ଅବ୍ୟବସ୍ଥାରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ: ନାମକୁ ମାତ୍ର ସିକ୍ୟୁରିଟି ବ୍ୟବସ୍ଥା, ନିଷେଧାଦେଶ ସତ୍ତ୍ୱେ ହେଉଛି ପାର୍କିଂ

ଆନନ୍ଦପୁର,୧୫। ୭(ସ୍ବ.ପ୍ର.)- ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ନାମକୁ ମାତ୍ର ସିକ୍ୟୁରିଟି ବ୍ୟବସ୍ଥା ରହିଛି। ସିକ୍ୟୁରିଟି ଗାର୍ଡମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ୟୁନିଫର୍ମ ପରିଧାନ କରି ଏଣେତେଣେ ଟହଲ ମାରୁଛନ୍ତି। ନୋ ପାର୍କିଂ ଜୋନ୍‌ରେ ସିକ୍ୟୁରିଟି ନିଜେ ଡ୍ୟୁଟି କରୁଥିଲେ ସୁଦ୍ଧା ଲୋକେ ଯାନବାହନ ପାର୍କିଂ କରି ଡାକ୍ତରଖାନାର ସମ୍ମୁଖ ଭାଗରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରୁଛନ୍ତି। ଡାକ୍ତରଖାନାକୁ ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗ ଯାନଗୁଡିକ ପାଇଁ ସମସ୍ୟା ସୃଷ୍ଟି ହେଉଛି। ମେଡିକାଲ କର୍ତ୍ତୃପକ୍ଷ ସବୁ ଦେଖି ନ ଦେଖିଲା ପରି ରହିବା ଅତ୍ୟନ୍ତ ଦୁଃଖର ବିଷୟ ପାଲଟିଛି। ଡାକ୍ତରଖାନା ସମ୍ମୁଖରେ ଥିବା ଗଛମୂଳରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ବସାଉଠା କରୁଥିବା ବେଳେ ନିଷେଧାଦେଶ ସତ୍ତ୍ୱେ ସେଠାରେ ମାଳ ମାଳ ବାଇକ୍‌ , ଚାରିଚକିଆ ଯାନ ପାର୍କିଂ କରାଯାଉଛି। ହେଲେ ସିକ୍ୟୁରିଟି ବାବୁମାନେ ସବୁ ଦେଖି ନ ଦେଖିଲା ଭଳି ଚୁପ ହୋଇ ରହୁଛନ୍ତି। ଜଣଙ୍କର ଡ୍ୟୁଟି ସରିଲେ ଆଉ ଜଣେ ଆସୁଛନ୍ତି ହେଲେ କାହାରି ଏଥିପ୍ରତି ନଜର ନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ରୋଗୀମାନଙ୍କ ହିତକୁ ଦୃଷ୍ଟିରେ ରଖି ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକତା ରହିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇ ଜୁଆଙ୍ଗ ଯୁବକଙ୍କ ଜୀବନ ଗଲା : ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ଜିଲାରେ କାମଧନ୍ଦା ମିଳୁ ନ ଥିବାରୁ ଜୁଆଙ୍ଗ ଓ ଭୂୟାଁ ପୀଢ଼ ଅଞ୍ଚଳର ବହୁ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନାନା...

କାର୍ଯ୍ୟାଦେଶ ବଣ୍ଟନ ପରେ ବି ଆରମ୍ଭ ହୋଇନି କାମ: ଅସନ୍ତୋଷ ପ୍ରକାଶ କଲେ ବିଧାୟକ

ବାଲେଶ୍ୱର ଅଫିସ,୪।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ମଙ୍ଗଳବାର ସଦର ବ୍ଲକକୁ ସୌଜନ୍ୟମୂଳକ ଭାବରେ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି।...

‘ଫନୀ’ ପାଇଁ ଏବିଭିପିର ପାଣ୍ଠି ସଂଗ୍ରହ, ସେବା କାର୍ଯ୍ୟ

ବାଲେଶ୍ୱର ଅଫିସ, ୧୩।୫-ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ହୋଇଛି। କ୍ଷତିଗ୍ରସ୍ତ ପରିବାରଙ୍କୁ...

ସାନିଟାଇଜ ହେଲା ଗୋପାଳପୁର ବଜାର

ବାହାନଗା, ୨୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରକୁ ଗୁରୁବାର ସାନିଟାଇଜ୍‌ କରାଯାଇଛି। ଏହାସହ ପାଇକାସ୍ତା ତହସିଲ କାର୍ଯ୍ୟାଳୟ, ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟ, ପୋଷ୍ଟାଲ କାର୍ଯ୍ୟାଳୟ...

ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ: ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ିଲେନି ପରିବାର ଲୋକେ

ସିମୁଳିଆ,୭।୧୨(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲତା ମଲିକ(୧୭) ନାମକ ଜଣେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର...

‘ରାଇବଣିଆ ଦୁର୍ଗର ପୁନରୁଦ୍ଧାର ଲାଗି ଉଦ୍ୟମ କରାଯିବ’

ଜଳେଶ୍ୱର, ୧୪।୭(ଡି.ଏନ.ଏ.)-ପର୍ଯ୍ୟଟନ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶନିବାର ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ସୁବର୍ଣ୍ଣରେଖା ଅବବାହିକାରେ ଅବସ୍ଥିତ ଐତିହାସିକ ରାଇବଣିଆ ଦୁର୍ଗ ପରିଦର୍ଶନ...

୧୪ ମାସ ହେଲା ଛାତ୍ରୀ ନିବାସରେ ତାଲା

ବସ୍ତା,୨୦।୭(ସ୍ବ.ପ୍ର.): ବାଲେଶ୍ୱର ଜିଲା ଜାମଶୂଳୀ  ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଏକମାତ୍ର ଛାତ୍ରୀନିବାସ ୧୪ ମାସ ହେଲା ବନ୍ଦ ରହିଛି। କଲେଜ କର୍ତ୍ତୃପକ୍ଷ ଛାତ୍ରୀନିବାସ ଆନୁଷଙ୍ଗିକ...

ଫିନାଇଲ୍‌ ମିଶା ଡାଲି ଖାଇ ୧୭ ଛାତ୍ରୀ ଅସୁସ୍ଥ

ରୂପସା,୧୧।୩(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍‌ସା ସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ ମହାବିଦ୍ୟାଳୟର ୧୭ ଛାତ୍ରୀ ଶୁକ୍ରବାର ଫିନାଇଲ୍‌ ମିଶା ଡାଲି ଖାଇ ଅସୁସ୍ଥ ହୋଇ...

Advertisement
Archives

Model This Week