ଅମୃତ ପୁରୁଷ ଭୀମ ଭୋଇ

ଡ. ଉଦ୍ଧବ ଚରଣ ନାୟକ

ଓଡ଼ିଶାର ନିଜସ୍ବ ଧର୍ମ ମହିମା ଧର୍ମରେ ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ମହିମା ଗୋସେଇଁ ବା ‘ମହିମାସ୍ବାମୀ’। ମୁଖ୍ୟ ପ୍ରଚାରକ ଭୀମଭୋଇ ।
ଭୀମଭୋଇ ମହିମାଧର୍ମର ଆଦିକବି। ବୌଦ୍ଧ ଧର୍ମରେ ନାଗାର୍ଜୁନ, ଖ୍ରୀଷ୍ଟଧର୍ମରେ ସେଣ୍ଟପଲ ଓ ବ୍ରାହ୍ମ ସମାଜରେ କେଶବ ଚନ୍ଦ୍ର ସେନ୍‌ଙ୍କ ପରି ମହିମାଧର୍ମରେ ଭୀମଭୋଇଙ୍କ ଭୂମିକା ଅତ୍ୟନ୍ତ ତାପତର୍‌ୟ୍ୟପୂର୍ଣ୍ଣ। ଭୀମଭୋଇ ଏକାଧାରରେ ଥିଲେ ଜଣେ କବି, ପଣ୍ଡିତ, ବାଗ୍ମୀ, ସଂଗଠକ, ଧର୍ମପ୍ରଚାରକ ଓ ସଂସ୍କାରକ। ତାଙ୍କ ବ୍ୟକ୍ତିତ୍ୱର ପଟାନ୍ତର ନାହିଁ। ଊନବିଂଶ ଶତକରେ ଭାରତ ବର୍ଷରେ ଧର୍ମ – ସମାଜ କ୍ଷେତ୍ରରେ ପ୍ରକାଶ ପାଇଥିବା ପୁନଃ ଅଭ୍ୟୁତ୍‌ଥାନ ଆନ୍ଦୋଳନରେ ମହିମା ଗୋସେଇଁ (୧୮୨୬-୧୮୭୬) ଓ ଭୀମଭୋଇ (୧୮୪୬-୧୮୯୫) ଥିଲେ ଅନ୍ୟତମ ପୁରୋଧା। ଭୀମଭୋଇ ଥିଲେ ମହିମାସ୍ବାମୀଙ୍କର ପ୍ରଧାନ ଗୃହୀଭକ୍ତ। ମହିମା ସ୍ବାମୀଙ୍କ କୃପାରୁ ତାଙ୍କର କବିତ୍ୱ ବୋଲି ଭୀମଭୋଇ ବାରମ୍ବାର ସ୍ବରଚନାରାଜିରେ ଉଲ୍ଲେଖ କରିଯାଇଛନ୍ତି।
ସମାଜରେ ପ୍ରଚଳିତ ହୀନ ଜାତିଭେଦ, ଅନ୍ଧବିଶ୍ୱାସ, କୁସଂସ୍କାର, ପ୍ରତିମାପୂଜା ତଥା ବ୍ରାହ୍ମଣ୍ୟ ଧର୍ମ ପ୍ରଭାବରୁ ସମାଜର ଅସ୍ପୃଶ୍ୟ, ନିଷ୍ପେଷିତ ଦଳିତ ଲୋକଙ୍କୁ ମୁକ୍ତ କରି ସୁସ୍ଥ ରଖିବା ପାଇଁ ଭୀମଭୋଇ ଥିଲେ ଦୃଢ଼ ପରିକର। ଭୀମଭୋଇ ସମାଜକୁ ଆହ୍ବାନ ଜଣାଇ ମୁକ୍ତ କଣ୍ଠରେ ଘୋଷଣା କରିଥିଲେ-
”ଜାତି ଖୋଜିଲେ ମୁକ୍ତି ନାହିଁ।
ମୁକ୍ତି ଖୋଜିଲେ ଜାତି ନାହିଁ॥
ଏକ ଶୂନ୍ୟ ବ୍ରହ୍ମଙ୍କଠାରେ ଶରଣପଶ।
ରୂପନାମରେ ମୁକ୍ତି ନାହିଁ॥
କାମନା ହିଁ ମୁକ୍ତିର ପ୍ରତିବନ୍ଧକ।
ଅଲେଖ ଏକାକ୍ଷର ହିଁ ବ୍ରହ୍ମନାମ॥“
ଭୀମଭୋଇଙ୍କର ଏହି ବାଣୀ ହେଉଛି ମହିମାଧର୍ମର ମୂଳନୀତି ଓ ଆଦର୍ଶ। ୧୮୭୬ ମସିହାରେ ଗୁରୁ ମହିମା ସ୍ବାମୀଙ୍କର ଯୋରନ୍ଦାଠାରେ ବ୍ରହ୍ମଲୀନ ଘଟିବାରୁ ଭୀମଭୋଇ ମହିମା ଧର୍ମ ପ୍ରଚାରରେ ମନ ନିବେଶକରି ମହିମା ଧର୍ମ ସମ୍ପର୍କରେ ରାଶି ରାଶି ଗ୍ରନ୍ଥ ରଚନା କରିବାରେ ଲାଗିଲେ। ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ଆସି ଭୀମଭୋଇଙ୍କଠାରୁ ଦୀକ୍ଷା ଗ୍ରହଣ କରି ମହିମାଧର୍ମରେ ଦୀକ୍ଷିତ ହେଲେ। ଭୀମଭୋଇ ସଂସ୍କାରମୂଳକ ସଙ୍ଗୀତ ଗାନକରି ଲୋକମାନଙ୍କୁ ଉଦ୍‌ବୋଧନ ଦେଲେ।
ଛତିଶ କୁଳୀ ବାଉନ ଯେ ପାଟକ
ଯେ ଅଛି ସ୍ତ୍ରିରୀ ପୁରୁଷ,
ଉଚ୍ଚ ନୀଚ ବୋଲି ବାରଣ ନ କରି
ନାମରେ ଶରଣ ପଶ।
ମହିମା ଧର୍ମ ଦ୍ୱାରା ସମାଜରେ ସଂସ୍କାର ଆଣିବା ନିମନ୍ତେ ଭୀମଭୋଇ ପ୍ରଥମେ ହରିଜନମାନଙ୍କ କୌଳିକ ସଂଜ୍ଞାକୁ ହଟାଇ ସେମାନଙ୍କୁ ‘ଶାସେନୀ’ ସଂଜ୍ଞା ପ୍ରଦାନ କଲେ। ଦିନକୁ ଦିନ ଭୀମଭୋଇଙ୍କର ଶିଷ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ତାଙ୍କର ଚିନ୍ତା, ଚେତନା, ଦର୍ଶନ ଓ ଦୃଷ୍ଟି ନିକ୍ଷେପ ହେଲା ସମାଜ ପାଇଁ – ମାନବ ସମ୍ବଳର ବିକାଶ ପାଇଁ, ସାମଜରେ ଶଢୁଥିବା ଜନଗଣଙ୍କ ପାଇଁ, ମାନବିକ ମୂଲ୍ୟବୋଧର ବିକାଶ ପାଇଁ, ଜାତୀୟ ଚରିତ୍ର ଗଠନ ପାଇଁ, ଧାର୍ମିକ ସାଂସ୍କୃତିକ ଚେତନାର ଅଭିବୃଦ୍ଧି ପାଇଁ ଓ ନାରୀ ପୁରୁଷ ମଧ୍ୟରେ ସମାନତା ରକ୍ଷା ପାଇଁ। ନିଜ ଆଶ୍ରମ ପ୍ରାଙ୍ଗଣରେ ଭୀମଭୋଇ ପ୍ରତ୍ୟହ ଗୀତା, ଭାଗବତ, ପୁରାଣ ଶାସ୍ତ୍ର, ବେଦ-ବେଦାନ୍ତ ଓ ଦର୍ଶନ ଆଦି ସମ୍ପର୍କରେ ମନମୁଗ୍ଧକର ପ୍ରବଚନ ପ୍ରଦାନ କରୁଥିଲେ। ଭକ୍ତମାନେ ସେସବୁ ଶ୍ରବଣ କରି ଆନନ୍ଦିତ, ଉଲ୍ଲସିତ ଓ ପୁଲ୍ଲକିତ ହୋଇ ଉଠୁଥିଲେ। ଭୀମଭୋଇ ଜଣେ କବି, ସାଧାରଣ ମହିମାଭକ୍ତ ଓ ଧର୍ମ ପ୍ରଚାର କରୁ କରୁ ହୋଇଗଲେ ‘ସନ୍ଥ ସାଧକ ଭୀମଭୋଇ’।
ସେ ମହିମାଧର୍ମ ଏକେଶ୍ୱରବାଦ ସମ୍ପର୍କରେ ରଚନା କଲେ ରାଶି ରାଶି ପୁସ୍ତକ। ସେ ନିରକ୍ଷର ଥିବାରୁ ଚାରିଜଣ ଲେଖନକାରଙ୍କୁ ଏକାଠି ବସାଇ ଭଜନ ଜଣାଣ ଡାକି ଦେଇଥିଲେ। ସେସବୁ ଏକ ସଙ୍ଗରେ ଚାରୋଟି ସ୍ବାଦର ଭଜନରେ ପରିଣତ ହୋଇଯାଇଥିଲା। ସେ ଏକଶହ ବତିଶ ଖଣ୍ଡ ପୁସ୍ତକ ସମେତ ହଜାର ହଜାର ଭଜନ ଜଣାଣ ରଚନା କରିଯାଇଥିବାର ଜଣାଯାଏ। ତାଙ୍କ ରଚିତ ପୁସ୍ତକ ମଧ୍ୟରେ ବ୍ରହ୍ମ ନିରୂପଣ ଗୀତା, ସ୍ତୁତି ଚିନ୍ତାମଣି, ଶ୍ରୁତି ନିଷେଦ ଗୀତା, ଶ୍ରୀଶ୍ରୀ ନିର୍ବେଦ ସାଧନ । ଭୀମ ଭୋଇଙ୍କର ବୈଶିଷ୍ଟ୍ୟ ହେଲା ସେ ନିଜର ସମସ୍ତ ରଚନା କଣ୍ଠସ୍ଥ କରି ରଖିଥିଲେ। ଯେତେବେଳେ ଯେଉଁ ପୁସ୍ତକର ଯେଉଁ ଅଧ୍ୟାୟରୁ ତାଙ୍କୁ ବୋଲିବାକୁ କୁହାଯାଉଥିଲା ତାହା ଅନାୟାସରେ ଗାଇ ଦେଇ ପାରୁଥିଲେ। ପୁଣି ସେ ଯେଉଁ ଭଜନ ଜଣାଣ, ଚଉତିଶା ଆଦି ରଚନା କରିଯାଇଛନ୍ତି, ସେସବୁକୁ ସେ କୌଣସି ରାଗ ବା ସ୍ବର ଦେଇ ରଚନା କରି ନ ଥିଲେ। ସେ ସ୍ବରଚିତ ଭଜନ, ଜଣାଣକୁ ଏପରି ଭାବରେ ରଚନା କରିଥିଲେ ଯେ, ସେସବୁକୁ ବୋଲିବା ମାତ୍ରେ ସ୍ବତଃ ତାହା ଏକ ରାଗକୁ ସ୍ପର୍ଶ କରି ଦେଉଥିଲା। ଭୀମଭୋଇ ଓଡ଼ିଆ, ବଙ୍ଗଳା, ସଂସ୍କୃତ, ଓଡ଼ିଆ-ତେଲୁଗୁ ମିଶ୍ରିତ ଭାଷାରେ ବହିମାନ ରଚନା କରିଯାଇଛନ୍ତି। ମହିମା ବିନୋଦ (ବଙ୍ଗଳା) ଓ ମନୁ ସଭା ମଣ୍ଡଳ (ତେଲୁଗୁ, ଓଡିଆ, ସଂସ୍କୃତ ମିଶ୍ରିତ ଭାଷାରେ) ଏହାର ଜ୍ୱଳନ୍ତ ଉଦାହରଣ।
ଭୀମଭୋଇଙ୍କର ଆବିର୍ଭାବ ଘଟିଥିଲା ୧୮୪୬ ମସିହା ବୈଶାଖ ପୂର୍ଣ୍ଣମୀ ତିଥିରେ। ବର୍ତ୍ତମାନର ସୋନପୁର ଜିଲା ଅନ୍ତର୍ଗତ ବୀର ମହାରାଜପୁର ଅଞ୍ଚଳର ଜଟାସିଙ୍ଗା ଗ୍ରାମର ପୋଖରୀ ହୁଡାରେ ଥିବା ତାଳବଣରେ। ତାଙ୍କୁ ପାଇ ନିଃସନ୍ତାନ କନ୍ଧ ଦମ୍ପତି ଦନାର ଭୋଇ ଓ ଗୁରୁବାରୀ ନିଜ ପୁତ୍ର ପରି ପାଳନ କରିଥିଲେ। ଏବେ ବି ତାଙ୍କ ପ୍ରକୃତ ପିତାମାତାଙ୍କ ପରିଚୟ ତମସାଚ୍ଛନ୍ନ ା ଏହି ମହାନ୍‌ ପୁରୁଷ ସନ୍ଥ କବିଙ୍କର ୧୮୯୫ ମସିହା ଶିବରାତ୍ରିରେ ତିରୋଧାନ ଘଟିଥିଲା ସେହି ସୋନପୁରର ଖଲିଆପଲି ମହିମା ଆଶ୍ରମରେ। ଆଜି ସେହି ପୀଠ ମହିମା ଧର୍ମର ଅନ୍ୟତମ ପୁଣ୍ୟ ପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି। ଏହି ମହାପୁରୁଷଙ୍କର କ’ଣ ମୃତ୍ୟୁ ହୋଇପାରେ !! ସେ ଅମୃତ ପୁରୁଷ…..

ଭୁବନେଶ୍ୱର, ମୋ-୯୪୩୮୨୯୯୧୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri