Posted inଜାତୀୟ

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଭୋପାଳ,୨୦ା୪(ପି.ଟି.): ଅମେଠିରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ (ଇସି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ବିନା ଅନୁମତିରେ କଂଗ୍ରେସ ଦଳ ପକ୍ଷରୁ ଅମେଠିରେ ରାହୁଲଙ୍କ ଫଟୋ ସହ ‘ଏବେ ହେବ ନ୍ୟାୟ’ ବ୍ୟାନର ଲାଗିଛି। ବ୍ୟାନର ଲଗାଇବା ପାଇଁ ଘର ମାଲିକଙ୍କ ଅନୁମତି ମଧ୍ୟ ନିଆଯାଇ ନାହିଁ। ଏହା ଆଚରଣ ବିଧିର ଉଲ୍ଲଂଘନ। ନୋଟିସ ପାଇବାର ୨୪ ଘଣ୍ଟା ମଧ୍ୟରେ  ଏହା ଉପରେ ଜବାବ ରଖିବାକୁ ରାହୁଲଙ୍କୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ଅମେଠିର ବିଭିନ୍ନ ସ୍ଥାନରେ ଏଭଳି ୭ଟି ବ୍ୟାନର ଲାଗିଥିବା ନିର୍ବାଚନ ପର୍ଯ୍ୟବେକ୍ଷକ ଟିମ୍‌ ଦେଖିବାକୁ ପାଇଥିଲେ। ଏଥିପାଇଁ ଅନୁମତିପତ୍ର ଦେଖାଇବାକୁ କହିବାରୁ କଂଗ୍ରେସ କର୍ମୀ ତାହା ଦେଖାଇପାରି ନ ଥିଲେ। ରାହୁଲ ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭାରେ ସିଟ୍‌ ପରିବର୍ତ୍ତନକୁ ନେଇ କ୍ରୋଧିତ ହେଲେ ସଞ୍ଜୟ: ଭେଙ୍କିୟାଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୦।୧୧: ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ଅଧିବେଶନର ତୃତୀୟ ଦିନ ହୋଇଥିବା ବେଳେ ଗୃହରେ ଏନ୍‌ଆରସି, ପ୍ରଦୂଷଣ ଓ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ...

ବିଜେପି କାର୍ଯ୍ୟାଳୟ ତାଲା ଭାଙ୍ଗି ନିଜ ଦଳର ନାଁ ଲେଖିଲେ ମମତା

କୋଲକାତା,୩।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀ ରାମ’ ରାଜନୀତି ତେଜିବାରେ ଲାଗିଛି। ଦୁଇ ଦଳ ମଧ୍ୟରେ ପରସ୍ପର କାର୍ଯ୍ୟାଳୟ ଉପରେ ଦଖଲକୁ ନେଇ ଏବେ ବୟାନବାଜି...

ବିଦେଶୀ ଗାଈ ଗୋମାତା ନୁହେଁ; ଆଣ୍ଟି: ସେମାନଙ୍କ କ୍ଷୀରରେ ପୂଜା ହେବା ଅନୁଚିତ କହିଲେ ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ

କୋଲକାତା,୫।୧୧: ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ୍‌ ଘୋଷ ଏକ ମନ୍ତବ୍ୟ ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ କହିଛନ୍ତି ଯେ, ବିଦେଶୀ ଗାଈ ଗୋମାତା ନୁହଁନ୍ତି।...

ବିବାହ ବେଦୀରୁ ଉଠି ୧୦ ମିନଟ୍‌ରେ ପହଞ୍ଚିଲେ ପରୀକ୍ଷା ହଲ୍‌ରେ

ବେଙ୍ଗାଲୁରୁ,୬।୨: ଜଣେ ୨୪ ବର୍ଷୀୟା ଏମ୍‌. କମ୍‌ ଛାତ୍ରୀ ହର୍ଷିତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ବେଙ୍ଗାଲୁରୁର ଏହି ଛାତ୍ରୀ ଜଣଙ୍କ ଘର...

କୁଲଗାମ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ୩ ଯବାନ ଆହତ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ଟଳିପଡ଼ିଥିବା ବେଳେ ୩ଜଣ ଯବାନ...

ନାମାଙ୍କନପତ୍ର ଦାଖଲ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ ,୨୨।୧: ଦୀର୍ଘ ୬ ଘଣ୍ଟାକାଳ ଅପେକ୍ଷା କରିବା ପରେ ଏଏପି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନୂଆଦିଲ୍ଲୀ ଆସନ ଲାଗି ମଙ୍ଗଳବାର...

ଦେଶରେ ଥମୁନି କରୋନା: ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଲକ୍ଷେ, ୧୦ ଦିନରେ ୨ ଲକ୍ଷରୁ ଛୁଇଁଲା ୩ ଲକ୍ଷ

ନୂଆଦିଲ୍ଲୀ, ୧୩।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୬୦୩ରେ ପହଞ୍ଚିଥିବାବେଳେ...

ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ମୋବାଇଲ୍‌ ଦେଖୁଥିଲେ ରାହୁଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୨୦।୬: ଲୋକ ସଭାର ମିଳିତ ବୈଠକର ଏକ ଭିଡ଼ିଓ ଏବେ ଭାଇରାଲ ହୋଇଛି। ଭିଡ଼ିଓରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *