ଅଭିନେତ୍ରୀ କାମିନୀ କୌଶଲ

ବିଂଶ ଶତାବ୍ଦୀର ଚାଳିଶରୁ ଷାଠିଏ ଦଶକ ମଧ୍ୟରେ ଅତ୍ୟନ୍ତ ସକ୍ରିୟ ଭାବେ ହିନ୍ଦୀ ଚିତ୍ର ଜଗତରେ ଅଭିନୟ ଜାରି ରଖିଥିବା ତଥା ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଥିବା ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କାମିନୀ କୌଶଲ। ସେ ଏବେ ପରିଣତ ବୟସରେ। ମାତ୍ର ଅଭିନୟକୁ ହାତଛଡ଼ା କରିନାହାନ୍ତି। ନିକଟରେ ‘କବୀର ସିଂ’ ଫିଲ୍ମରେ ନାୟକର ଦାଦିମା’ ଭୂମିକାରେ ଅଭିନୟ କରି ସେ ପୁଣିଥରେ ବଡ଼ପରଦାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କାମିନୀ କେବଳ ସିନେମାରେ ନୁହେଁ; ଛୋଟ ପରଦାରେ ମଧ୍ୟ ବେଶ୍‌ ସକ୍ରିୟ ଥିଲେ। ସେ ସେତିକିବେଳେ ଫିଲ୍ମକୁ ଆସିଲେ ଯେତେବେଳେ ଉଚ୍ଚଶିକ୍ଷିତା ସୁନ୍ଦରୀ ଝିଅମାନେ ଚଳଚ୍ଚିତ୍ରରେ ଅଭିନୟ କରିବା ତ ଦୂରର କଥା ପ୍ରେକ୍ଷାଳୟ ଯାଇ ଫିଲ୍ମ ଦେଖିବାକୁ ବି ନାପସନ୍ଦ କରୁଥିଲେ। କାମିନୀଙ୍କର ପ୍ରଥମ ଫିଲ୍ମ ହେଉଛି ‘ନୀଚା ନଗର’। ଏହିଫିଲ୍ମଟି କାନ୍‌ସ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବା ସହିତ ‘ଗୋଲ୍ଡେନ୍‌ ପାମ୍‌’ ପୁରସ୍କାର ହାସଲ କରିପାରିଥିଲା। ସେହିଭଳି ତାଙ୍କର ଅନ୍ୟ ଏକ ଫିଲ୍ମ ହେଉଛି ‘ବିରାଜ ବୋହୂ’। ଏହି ଫିଲ୍ମ ପାଇଁ ସେ ଫିଲ୍ମଫେୟାର ବେଷ୍ଟ ଆକ୍ଟ୍ରେସ୍‌ ଆଓ୍ବାର୍ଡ ହାସଲ କରିଥିଲେ।

ଗୋଲ୍ଡେନ୍‌ ଏରା: ୧୯୪୬ରୁ ୧୯୬୩କୁ କାମିନୀ କୌଶଲଙ୍କ ପାଇଁ ଗୋଲ୍ଡେନ୍‌ ଏରା ବୋଲି କୁହାଯାଇଥାଏ। ଏହି ସମୟଖଣ୍ଡରେ ସେ ନାୟିକା ଭାବେ ଅଭିନୟ କରିଥିବା ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଦୋ ଭାଇ, ଶହୀଦ, ନଦିୟା କେ ପାର, ଜିଦ୍ଦି, ସବନମ୍‌, ପାରସ୍‌, ନମୁନା, ଆର୍‌ଜୁ, ଝଞ୍ଜର, ଆବରୁ, ବଡ଼େ ସରକାର, ଜେଲର, ନାଇଟ୍‌ କ୍ଲବ୍‌, ଗୋଦାନ ଏବଂ ଆହୁରି ଅନେକ। ସେ ଦିଲୀପ କୁମାର, ରାଜେଶ ଖାନ୍ନା, ସଞ୍ଜୀବ କୁମାର, ମନୋଜ କୁମାର ଆଦି ଅନେକ ନାୟକଙ୍କର ନାୟିକା ସାଜି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଛନ୍ତି। ତାଙ୍କର ଅନ୍ୟ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଦୋ ରାସ୍ତେ, ପ୍ରେମନଗର, ମହାଚୋର, ଅନହୋନି, ଉପକାର, ପୁରବ ଔର ପଶ୍ଚିମ, ଶୋର, ରୁଟି କପଡ଼ା ଔର ମକାନ, ସନ୍ନ୍ୟାସୀ, ଦଶ ନମ୍ବରୀ, ସନ୍ତୋଷ।

ଜନ୍ମ ଓ ପରିବାର: କାମିନୀଙ୍କର ଜନ୍ମ ଲାହୋର୍‌ରେ। ତାଙ୍କର ପିତୃଦତ୍ତ ନାମ ହେଉଛି ଉମା କାଶ୍ୟପ। ଦୁଇଭାଇରେ ସେମାନେ ଥିଲେ ତିନି ଭଉଣୀ। ସେ ପରିବାରର ଥିଲେ ସବା ସାନ ସନ୍ତାନ। ବାପା ପ୍ରଫେସର ଶିବରାମ କାଶ୍ୟପ ଲାହୋର ସ୍ଥିତ ପଞ୍ଜାବ ୟୁନିଭର୍ସିଟିର ବୋଟାନି ପ୍ରଫେସର ଥିଲେ। ପ୍ରଫେସର କାଶ୍ୟପଙ୍କୁ ଭାରତୀୟ ଉଦ୍ଭିଦ ବିଜ୍ଞାନର ଜନକ ବା ଫାଦର ଅଫ୍‌ ଇଣ୍ଡିଆନ୍‌ ବୋଟାନି ବୋଲି କୁହାଯାଇଥାଏ। ସେ ଜଣେ ପ୍ରସିଦ୍ଧ ଉଦ୍ଭିଦ ବିଜ୍ଞାନୀ ଥିଲେ ଏବଂ ୬ ଗୋଟି ନୂତନ ପ୍ରଜାତିର ଉଦ୍ଭିଦ ଆବିଷ୍କାର କରିଥିଲେ। ତେବେ କାମିନୀଙ୍କ ଭାଗ୍ୟରେ ବାପାଙ୍କ ସ୍ନେହ ନ ଥିଲା। କାରଣ ତାଙ୍କୁ ଯେତେବେଳେ ସାତବର୍ଷ ବୟସ ସେତେବେଳେ ତାଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା। କାମିନୀ ଲାହୋରରୁ ଇଂଲିଶ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଚେତନ ଆନନ୍ଦ ହିଁ ତାଙ୍କୁ ଫିଲ୍ମ ଲାଇନ୍‌କୁ ଆସିବା ପାଇଁ ପ୍ରରୋଚିତ କରିଥିଲେ।

ବାଲ୍ୟକାଳ ଓ ବିବାହ: ତାଙ୍କର ପିଲାବେଳଠୁ କୈଶୋର ବେଶ୍‌ ମଜାଦାର ଥିଲା। ସ୍କୁଲରେ ସେ ଜଣେ ଭଲ ଛାତ୍ରୀ ଥିଲେ। ସେ ସନ୍ତରଣପଟୁ ଥିଲେ। ସେହିଭଳି ସ୍କେଟିଂ କରିବାରେ ତାଙ୍କର ରୁଚି ଥିଲା। ଏତଦ୍‌ବ୍ୟତୀତ ଆକାଶବାଣୀରେ ମଧ୍ୟ ବେତାର ନାଟକ କରୁଥିଲେ। ସେଥିପାଇଁ ତାଙ୍କୁ ପ୍ରତି ନାଟକରେ ଦଶଟଙ୍କା ମିଳୁଥିଲା। ତାଙ୍କର ଜଣେ ଭଉଣୀ ବମ୍ବେ ପୋର୍ଟ ଟ୍ରଷ୍ଟର ଇଞ୍ଜିନିୟର ବି.ଏସ୍‌.ସୁଦ୍‌ଙ୍କୁ ବିବାହ କରିଥିଲେ। ମାତ୍ର ସେହି ଭଉଣୀର ଏକ ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ଘଟିଲା। କାମିନୀଙ୍କୁ ତାଙ୍କର ଭିଣୋଇ ସୁଦ୍‌ଙ୍କୁ ବିବାହ କରିବାକୁ ପଡ଼ିଲା। ସୁଦ୍‌ଙ୍କୁ ବିବାହ କରିବା ପରେ ସେ ବମ୍ବେ ଚାଲିଆସିଲେ। ତାଙ୍କ ଭଉଣୀର ପିଲାମାନଙ୍କର ଦେଖାଶୁଣା କଲେ। ବଡ଼ ଭଉଣୀଙ୍କର ଦୁଇଝିଅ ଥିଲେ। ପରେ ସେ ମଧ୍ୟ ତିନୋଟି ପୁତ୍ର ସନ୍ତାନର ମା’ ହୋଇଥିଲେ।

କ୍ୟାରିୟର: କାମିନୀଙ୍କର ଅଭିନେତ୍ରୀ ହେବାର କୌଣସି ସ୍ବପ୍ନ ନ ଥିଲା। ଅବଶ୍ୟ ସେ ଆକାଶବାଣୀରେ ଅଭିନୟ କରୁଥିଲେ। ପୁଣି କଲେଜରେ ଡ୍ରାମା କରୁଥିଲେ। ତାଙ୍କର ପରିବାର ଏକ ଜ୍ଞାନୀ ପରିବାର ଥିଲା। ତଥାପି ସେମାନଙ୍କୁ ପ୍ରଚୁର ସ୍ବାଧୀନତା ମିଳିଥିଲା। ସୁଦ୍‌ଙ୍କୁ ବିବାହ କରି ମୁମ୍ବାଇ ଆସିବା ପରେ ଚେତନ ଆନନ୍ଦ ହିଁ ତାଙ୍କୁ ପ୍ରଥମେ ଫିଲ୍ମ ଅଫର କରିଥିଲେ। ତାହା ଥିଲା ‘ନୀଚା ନଗର’। ଏହି ଫିଲ୍ମ ତାଙ୍କୁ କେବଳ ହିରୋଇନ୍‌ କରିଦେଇ ନ ଥିଲା; ଅଧିକନ୍ତୁ ତାଙ୍କୁ ଏକ ନୂଆ ନାମ ମଧ୍ୟ ଦେଇଥିଲା। ଚେତନ ଆନନ୍ଦଙ୍କ ସ୍ତ୍ରୀ ଉମା ଆନନ୍ଦ ଫିଲ୍ମ ସହିତ ଜଡ଼ିତ ଥିଲେ। କାମିନୀଙ୍କର ନାମ ମଧ୍ୟ ଉମା ଥିଲା। ତେଣୁ ଚେତନ ଇଚ୍ଛାକଲେ ତାଙ୍କ ନାମକୁ ପରିବର୍ତ୍ତନ କରି ତାଙ୍କୁ ଏକ ନୂଆ ନାମରେ ପରଦା ଉପରକୁ ଆଣିବା ପାଇଁ। ଉଭୟ ଚେତନ ଆନନ୍ଦ ଓ ଉମା ଆନନ୍ଦ ହିଁ ତାଙ୍କ ନାମ କାମିନୀ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନିତା ଆହୁଜାଙ୍କୁ ନେଇ କୋମଲ ରାଣୀଙ୍କ ଚାଞ୍ଚଲ୍ୟକର ଦାବି; ‘ଯିଏ ତାଙ୍କ ସ୍ବାମୀଙ୍କ ହତ୍ୟା ପଛରେ ଥିଲେ…’: ଗୋବିନ୍ଦାଙ୍କ ସହ ଡେଟିଂକୁ ନେଇ…

ମୁମ୍ବାଇ,୨୬।୯: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ଦିନ ଧରି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ପତ୍ନୀ ସୁନିତା ଆହୁଜା ବାରମ୍ବାର ଗୋବିନ୍ଦାଙ୍କ ଅନ୍ୟ…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

‘ପାକିସ୍ତାନ ଜିନ୍ଦାବାଦ’ ଜପ କଲେ ଆୟୁଷ୍ମାନ ଖୁରାନା; ଟ୍ରୋଲ ହେବା ପରେ କହିଲେ…

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ହାସ୍ୟରସ ଓ ଆକ୍ସନଠାରୁ ଆରମ୍ଭ କରି ସାମାଜିକ ବାର୍ତ୍ତାବହ ଚଳଚ୍ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର…

ରିଚ ଲିଷ୍ଟ ୨୦୨୬: ନେଟୱର୍ଥ କମିବା ପରେ ତଥାପି ଦେଶର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ; ଜାଣନ୍ତୁ କେଉଁ ସ୍ଥାନରେ ସଲମାନ-ଅମିତାଭ

ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?