ଅବେବସ୍‌ତା ଘେରରେ ବଡ଼ଛତ୍ରଙ୍ଗ ହାଇସ୍କୁଲ: ୧୦ ଶ୍ରେଣୀକେ ୩୦୧ ଛାତ୍ରୀଛାତ୍ର, ୭ ଶିକ୍ଷକ

ଭବାନୀପାଟଣା, ୨୯ା୭ (ଡି.ଏନ୍‌.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଛାତ୍ରୀଛାତ୍ରକୁଁ ଗୁଣାତ୍ମକ ଶିକ୍ଷା ଦେବାର ଲାଗି ଅନେକ ଯୋଜନା କାଯ୍‌କାରି କରି କୋଟି କୋଟି ଟଁକା ସାରୁଛନ୍‌। ହେଲେ କଳାହାଣ୍ଡି ଲେଖେଁ ଗୁଟେ ଆଦିବାସୀ ବହୁଲ ଜିଲାରେ ପ୍ରାଥମିକ ଶିକ୍ଷା ବାଟବନା ହେଉଥିବାର ଅଭିଯୋଗ ହେଉଛେ। ଉଦାହରନ୍‌ ହିସାବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବଡ଼ଛତ୍ରଙ୍ଗ ଉନ୍ନିତ ପ୍ରାଥମିକ ବିଦ୍ୟାଲୟକେ ନିଆଯାଇପାରେ।
ସୂଚନା ହିସାବେ ବଡ଼ଛତ୍ରଙ୍ଗ ଉନ୍ନିତ ପ୍ରାଥମିକ ବିଦ୍ୟାଲୟରେ ୧ମରୁ ୧୦ମ ଶ୍ରେଣୀ ତକ୍‌ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ବେବସ୍‌ତା ରହିଛେ। ଏହେଦେ ସ୍କୁଲରେ ମୋଟ ୩୦୧ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ସେଥ୍‌ରୁ ୧୨୧ ଛାତ୍ରୀ ