ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପରିବେଷଣରେ ଅନିୟମିତତା: ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟରେ ଝୁଲୁଛି ତାଲା

ରସୁଲପୁର,୨୦।୮(ଡିଏନଏ)- ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଦାମୋଦରପୁର ଗ୍ରାମସ୍ଥିତ ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପରିବେଷଣରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଶନିବାର ଏହି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଓ ଅଣ୍ଡା ଦିଆଯାଉ ନାହିଁ। ଏପରିକି ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟକୁ ଛୁଟି କରି ଦିଆଯାଉଛି। ଏହିଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର କେତେଜଣ ଛାତ୍ର। ଅଭିଯୋଗ ପାଇବା ପରେ ‘ଧରିତ୍ରୀ’ର ବ୍ଲକ ପ୍ରତିନିଧି ସକାଳ ସାଢେ ୧୦ଟାରେ ବିଦ୍ୟାଳୟରେ ପହଞ୍ଚତ୍ ଥିଲେ। ସେତେବେଳେ ଶ୍ରେଣୀ ପ୍ରକୋଷ୍ଠ ଓ କାର୍ଯ୍ୟାଳୟରେ ତାଲା ଝୁଲୁଥିଲା। ତେବେ ବିଦ୍ୟାଳୟ ଫାଟକ ସମ୍ମୁଖରେ ବୁଲୁଥିବା କେତେଜଣ ଛାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ, ଶନିବାର ୧୦ଟାରେ ବିଦ୍ୟାଳୟ ଛୁଟି ହୁଏ ବୋଲି କହିଥିଲେ ା ଏଥିସହ ଏହି ଦିନ ବିଦ୍ୟାଳୟରେ କେବେ ବି ମଧ୍ୟାହ୍ନ ଭୋଜନ ଦିଆଯାଏ ନାହିଁ ା ଏପରିକି ସପ୍ତାହକୁ ୨ଥର ଅଣ୍ଡା ମିଳିବା ବଦଳରେ ସମୟେ ସମୟେ ବୁଧବାର ଅଣ୍ଡା ଦିଆଯାଏ। ଆଉ କେତେବେଳେ ଅଣ୍ଡା ସ୍ଥାନରେ ସୋୟାବିନ ବଡି ତରକାରୀ ପରିବେଷଣ କରାଯାଏ ବୋଲି କହିଥିଲେ। ଏହି ଦିନ ବିଦ୍ୟାଳୟଗୁଡିକ ସକାଳ ୬ଟାରୁ ଆରମ୍ଭ ହୋଇ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବାର ନିୟମ ରହିଛି। ମାତ୍ର ଏହି ବିଦ୍ୟାଳୟରେ ନିୟମ କାର୍ଯ୍ୟକାରୀ ହେବାରେ ବ୍ୟତିକ୍ରମ ଦେଖାଦେଉଛି। ବିଦ୍ୟାଳୟ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇ ଦେଢ ଘଣ୍ଟା ପୂର୍ବରୁ ଛୁଟି ହେଉଛି। ଶିକ୍ଷୟିତ୍ରୀଶିକ୍ଷକମାନେ ଅପରାହ୍ନ ସାଢେ ୧୨ଟାରେ ବିଦ୍ୟାଳୟ ଛାଡିବା ନିୟମ ଆଦୌ ପାଳନ କରାଯାଉ ନାହିଁ। ଏହି ସମୟ ପୂର୍ବରୁ ବ୍ଲକ ଅଞ୍ଚଳର ଅଧିକାଂଶ ବିଦ୍ୟାଳୟରେ ତାଲା ଝୁଲୁଛି ା ଏସବୁ ଘଟଣାକ୍ରମକୁ ଅନୁଧ୍ୟାନ କଲେ ରାଜ୍ୟ ସରକାରଙ୍କ ୫-ଟି ଯୋଜନା ବିଦ୍ୟାଳୟଗୁଡିକ ପାଇଁ ମୂଲ୍ୟହୀନ ହୋଇପଡିଛି। ବିଦ୍ୟାଳୟ ପରିଚାଳନାରେ ସ୍ବଚ୍ଛତା, ସମୟାନୁବର୍ତ୍ତିତା ଭଳି ନିୟମଗୁଡିକ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ଗୁରୁତ୍ୱ ପ୍ରଦାନ କରୁ ନ ଥିବା କୁହାଯାଉଛି। ଏହାକୁ ସୁଯୋଗ ବୋଲି ମନେ କରି ବହୁ ବିଦ୍ୟାଳୟରେ ସରକାରୀ ନିୟମ ପାଳନ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ୍‌ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ହେଲେ ଏନେଇ ବାରବାଟୀ କ୍ଲଷ୍ଟର ସିଆରସିସି ରାମଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ, ଅଭିଯୋଗ ଉପରେ ସେ ତଦନ୍ତ କରିବେ ା ମାତ୍ର ଏହା ସତ୍ୟ ହୋଇଥିଲେ ତାହା ଅକ୍ଷମଣୀୟ ତ୍ରୁଟି ବୋଲି କହିଛନ୍ତି ା ମଧ୍ୟାହ୍ନଭୋଜନକୁ ନେଇ ତୁରନ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନେଇ ଏକ ସମୀକ୍ଷା ବୈଠକ ଡାକିବେ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri