେ। କିନ୍ତୁ ବ୍ୟାଟିଂରେ ୨୬ ବଲରେ ୩୨ ରନ୍‌ କରିଥିଲେ। ମ୍ୟାଚ୍‌ ସହ ଓ୍ବେଷ୍ଟଇଣ୍ଡିଜ ୩-୦ ବ୍ୟବଧାନରେ ସିରିଜ୍‌ କ୍ଲିନ ସୁଇପ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚର୍ଚ୍ଚାରେ ଡ୍ରାଭିଡ୍‌ଙ୍କ ପୁଅ ସମିତ

ନୂଆଦିଲ୍ଲୀ, ୧୯।୨- ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍‌ଙ୍କ ପୁଅ ସମିତ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଦୁଇମାସ ବ୍ୟବଧାନରେ ୨ଟି ଦ୍ୱିଶତକ ହାସଲ କରି...

ପ୍ରମୋଦ ‘ସ୍ପୋଟର୍‌ସମ୍ୟାନ ଅଫ ଦି ଇୟର’

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ପାରାସ୍ପୋଟର୍‌ସ ତାରକା ପ୍ରମୋଦ ଭଗତ କ୍ୟାରିୟରରେ ଆଉ ଏକ ସ୍ମରଣୀୟ ସ୍ବୃତି ଲାଭ କରିଛନ୍ତି। ସୋମବାର ସେ ସ୍ପୋଟର୍‌ସଷ୍ଟାର ଏସେସ୍‌...

ହାଇଦ୍ରାବାଦ ଏଫ୍‌ସି ଦଳରେ ଲାଲମ୍‌ପୁଇଆ ଓ ଫର୍ନାଣ୍ଡିଜ

ହାଇଦ୍ରାବାଦ, ୧୫ା୯ (ପି.ଟି.)-ନୂଆ ସିଜନ ଆରମ୍ଭ ପୂର୍ବରୁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ହାଇଦ୍ରାବାଦ ଏଫ୍‌ସି ସୋମବାର ଦୁଇ ଯୁବ ଆକ୍ରମଣାତ୍ମକ ଖେଳାଳି ଲାଲମପୁଇଆ...

ସ୍ମିଥ୍‌ଙ୍କୁ ଗାଳି ଦେଉଥିଲେ ଦର୍ଶକ, କ୍ଷମା ମାଗିଲେ ବିରାଟ

ଓଭାଲ, ୧୦।୬: ଆଇସିସି ବିଶ୍ୱକପରେ ରବିବାର ଅନୁଷ୍ଠିତ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା।...

ବୋଲ୍ଟ ମୋର ଦୁର୍ବଳତା ଜାଣନ୍ତି, ଜାଣି ନ ପାରି ଫସିଗଲି

ନୂଆଦିଲ୍ଲୀ,୧୮।୧୧: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଟିମ୍‌ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ରୋହିତ ବିସ୍ଫୋରକ...

ଐତିହାସିକ ମ୍ୟାଚ୍‌ରେ ଧୋନୀଙ୍କ ଭାଗରେ ପଡ଼ିଲାନି ଟସ୍‌

ଦୁବାଇ,୧୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣର ଫାଇନାଲରେ ଟସ୍‌ ଜିତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି...

ଦୁଇ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ୍‌ର ପୂର୍ବ ଦୁଇ ମ୍ୟାଚ୍‌ ଭଳି ତୃତୀୟ ମୁକାବିଲାରେ ମଧ୍ୟ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତିଛନ୍ତି।...

ଭାରତ-ଶ୍ରୀଲଙ୍କା ଟି୨୦ ଆଜି

ମୁମ୍ବାଇ,୩ା୧: ଟି୨୦ ବିଶ୍ୱକପ୍‌କୁ ଆଉ ମାତ୍ର ୧୮ ମାସ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମିଶନ୍‌ ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଭାରତୀୟ...

Advertisement
Archives

Model This Week