ଅଭିବୃଦ୍ଧି ପୂର୍ବାନୁମାନ ୬.୧%କୁ ଖସାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୬-୧୦: ବିଶ୍ୱ ବ୍ୟାଙ୍କ ପରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଖସାଇଛି। ୨୦୧୯ରେ ଭାରତର ଅଭିବୃଦ୍ଧି ହାର ୬.୧% ରହିବ ବୋଲି ଆଇଏମ୍‌ଏଫ୍‌ କହିଛି। ସେହିଭଳି ଦେଶର ଅର୍ଥବ୍ୟବସ୍ଥା ୨୦୨୦ରେ ୭% ଛୁଇଁବା ନେଇ ଆଇଏମ୍‌ଏଫ୍‌ ପକ୍ଷରୁ ଏହାର ସଦ୍ୟତମ ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ପ୍ରୋଜେକ୍ଟରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର ୭.୩% ରହିବ ବୋଲି ଏହା ଏପ୍ରିଲରେ କହିଥିଲା। ଦ୍ରୁତ ଅଭିବୃଦ୍ଧି ହ୍ରାସକୁ ବିଚାର କରି ଏହା ତିନିମାସ ପରେ ବିକାଶ ଅନୁମାନକୁ ୦.୩% କମ୍‌ କରିଥିଲା। ୨୦୧୮ରେ ଭାରତର ଜିଡିପି ଅଭିବୃଦ୍ଧି ୬.୮% ରହିଛି।
ରବିବାର ବିଶ୍ୱବ୍ୟାଙ୍କ ପକ୍ଷରୁ ଦକ୍ଷିଣ ଏସିଆ ଇକୋନୋମିକ ଫୋକସ୍‌ର ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଥିଲା। ଅଭିବୃଦ୍ଧି ଆକଳନକୁ ଏଥିରେ ୬.୯%ରୁ ୬%କୁ ହ୍ରାସ କରାଯାଇଛି। ଚଳିତ ବର୍ଷ ଏପ୍ରିଲରେ ଆଇଏମ୍‌ଏଫ୍‌ କରିଥିବା ପୂର୍ବାନୁମାନ ତୁଳନାରେ ଚଳିତ ବର୍ଷ ଲାଗି ଆକଳନକୁ ୧.୨% ପଏଣ୍ଟ ଏବଂ ୨୦୨୦ ଲାଗି ୦.୫% ହ୍ରାସ କରିଛି। ଘରୋଇ ଚାହିଦା ଅପେକ୍ଷାକୃତ କମିବା ସହ ଅନ୍ୟାନ୍ୟ କାରଣରୁ ଆକଳନ ହ୍ରାସ କରାଯାଇଥିବା ଆଇଏମ୍‌ଏଫ୍‌ କହିଛି। ସେହିଭଳି ଭାରତ ସରକାର ଗ୍ରହଣ କରୁଥିବା କର୍ପୋରେଟ ଟିକସ ହ୍ରାସ ପଦକ୍ଷେପ, ମୁଦ୍ରାନୀତି ପଦକ୍ଷେପ ଗ୍ରାମାଞ୍ଚଳ ଚାହିଦା ବଢାଇବା ଦିଗରେ କାର୍ଯ୍ୟ କରିବ ବୋଲି ଆଇଏମ୍‌ଏଫ୍‌ ପ୍ରକାଶ କରିଛି।
୨୦୧୮ରେ ଚାଇନାର ଅଭିବୃଦ୍ଧି ୬.୧% ରହିଥିବା ବେଳେ ଏହା ଚଳିତ ବର୍ଷ ୬.୧% ଏବଂ ୨୦୨୦ରେ ୫.୮% ରହିବ ବୋଲି ପୂର୍ବାନୁମାନରେ କୁହାଯାଇଛି। ସେହିଭଳି ଦ୍ୱିତୀୟ ତ୍ରୈମାସରେ ଭାରତର ଅଭିବୃଦ୍ଧି ହାର କମିବ ବୋଲି ଏହା ପ୍ରକାଶ କରିଛି। ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ, ଅଟୋମୋବାଇଲ ଏବଂ ରିୟଲଇଷ୍ଟେଟ ଭଳି କ୍ଷେତ୍ରଗୁଡିକରେ ସମସ୍ୟା ଲାଗି ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିବ ବୋଲି ଏହା କହିଛି। ଆଇଏମ୍‌ଏଫ୍‌ ଏବଂ ଓ୍ବାର୍ଲଡ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଏଭଳି ରିପୋର୍ଟ ଆସିଛି। କର୍ପୋରେଟ ଏବଂ ପରିବେଶ ନିୟାମକ କ୍ଷେତ୍ରରେ ଅନିଶ୍ଚିତତା, ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକର ସମସ୍ୟା ଏବଂ ଚାହିଦା ହ୍ରାସ ଅଭିବୃଦ୍ଧିକୁ ମନ୍ଥର କରିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଘରୋଇ ବଜାରର ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ବିସ୍ତୃତ ଭାବେ ସଂସ୍କାର ଧାରା ଜାରି ରଖିବାକୁ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ମଧ୍ୟବର୍ତ୍ତୀ ସମୟ ଲାଗି ସରକାରଙ୍କ ଋଣକୁ ଏକ ସୁଚିନ୍ତିତ ଯୋଜନା ଦ୍ୱାରା ହ୍ରାସ କରାଯିବାର ଆବଶ୍ୟକତା ରହିଛି। ଟିକସ ବୃଦ୍ଧି, ସବ୍‌ସିଡି ଯୋଜନାଗୁଡିକରେ ହେଉଥିବା ଅର୍ଥ ଖର୍ଚ୍ଚ ହ୍ରାସ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଭର୍ନାସରେ ଉନ୍ନତି, ଋଣ ଯୋଗାଣ ଧାରାକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାବାଦ ଭିତ୍ତିଭୂମି ଉନ୍ନତିକରଣ, ଜମି ସଂସ୍କାର ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଦିଗରେ ସରକାର କାର୍ଯ୍ୟ କରନ୍ତୁ ବୋଲି ଏହା ରିପୋର୍ଟରେ ମତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସାମଗ୍ରୀ ନିର୍ମାଣ ଅଭିଯୋଗରେ କମ୍ପାନୀ ସିଲ୍‌

