ଅବ୍ୟବସ୍ଥା ମଧ୍ୟରେ ଗତିଶ୍ୱର ମହାବିଦ୍ୟାଳୟ, ଆବଶ୍ୟକ ଶ୍ରେଣୀଗୃହ, ସାଇକେଲ ଷ୍ଟାଣ୍ଡ୍‌ ନାହିଁ

ନୂଆଗାଁ,୨୦ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଗତିଶ୍ୱର ମହାବିଦ୍ୟାଳୟରେ ବହୁବିଧ ସମସ୍ୟା ଲାଗିରହିଛି। କଲେଜରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାବେଳେ ସାଇକେଲ ଷ୍ଟାଣ୍ଡ୍‌ ମଧ୍ୟ ନାହିଁ। ନଳକୂପ ଥିଲେ ମଧ୍ୟ ସେଥିରୁ ବାହାରୁଥିବା ପାଣି ପାନୀୟ ଉପଯୋଗୀ ହୋଇପାରୁ ନାହିଁ। କଲେଜ ମଧ୍ୟକୁ ଅଣଛାତ୍ରଙ୍କ ଅବାଧ ପ୍ରବେଶ ସମସ୍ୟାକୁ ଦ୍ୱିଗୁଣିତ କରିଦେଉଛି।
୧୯୯୨ ମସିହାରେ ପ୍ରତିଷ୍ଠିତ ଗତିଶ୍ୱର ମହାବିଦ୍ୟାଳୟରେ ସର୍ବମୋଟ ୧୬୬୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଯୁକ୍ତ ଦୁଇ କଳା ବିଭାଗରେ ୫୧୨, ଯୁକ୍ତ ଦୁଇ ବିଜ୍ଞାନରେ ୩୮୪ ଓ ଯୁକ୍ତ ତିନି କଳାରେ ୭୬୮ ପିଲା ଅଛନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ କୌଣସି ସୁବିଧା ଯୋଗାଇ ଦିଆଯାଇ ନ ଥିବାରୁ ଛାତ୍ରୀଛାତ୍ର, ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଦୂରଦୂରାନ୍ତରୁ ଛାତ୍ରୀମାନେ ଆସୁଥିବା ବେଳେ ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ପ୍ରତି ମୁହୂର୍ତ୍ତରେ ଅଣଛାତ୍ରଙ୍କ ଅବାଧ ପ୍ରବେଶ କଲେଜ ପରିସରରେ ଅଶାନ୍ତି ସୃଷ୍ଟି କରୁଛି। ଏପରି କି ଅନେକ ସମୟରେ ନିରୀହ ଛାତ୍ରୀଛାତ୍ରମାନେ ଅଣଛାତ୍ରଙ୍କ ଆକ୍ରୋଶର ଶିକାର ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଏହାର ସମାଧାନ ପାଇଁ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରୁ ସେ ଏଥିପାଇଁ କିଛି କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ମଧ୍ୟ ସେମାନେ ମାନୁ ନ ଥିବା କହିଥିଲେ। ପାନୀୟଜଳ ପାଇଁ କଲେଜ ପରିସରରେ ରହିଛି ଏକମାତ୍ର ନଳକୂଅ। କିନ୍ତୁ ସେଥିରୁ ଲୁହାଗୁଣ୍ଡ ମିଶ୍ରିତ ନାଲିପାଣି ବାହାରୁଥିବାରୁ ତାହା ବ୍ୟବହାର ଅନୁପଯୋଗୀ ହେଉଛି। ତେଣୁ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ନାୟକ। ବୋର୍‌୍‌ଓ୍ବେଲ୍‌ ବ୍ୟବସ୍ଥା କରାଗଲେ ପାଣି ସମସ୍ୟା ଦୂର ହେବ। ଏହି ସମସ୍ୟା ବିଷୟରେ ମାଳିସାହି ସରପଞ୍ଚ ପର୍ଶୁରାମ ସ୍ବାଇଁ କହନ୍ତି, ମୁଁ ଏ ଅଭିଯୋଗ ପାଇଛି, ଦୁଇ ମାସ ମଧ୍ୟରେ ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରିବି। ସେହିପରି କଲେଜ ପରିସରରେ ସାଇକେଲ ଷ୍ଟାଣ୍ଡ୍‌ ନ ଥିବାରୁ ଛାତ୍ରୀଛାତ୍ର ସେମାନଙ୍କ ସାଇକେଲ ଓ ଗାଡିକୁ ଖରା ବର୍ଷାରେ ରଖିବା ପାଇଁ ବାଧ୍ୟ ହେଉଛନ୍ତି। ଏହି କଲେଜ ଏକ ସାମ୍‌ସ ସେଣ୍ଟର ହୋଇଥିଲା ବେଳେ ଏଠାରେ ବିଏସ୍‌ଏନ୍‌ଏଲ ବ୍ରଡବ୍ୟାଣ୍ଡ ଦୀର୍ଘ ଦିନ ହେଲା ଅଚଳ ରହିଛି। କଲେଜରେ ଶିକ୍ଷାର୍ଥୀ ଓ ବିଷୟ ବଢୁଥିବାବେଳେ ଘରର ଅଭାବ ଦେଖାଦେଇଛି । ଯୁକ୍ତ ତିନିରେ ଅନର୍ସ କ୍ଲାସ ପାଇଁ ଶ୍ରେଣୀ୍‌ଗୃହ ନ ଥିବାରୁ ମନୋବିଜ୍ଞାନ ଓ ଇତିହାସ ଅନର୍ସ କ୍ଲାସ କରିବାରେ ବାଧା ଉପୁଜୁଛି । ଗୃହ ନିର୍ମାଣ କରିବା ପାଇଁ ଜାଗା ରହିଥିଲେ ମଧ୍ୟ ବାଧକ ସାଜିଛି କଲେଜକୁ ଲାଗି ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର। ବିଦ୍ୟୁତ୍‌ ତାର ନ ଘୁଞ୍ଚାଇଲେ ଘର ନିର୍ମାଣ ସମ୍ଭବ ନୁହେଁ। ତାର ଘୂଞ୍ଚାାଇବା ସମ୍ପର୍କରେ ନୟାଗଡ ସେସୁ ଏସ୍‌ଡିଓ ଦୀପକ କୁମାର ଦାଶ କହନ୍ତି, ଏ ବାବଦରେ ଯାହା ଟଙ୍କା ଖର୍ଚ୍ଚ ହେବ ସେମାନେ ଡିପୋଜିଟ କଲେ ଆମେ କାମ କରିଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?