ଅଭୟ-୨ ଓ୍ବେବସିରିଜ୍‌ରେ ରାମ କପୁରଙ୍କ ଭୟଙ୍କର ରୂପ

ମୁମ୍ବାଇ: ଜି-୫ ସାଇକ୍ଲୋଜିକାଲ ଥ୍ରିଲର ଅଭୟର ଦ୍ୱିତୀୟ ଭାଗ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏହି ଓ୍ବେବସିରିଜ୍‌ର ପ୍ରୋମୋ ମଧ୍ୟ ରିଲିଜ୍‌ ହୋଇସାରିଛି। ଚଳିତ ଥର ସବୁଠାରୁ ଲେକପ୍ରିୟ ଟେଲି କଳାକାର ରାମ କପୁର ଏହି ସିରିଜ୍‌ରେ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏଥିରେ ତାଙ୍କୁ ଦୁର୍ଦ୍ଦାନ୍ତ ଅପରାଧୀ ଚରିତ୍ରରେ ଦେଖିବାକୁ ମିଳିବ। ତେବେ ରାମଙ୍କ ଏଭଳି ରୂପକୁ ତାଙ୍କ ପ୍ରଶଂସକ କେବେ ଦେଖି ନ ଥିବେ। ସୂଚନାଯୋଗ୍ୟ, ଏହି ଓ୍ବେବସିରିଜ୍‌ ପ୍ରକୃତ ଅପରାଧ କାହାଣୀ ଉପରେ ଆଧାରିତ ହୋଇଛି। ଅଭିନେତା କୁନାଲ ଖେମୁ ଏହାର ଅଫିସିଆଲ ଟ୍ରେଲର ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, ଏହି ଚୋର ପୋଲିସ ଖେଳରେ ଜଣେ ସଇତାନ ପ୍ରବେଶ କରିଛି। ସେ ସବୁଠାରୁ ଭିନ୍ନ ହୋଇଥିବାରୁ ବିପଦଜନ୍ନକ ମଧ୍ୟ। ତେଣୁ ଏହି ସଇତାନକୁ କନ୍ଦାଇବା ମୋର ଉଦ୍ଦେଶ୍ୟ ନୁହେଁ ବରଂ ମୋର ଜିଦ୍‌ ବୋଲି କୁନାଲ କହିଛନ୍ତି। ତେବେ କୁନାଲଙ୍କ ଏହି ପୋଷ୍ଟକୁ ଦେଖି ଏବେ ଦର୍ଶକ ଏହାର ରିଲିଜ୍‌ ଅପେକ୍ଷାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବନ୍ଧୁତା

କ’ଣ କରିବେ ଦିଶା ପଟାନି-ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା। ଅର୍ଥାତ୍‌ ସେ ଦୋଛକିରେ ପଡିଯାଇଛନ୍ତି। ଟାଇଗର ଶ୍ରଫଙ୍କ ସହ ତାଙ୍କ...

ସଲମାନ୍‌ଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟ ପରେ ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିିନେତ୍ରୀ

ବଲିଉଡ୍‌ରେ ବୋଲ୍ଡ ଏବଂ ରୋମାଣ୍ଟିକ୍‌ ଦୃଶ୍ୟ ସାଧାରଣ। ହେଲେ ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଖୁବ୍‌ କମ୍‌ ଫିଲ୍ମରେ ରୋମାଣ୍ଟିକ୍‌ ଦୃଶ୍ୟ କରିଥାନ୍ତି। ତେବେ ସଲମାନ୍‌ଙ୍କର...

ବକ୍ସ ଅଫିସରେ ଧମାଲ କରୁଛି ‘ପିଏମ୍‌ ନରେନ୍ଦ୍ର ମୋଦି’

ମୁମ୍ବାଇ,୨୮।୫: ଦେଶ ହେଉ ବା ସିନେ ଜଗତ ସବୁଠାରେ ଏବେ ମୋଦିଙ୍କ ଲହର ଚାଲିଛି। ମୋଦିଙ୍କ ବାୟୋପିକ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ବକ୍ସ ଅଫିସରେ...

ନିଜର ପ୍ରଡକସନ୍‌ ହାଉସ୍‌ ଆରମ୍ଭ କଲେ ସୋହା

ମୁମ୍ବାଇ: ଖୁବ୍‌ଶୀଘ୍ର ଓ୍ବେବ ସିରିଜ୍‌ ମାଧ୍ୟମରେ ପରଦାକୁ ଫେରୁଛନ୍ତି ବଲିଉଡ୍‌ ନାୟିକା ସୋହା ଅଲି ଖାଁ। ଇତି ମଧ୍ୟରେ ସେ କିନ୍ତୁ ନିଜ ପ୍ରଡକସନ୍‌ ହାଉସ୍‌...

ଲକ୍‌ଡାଉନ୍‌ରେ ସ୍ବାମୀଙ୍କ ସହ ଭାରତୀଙ୍କ ନୂଆ ଶୋ’: ହମ୍‌, ତୁମ୍‌ ଔର କ୍ୱାରାଣ୍ଟାଇନ

ମୁମ୍ବାଇ: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ଯୋଗୁ ସମସ୍ତ ଟିଭି ସିରିୟଲ୍‌, ଶୋ’ ଓ ଫିଲ୍ମର ଶୁଟିଂ...

୨୫ରେ ‘ମାଲ ମହୁ ଜୀବନ ମାଟି’ର ଟ୍ରେଲର ରିଲିଜ୍‌

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ଓଡ଼ିଆ ଚଳଚ୍ଚିତ୍ର ‘ମାଲ ମହୁ ଜୀବନ ମାଟି’ ନଭେମ୍ବର ୮ରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ। ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ତୋଷ ନୋହିଲା ମୋର...

ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସାରା ଅଲ୍ଲୀ ଖାନ୍‌: ବାପା ରଖିଲେ ଏମିତି ସର୍ତ୍ତ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜର ସୁନ୍ଦର ଅଭିନୟ ପାଇଁ ବେଶ୍‌ ପରିଚିତ। ଏଥିସହ ପ୍ରେମ ସମ୍ପର୍କକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ...

ଡିସେମ୍ବର ୪ରେ ୫ଟି ଭାଷାରେ ରିଲିଜ୍‌ ହେବ ବ୍ରହ୍ମାସ୍ତ୍ର: ଭିଡ଼ିଓ ଶେୟାର କଲେ ଆଲିଆ

ମୁମ୍ବାଇ: ହିନ୍ଦି ଫିଲ୍ମ ବ୍ରହ୍ମାସ୍ତ୍ରର ରିଲିଜ୍‌ ତାରିଖ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଶେଷରେ ଏହାର ଅନ୍ତ ଘଟିଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ...

Coronavirus Update


Archives

Model This Week

Why Dharitri