ଅଭିବୃଦ୍ଧି ପୂର୍ବାନୁମାନ ୬.୧%କୁ ଖସାଇଲା ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ,୧୬-୧୦: ବିଶ୍ୱ ବ୍ୟାଙ୍କ ପରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଖସାଇଛି। ୨୦୧୯ରେ ଭାରତର ଅଭିବୃଦ୍ଧି ହାର ୬.୧% ରହିବ ବୋଲି ଆଇଏମ୍‌ଏଫ୍‌ କହିଛି। ସେହିଭଳି ଦେଶର ଅର୍ଥବ୍ୟବସ୍ଥା ୨୦୨୦ରେ ୭% ଛୁଇଁବା ନେଇ ଆଇଏମ୍‌ଏଫ୍‌ ପକ୍ଷରୁ ଏହାର ସଦ୍ୟତମ ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ପ୍ରୋଜେକ୍ଟରେ ସୂଚନା ଦିଆଯାଇଛି। ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର ୭.୩% ରହିବ ବୋଲି ଏହା ଏପ୍ରିଲରେ କହିଥିଲା। ଦ୍ରୁତ ଅଭିବୃଦ୍ଧି ହ୍ରାସକୁ ବିଚାର କରି ଏହା ତିନିମାସ ପରେ ବିକାଶ ଅନୁମାନକୁ ୦.୩% କମ୍‌ କରିଥିଲା। ୨୦୧୮ରେ ଭାରତର ଜିଡିପି ଅଭିବୃଦ୍ଧି ୬.୮% ରହିଛି।
ରବିବାର ବିଶ୍ୱବ୍ୟାଙ୍କ ପକ୍ଷରୁ ଦକ୍ଷିଣ ଏସିଆ ଇକୋନୋମିକ ଫୋକସ୍‌ର ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଥିଲା। ଅଭିବୃଦ୍ଧି ଆକଳନକୁ ଏଥିରେ ୬.୯%ରୁ ୬%କୁ ହ୍ରାସ କରାଯାଇଛି। ଚଳିତ ବର୍ଷ ଏପ୍ରିଲରେ ଆଇଏମ୍‌ଏଫ୍‌ କରିଥିବା ପୂର୍ବାନୁମାନ ତୁଳନାରେ ଚଳିତ ବର୍ଷ ଲାଗି ଆକଳନକୁ ୧.୨% ପଏଣ୍ଟ ଏବଂ ୨୦୨୦ ଲାଗି ୦.୫% ହ୍ରାସ କରିଛି। ଘରୋଇ ଚାହିଦା ଅପେକ୍ଷାକୃତ କମିବା ସହ ଅନ୍ୟାନ୍ୟ କାରଣରୁ ଆକଳନ ହ୍ରାସ କରାଯାଇଥିବା ଆଇଏମ୍‌ଏଫ୍‌ କହିଛି। ସେହିଭଳି ଭାରତ ସରକାର ଗ୍ରହଣ କରୁଥିବା କର୍ପୋରେଟ ଟିକସ ହ୍ରାସ ପଦକ୍ଷେପ, ମୁଦ୍ରାନୀତି ପଦକ୍ଷେପ ଗ୍ରାମାଞ୍ଚଳ ଚାହିଦା ବଢାଇବା ଦିଗରେ କାର୍ଯ୍ୟ କରିବ ବୋଲି ଆଇଏମ୍‌ଏଫ୍‌ ପ୍ରକାଶ କରିଛି।
୨୦୧୮ରେ ଚାଇନାର ଅଭିବୃଦ୍ଧି ୬.୧% ରହିଥିବା ବେଳେ ଏହା ଚଳିତ ବର୍ଷ ୬.୧% ଏବଂ ୨୦୨୦ରେ ୫.୮% ରହିବ ବୋଲି ପୂର୍ବାନୁମାନରେ କୁହାଯାଇଛି। ସେହିଭଳି ଦ୍ୱିତୀୟ ତ୍ରୈମାସରେ ଭାରତର ଅଭିବୃଦ୍ଧି ହାର କମିବ ବୋଲି ଏହା ପ୍ରକାଶ କରିଛି। ଅଣ ବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ, ଅଟୋମୋବାଇଲ ଏବଂ ରିୟଲଇଷ୍ଟେଟ ଭଳି କ୍ଷେତ୍ରଗୁଡିକରେ ସମସ୍ୟା ଲାଗି ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିବ ବୋଲି ଏହା କହିଛି। ଆଇଏମ୍‌ଏଫ୍‌ ଏବଂ ଓ୍ବାର୍ଲଡ ବ୍ୟାଙ୍କର ବାର୍ଷିକ ବୈଠକ ପୂର୍ବରୁ ଏଭଳି ରିପୋର୍ଟ ଆସିଛି। କର୍ପୋରେଟ ଏବଂ ପରିବେଶ ନିୟାମକ କ୍ଷେତ୍ରରେ ଅନିଶ୍ଚିତତା, ଅଣବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକର ସମସ୍ୟା ଏବଂ ଚାହିଦା ହ୍ରାସ ଅଭିବୃଦ୍ଧିକୁ ମନ୍ଥର କରିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଘରୋଇ ବଜାରର ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ବିସ୍ତୃତ ଭାବେ ସଂସ୍କାର ଧାରା ଜାରି ରଖିବାକୁ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ମଧ୍ୟବର୍ତ୍ତୀ ସମୟ ଲାଗି ସରକାରଙ୍କ ଋଣକୁ ଏକ ସୁଚିନ୍ତିତ ଯୋଜନା ଦ୍ୱାରା ହ୍ରାସ କରାଯିବାର ଆବଶ୍ୟକତା ରହିଛି। ଟିକସ ବୃଦ୍ଧି, ସବ୍‌ସିଡି ଯୋଜନାଗୁଡିକରେ ହେଉଥିବା ଅର୍ଥ ଖର୍ଚ୍ଚ ହ୍ରାସ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗଭର୍ନାସରେ ଉନ୍ନତି, ଋଣ ଯୋଗାଣ ଧାରାକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାବାଦ ଭିତ୍ତିଭୂମି ଉନ୍ନତିକରଣ, ଜମି ସଂସ୍କାର ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହନ ଦିଗରେ ସରକାର କାର୍ଯ୍ୟ କରନ୍ତୁ ବୋଲି ଏହା ରିପୋର୍ଟରେ ମତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri