Posted inଖେଳ

ଅଭ୍ୟାସରେ ଯୋଗଦେଲେ ଷ୍ଟୋକ୍ସ

ସେଞ୍ଚୁରିୟନ,୨୬।୧୨(ଏଏଫ୍‌ପି)- ସ୍ଥାନୀୟ ସୁପରସ୍ପୋର୍ଟ ପାର୍କ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଇଂଲଣ୍ଡ ଦଳରେ ଯୋଗ ଦେଇଛନ୍ତି। ଏହି ମ୍ୟାଚ୍‌ ଗୁରୁବାରଠାରୁ ଆରମ୍ଭ ହେବ। ଷ୍ଟୋକ୍ସଙ୍କ ପିତା ଗେଡ୍‌ ଷ୍ଟୋକ୍ସ ଅସୁସ୍ଥ ହୋଇ ଜୋହାନ୍ସବର୍ଗର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ଫଳରେ ଷ୍ଟୋକ୍ସ ବୁଧବାର ଇଂଲଣ୍ଡ ଶିବିରରେ ଯୋଗଦେବା ସହ ଅଭ୍ୟାସ କରିଛନ୍ତି। ଗେଡ୍‌ କ୍ରିକେଟ ଦେଖିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲେ। ତେବେ ସେ ଗୁରୁତରଭାବେ ଅସୁସ୍ଥ ହୋଇପଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପିତାଙ୍କ ପାଖରେ ରହିବା କାରଣରୁ ଷ୍ଟୋକ୍ସ ଅଭ୍ୟାସରେ ଯୋଗ ଦେଇପାରି ନ ଥିଲେ। ଡାକ୍ତରଙ୍କ ଚିକିତ୍ସା ଓ ଲୋକମାନଙ୍କର ସମର୍ଥନ ପାଇଁ ଷ୍ଟୋକ୍ସଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି।
ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ଓ ଜୋଫ୍ରା ଆର୍ଚର ଇତିମଧ୍ୟରେ ଆରୋଗ୍ୟ ଲାଭ କରିଛନ୍ତି। ଅସୁସ୍ଥତା କାରଣରୁ ଏହି ଦୁଇ ବୋଲର ଇଂଲଣ୍ଡର ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିପାରି ନ ଥିଲେ। ସେହିପିରି ଜ୍ୟାକ ଲିଚ୍‌, ଓଲି ପୋପ୍‌ ଓ କ୍ରିସ୍‌ ଓ୍ବକ୍ସ ମଧ୍ୟ ଅସୁସ୍ଥତା କାରଣରୁ ଅନ୍ତିମ ଅଭ୍ୟାସ ମ୍ୟାଚ୍‌ ଖେଳିପାରି ନ ଥିଲେ। ତେବେ ଏହି ୩ ବୋଲର ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ଚୟନରୁ ବାଦ୍‌ ପଡିନାହନ୍ତି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗ୍ରାମରେ ନେଟ୍‌ଓ୍ବର୍କ ସମସ୍ୟା ସମାଧାନ କଲେ ଏହି ଭାରତୀୟ ଅମ୍ପାୟର

ନୂଆଦିଲ୍ଲୀ, ୧୪।୭- ମହାମାରୀ କରୋନା ଭାଇରସ ଲାଗି ବିଶ୍ୱରେ କ୍ରୀଡ଼ା ପ୍ରତିଯୋଗିତା ବିଶେଷ ଭାବେ ପ୍ରଭାବିତ ହୋଇଛି। ଦୀର୍ଘ ୪ ମାସର ବ୍ୟବଧାନ ପରେ ନିକଟରେ...

ଇତିହାସ ଲକ୍ଷ୍ୟରେ ୧୪୦ କେଜି ଓଜନର ବୋଲରଙ୍କୁ ଖେଳାଇଲା ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୨୪।୭: ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ନିର୍ଣ୍ଣାୟକ ୩ୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି...

କରୋନା ଭାଇରସ: ଭାରତୀୟ ହକି ଖେଳାଳି ଇଂଲିଶ ଶିଖୁଛନ୍ତି, ବହି ପଢୁଛନ୍ତି, ସିନେମା ଦେଖୁଛନ୍ତି

ନୂଆଦିଲ୍ଲୀ,୨୫ା୩(ପି.ଟି.)- କୋଭିଡ-୧୯ କାରଣରୁ ସ୍ପୋଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ସେଣ୍ଟରକୁ ପୂରା ବନ୍ଦ କରାଯାଇଛି। ଫଳରେ ଭାରତୀୟ ହକି ଖେଳାଳିମାନେ ପର୍ଯ୍ୟାପ୍ତ ପରିମାଣର ସମୟ...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍‌ଘାଟିତ: ଭାରତ ହେବ ବିଶ୍ୱ କ୍ରୀଡ଼ାର ‘ସୁପର ପାୱାର’

କଟକ ଅଫିସ,୨୩ା୨-ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ପ୍ରଥମ ସଂସ୍କରଣ ଶନିବାର ସନ୍ଧ୍ୟାରେ ମହାସମାରୋହରେ ଉଦ୍‌ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ସଚିନ, କୋହଲିଙ୍କୁ କ୍ଲାର୍କଙ୍କ ପ୍ରଶଂସା

ମେଲବୋର୍ନ,୧୦।୪ (ପି.ଟି.): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି ମାଇକେଲ କ୍ଲାର୍କ। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ସଚିନ୍‌ଙ୍କ ଭଳି...

ଭେନେଜୁଏଲା ଫୁଟବଲ ଫେଡେରେଶନ ଅଧ୍ୟକ୍ଷଙ୍କ ପରଲୋକ

କାରାକାସ,୬।୮(ଏପି): ଦକ୍ଷିଣ ଆମେରିକୀୟ ଫୁଟବଲ ପାଓ୍ବାର ହାଉସ୍‌ ଭେନେଜଏଲାର ଫୁଟବଲ ଫେଡେରେଶନ ଅଧ୍ୟକ୍ଷ ଜେସସ୍‌ ବେରାର୍ଡିନେଲିଙ୍କ ବୁଧବାର ପରଲୋକ ହୋଇଛି। ସେ ହଠାତ୍‌ ଅଚେତ୍‌ ହୋଇପଡିଥିଲେ...

ପ୍ରଥମ ଦିନିକିଆ: ଓ୍ବେଷ୍ଟଇଣ୍ଡିଜର ସହଜ ବିଜୟ

ଲକ୍ଷ୍ନୌ,୭।୧୧- ଏଠାରେ ବୁଧବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ୨୧ଟି ବଲ ବାକି ରଖି ୭ ଉଇକେଟରେ ଅତି ସହଜରେ...

ଭାରତୀୟ କ୍ରିକେଟ ଦଳରେ ପୂର୍ଣ୍ଣାଙ୍ଗ ଫିଲ୍‌ଡର ନାହାନ୍ତି

ନୂଆଦିଲ୍ଲୀ, ୧୧ା୫ (ପି.ଟି.)- ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳରେ ବହୁ ଭଲ ଫିଲ୍‌ଡର ରହିଛନ୍ତି, ହେଲେ ଜଣେ ହେଲେ ଯୁବରାଜ ସିଂଙ୍କ ଭଳି ପୂର୍ଣ୍ଣାଙ୍ଗ ଫିଲ୍ଡର...

Coronavirus Update

Archives

Model This Week

Why Dharitri