ନୂଆଦିଲ୍ଲୀ,୨୩|୧: ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ କମିଶନର (ଦିଲ୍ଲୀ କୋର୍ଟ) ଶିଖର କୁଣ୍ଡୁଙ୍କ ଦ୍ୱାରା ଗଣେଶ ଗୌରୀ ଇଣ୍ଡଷ୍ଟ୍ରିଜ୍‌ (ଗୌରୀ ଆକ୍ୱା ପ୍ଲାଷ୍ଟ) ଉପରେ...

ଖସୁଛି ଆର୍ଥିକ ଅଭିବୃଦ୍ଧି ହାର; ତ୍ୱରିତ ସୁଧାର ସମ୍ଭାବନା କମ୍‌

ନୂଆଦିଲ୍ଲୀ, ୨୮-୮: ଦେଶର ଆର୍ଥତ୍କ ଅଭିବୃଦ୍ଧି ହାର ଖସୁଛି। ଏଥିରେ ତୁରନ୍ତ ସୁଧାର ଆସିବାର ସମ୍ଭାବନା କମ୍‌ ରହିଥିବା ବଜାର ବିଶେଷଜ୍ଞମାନେ କହୁଛନ୍ତି। ଦେଶ ମଧ୍ୟରେ...

ଖାଉଟି ସୁରକ୍ଷା ବିଲ୍‌ ପାର୍ଲାମେଣ୍ଟରେ ଅନୁମୋଦିତ

ନୂଆଦିଲ୍ଲୀ,୭-୮: ବହୁ ପ୍ରତୀକ୍ଷିତ ଖାଉଟି ସୁରକ୍ଷା ବିଲ୍‌ ୨୦୧୯ ମଙ୍ଗଳବାର ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳପ୍ରଦ ପ୍ରଶାସନିକ ପଦକ୍ଷେପ ଜରିଆରେ...

ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲା;ହାଇକୋର୍ଟରେ ଜୁଲାଇ ୨ରେ ଶୁଣାଣି

ଲଣ୍ଡନ,୨୭-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଲଣ୍ଡନ ହାଇକୋର୍ଟ ଜୁଲାଇ ୨ରେ ଶୁଣାଣି କରିବେ। ସେହି ଦିନ ମାଲ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା...

ଆର୍ଥିକ ପ୍ୟାକେଜ ଦେବେନି ସରକାର

ନୂଆଦିଲ୍ଲୀ,୨୩-୮: ଦେଶର ଅର୍ଥନୀତି ଧିମା ହେବା କାରଣରୁ ଉଦ୍ୟୋଗ ଜଗତ ଏବେ ମାନ୍ଦାବସ୍ଥାର ଶିକାର ହୋଇଛି। ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ...

ଗ୍ରାହକ ନିରାପତ୍ତାକୁ ଫୋକସ୍‌

  କୋଭିଡ୍‌ ଯୋଗୁ ବଜାର ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଛି। କଟକଣା କୋହଳ ହେଉଥିବାରୁ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହୁଥିବାରୁ...

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୫-୧: ବୁଧବାର ମକର ସଂକ୍ରାନ୍ତି ଯୋଗୁ ରାଜ୍ୟରେ ବିଭିନ୍ନ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ। ଫଳରେ ଲୋକଙ୍କୁ ସେବା ଉପଲବ୍ଧ ହେବ ନାହିଁ।...

କମୁଛି ତେଲ ଚାହିଦା, ଧିମାଉଛି ଅର୍ଥନୀତି

ନୂଆଦିଲ୍ଲୀ,୧୬-୬: ଦେଶର ଇନ୍ଧନ(ତେଲ) ଚାହିଦା ମେ’ରେ ଅପରିବର୍ତ୍ତିତ ରହିଛି। ପୂର୍ବବର୍ଷ ଯାହା ଚାହିଦା ଥିଲା ଚଳିତ ବର୍ଷ ଏହି ଅବଧିରେ ତାହା ରହିଥିବାରୁ ଦେଶର ଅର୍ଥନୀତିର...

Advertisement
Archives

Model This Week