ଅଭିନୟ ପ୍ରେମୀ ରୋହନ

‘ଯାତ୍ରା ଏମିତି ଏକ କ୍ଷେତ୍ର ଯେଉଁଠି ପୁରସ୍କାର ସଙ୍ଗେ ସଙ୍ଗେ ମିଳିଥାଏ। ସେଥିପାଇଁ ଅପେକ୍ଷା କରିବାକୁ ପଡ଼େନା।’ ଏକଥା କହନ୍ତି ସିରିଏଲ୍‌ରୁ ଯାତ୍ରାକୁ ଆସି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଥିବା ଅଭିନେତା ରୋହନ୍‌ ଓରଫ୍‌ ଈଶ୍ୱର କୁମାର ଭଞ୍ଜଦେଓ। ଖୋର୍ଦ୍ଧା ଜିଲାର ଗଡ଼ହଳଦିଆ ଗ୍ରାମରେ ଜନ୍ମ ହୋଇଥିବା ରୋହନଙ୍କର ପିଲାବେଳୁ ଯାତ୍ରା ପ୍ରତି ରୁଚି ଥିଲା। ଗଁାରେ ହେଉଥିତ୍ବା ଯାତ୍ରା ତଥା ସ୍କୁଲ ଡ୍ରାମାରେ ରୋଲ୍‌ କରି ସେ ପୁରସ୍କାର ଜିତୁଥିଲେ। ତେବେ ସେ ଏକଥା ଜାଣି ନ ଥିଲେ ଯେ, ସେ ଦିନେ କଳାକୁ ନିଜର ପେସା କରିବେ। ଗ୍ରାଜୁଏଶନ୍‌ ପରେ ତାଙ୍କୁ ସିରିଏଲ୍‌ରୁ ଅଫର ମିଳିଲା। ‘ବଡ଼ଘର ବଡ଼ ଗୁମର କଥା’, ‘ବଧୂ’, ‘କୁମ୍‌କୁମ୍‌’, ‘କଥା ତ ଏତିକି’ ଆଦି ଧାରାବାହିକରେ ଅଭିନୟ କରି ବେଶ୍‌ ସୁନାମ ଅର୍ଜନ କଲେ। ତେବେ ସେ ଗୋଟିଏ କଥା ଅନୁଭବ କଲେ ଯେ ସିରିଏଲ୍‌ରେ ଅଭିନୟ କଲେ ହୁଏତ ସୁନାମ ମିଳିପାରିବ। ମାତ୍ର ଠିକ୍‌ ଭାବରେ ପରିବାର ପ୍ରତିପୋଷଣ କରିହେବ ନାହିଁ। ଆଉ ସେତିକିବେଳେ ହିଁ ତାଙ୍କୁ ଅଫର ମିଳିଲା ଯାତ୍ରାରେ ଯୋଗଦେବା ପାଇଁ। ଆଉ ସେ ସାମାନ୍ୟ ବିଳମ୍ବ ନ କରି ଚାଲି ଆସିଲେ ଯାତ୍ରାକୁ। ପ୍ରଥମ ନାଟକ ଥିଲା କିଶୋର ଖଣ୍ଡୁଆଳଙ୍କ ‘କଥା ଥିଲା ଫଗୁଣକୁ’। ଏଥିରେ ସେ ଖଳ ଚରିତ୍ରରେ ମଞ୍ଚକୁ ଆସିଲେ। ବାସ୍‌, ଆଉ ପଛକୁ ଫେରି ଚାହିଁବାର ଅବକାଶ ମିଳିନାହିଁ। ସେ ‘ଗୌରୀ ଗଣନାଟ୍ୟ’ ଭଳି ନାଟ୍ୟସଂସ୍ଥାରେ ଅଭିନୟ କରି ଏବେ ଆସି ପହଞ୍ଚତ୍ଛନ୍ତି ‘ଶିବାନୀ ଗଣନାଟ୍ୟ’ରେ। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ମୋ ଠିକଣା ମୋତେ ଅଜଣା’, ‘ସବୁ ଉପରବାଲାର ଖେଳ’, ‘ଧରମ ସ୍ତ୍ରୀ’, ‘ରଜନୀ ସଜନୀ ରାତି ପାହିଲା’, ‘ବରଣୀ କନିଅଁା ବରଷା ରାଣୀ’, ‘ଚାଲ କରିବା ଠିଆପାଲା’, ‘ରାମ ବନବାସ କାହାଣୀ ଶେଷ’, ‘ରୂପ ରାଇଜର ରାଜକୁମାରୀ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଶିବାନୀ ଗଣନାଟ୍ୟ’ର ସେ ଦୁଇଗୋଟି ନାଟକରେ ଅଭିନୟ କରିଛନ୍ତି। ‘ବାହାଘର ନୁହେଁ ବାହା ବଜାର’ ଏବଂ ‘ସବୁ ଅଧାଅଧା ନଁାଟି ରାଧା’। ଅଭିନୟ ହେଉଛି ରୋହନଙ୍କ ଜୀବନର ପ୍ରଥମ ପ୍ରେମ। ସେ ସବୁବେଳେ ଅଭିନୟକୁ ଗୁରୁତ୍ୱ ଦିଅନ୍ତି। ଯେଉଁ ଚରିତ୍ର ମିଳିଲା ତାହାକୁ କିପରି ନ୍ୟାୟ ଦେବେ ସେହିକଥା ଚିନ୍ତାକରନ୍ତି। ଆଗାମୀ ଦିନରେ ଖୁବ୍‌ ଭଲ ଅଭିନୟ କରି ତାଙ୍କର ପ୍ରିୟ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗେଇବେ ବୋଲି କହିଛନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଜଣେ ପରଦେଶୀ ନାୟିକା

ରୁଷୀୟ ଲଳନା ଆଲେକ୍‌ଜାଣ୍ଡ୍ରା ସ୍କେଲସୁନୋଭା ଓରଫ ସାସା। ମଡେଲିଂ ସହ ଜଡ଼ିତ ଏହି ନବାଗତା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ନୂଆ...

ଆହତ ହେବା ସତ୍ତ୍ୱେ ଶଟ୍‌ ଦେଇଥିଲେ ଗୋବିନ୍ଦା

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ହେଉଛନ୍ତି ଗୋବିନ୍ଦା। ଥରେ ସେ ‘ଖୁଦ୍ଦାର’ ଫିଲ୍ମର ଶୁଟିଂ ପାଇଁ ଯାଉଥାଆନ୍ତି। ବାଟରେ ତାଙ୍କର କାର୍‌ ଆକ୍ସିଡେଣ୍ଟର ସମ୍ମୁଖୀନ ହେଲା।...

ପ୍ରଥମ ସ୍ତ୍ରୀଙ୍କଠାରୁ ଅନୁମତି ନେଇ ଦ୍ୱିତୀୟ ବିବାହ କରିଥିଲେ ଏହି ଅଭିନେତା

ବେଳେ ବେଳେ ସିରିଏଲ୍‌ରେ ରୋମାନ୍ସ କରୁଥିବା କଳାକାର ବାସ୍ତବ ଜୀବନରେ ଜଣେ ଅନ୍ୟଜଣଙ୍କୁ ଭଲପାଇ ବସନ୍ତି। ପରେ ଏହି ଯୋଡ଼ି ବିବାହ ପାଇଁ ନିଷ୍ପତ୍ତି ନେଇଥାନ୍ତି।...

ବଲିଉଡ୍‌ର ଏହି ଲୋକପ୍ରିୟ ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତିଲେ କୁନି ବାଳକ, ରବୀନା ଟଣ୍ଡନ କଲେ ପ୍ରଶଂସା

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବାଳକ ଫିଲ୍ମ ‘ବର୍ଡର’ର ଗୀତକୁ ଖୁବ୍‌ ସୁନ୍ଦର ଭାବରେ ଗାଉଥିବାର ନଜର ଆସିଛନ୍ତି।...

ଡିଡିଏଲ୍‌ଜେ ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ, ଦେଖନ୍ତୁ ଭିଡିଓ

ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ରାନୁ ମଣ୍ଡଳ ପୁଣି ଚର୍ଚ୍ଚାରେ। ନିକଟରେ ବଙ୍ଗଳା ଟେଲିଭିଜନ ରିଆଲିଟି ଶୋ’ ‘କମେଡି ଷ୍ଟାର୍ସ’ରେ ସେ ବିଶେଷ ଅତିଥିଭାବେ ଯୋଗ...

କୁକୁରକୁ ୨୫ ଶହ ଟଙ୍କାରେ ବିକି ପୁଣି ୧୦ ଲକ୍ଷ ଟଙ୍କାରେ କିଣିଥିଲେ ଏହି ଅଭିନେତା

ହଲିଉଡ ସୁପରଷ୍ଟାର ସିଲ୍‌ୱେଷ୍ଟର ଷ୍ଟେଲାନ୍‌ ଷ୍ଟାଇଲ୍‌ ଓ ଆକ୍‌ସନ୍‌ ପାଇଁ ପ୍ରସିଦ୍ଧ। ଭାରତରେ ମଧ୍ୟ ତାଙ୍କ ଫ୍ୟାନ୍‌ମାନଙ୍କ ସଂଖ୍ୟା ଅଧିକ। କିନ୍ତୁ ଏପରି ଏକ ସମୟ...

ମାତ୍ର ୧୯ ବର୍ଷରେ ଅମିତାଭ ବଚ୍ଚନ ସହ କରିଥିଲେ ଡେବ୍ୟୁ, ୨୫ରେ ମୃତ୍ୟୁ, ଏମିତି ଥିଲା ଜିଆ ଖାନ୍‌ଙ୍କ ଫିଲ୍ମ କ୍ୟାରିୟର୍‌

ବଲିଉଡ୍‌ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆଜି ୩୨ ତମ ଜନ୍ମଦିବସ। ୧୯୮୮ ମସିହା ଫେବୃୟାର ୨୦ରେ ନ୍ୟୁୟର୍କରେ ସେ ଜନ୍ମଗ୍ରହଣ କରିଥିଲେ ଜିଆ। ଜିଆ ବଲିଉଡ୍‌ର...

ସୁଶାନ୍ତଙ୍କ ଭାଇ ହସ୍ପିଟାଲରେ ଭର୍ତ୍ତି: ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ କହିଲେ ଭଉଣୀ ଶ୍ୱେତା

ମୁମ୍ବାଇ, ୧୭।୧୦: ବଲିଉଡ୍‌ର ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ଭାଇ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ନୀରଜ କୁମାର ସିଂ ବବଲୁଙ୍କୁ...

Advertisement


Archives

Model This Week

Why Dharitri