ଅଭିଶପ୍ତ ଗାଁ: ଯେଉଁଠି ରୁହନ୍ତି ଗୋଟିଏ ସର୍‌ନେମ୍‌ର ଲୋକେ

ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଏକ ଗାଁକୁ ଅଭିଶପ୍ତ ଗାଁ ବୋଲି କୁହାଯାଏ। କାରଣ ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସରନେମ ବା ସାଜ୍ଞା। ପ୍ରାୟ ୭ଶହ ଲୋକ ଏହି ଗାଁରେ ରହୁଥିବା ବେଳେ ସମସ୍ତଙ୍କ ସର୍‌ନେମ୍‌ ‘ଚରବାଡିଆ’। କୁହାଯାଏ ଯିଏ ବି ଏହି ଗାଁରେ ରହିବାକୁ ଇଚ୍ଛା କରନ୍ତି ସମସ୍ତେ ‘ଚରବାଡିଆ’ ସର୍‌ନେମ୍‌ ରଖିବାକୁ ବାଧ୍ୟ। କାରଣ ଗାଁ ଲୋକଙ୍କ ମତରେ କିଛିବର୍ଷ ପୂବେ ଏଠାରେ ଭିନ୍ନ ସର୍‌ନେମ୍‌ରେ ଗୋଟିଏ ପରିବାର ରହୁଥିଲେ। ହେଲେ ସମୟକ୍ରମେ ସେମାରେ ରୋଗଗ୍ରସ୍ତ ହେବାରୁ ବାଧ୍ୟ ହୋଇ ଗାଁ ଛାଡି ଚାଲି ଯାଇଥିଲେ। ମୋରବି ଜିଲାର ବାଙ୍କାନେରଠାରୁ ୧୩ କିଲୋମିଟର ଦୂର ‘ଚରବାଡିଆ’ ଲୋକଙ୍କ ବୋକାଡତମ୍ବା ଗାଁ ରହିଛି। ଗତ ପ୍ରାୟ ଶହେ ବର୍ଷ ହେବ ଏଠାରେ ଗୋଟିଏ ସର୍‌ନେମ୍‌ର ଲୋକେ ରହି ଆସୁଛନ୍ତି। ‘ଚରବାଡିଆ’ ସର୍‌ନେମ୍‌ ନ ରଖୁଥିବା ଲୋକଙ୍କୁ ଏହି ଗାଁକୁ ଆସିବାକୁ ବାରଣ କରାଯାଇଥାଏ। ଗାଁର ଜଣେ ବୟସ୍କ ବ୍ୟକ୍ତି ଘନଶ୍ୟାମ ମହାରାଜ କୁହନ୍ତି ଏହା ହେଉଛି ଏକ ଅଭିଶପ୍ତ ଗାଁ। ଏଠାରେ ଲୋକେ ସର୍‌ନେମ୍‌ ‘ଚରବାଡିଆ’ ନ ରଖିଲେ ଗାଁକୁ ବିପଦ ପଡିଥାଏ। ଅନ୍ୟଜଣେ ୮୫ ବର୍ଷୀୟ ମଙ୍ଗବପା ଚରବାଡିଆ କୁହନ୍ତି, ହଜାରେ ବର୍ଷ ପୂର୍ବେ ବାଙ୍କାନେରର ଶାସକ ୪ଜଣ ଭାଇଙ୍କୁ ଏହି ଗାଁରେ ରଖିଥିଲେ। ଆଉ ସେବେଠାରୁ ଏହି ଗାଁରେ କେବଳ ସେହି ୪ ଭାଇଙ୍କର ବଂଶଜମାନେ ରହୁଥିବାରୁ ସମସ୍ତଙ୍କର ଗୋଟିଏ ସର୍‌ନେମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri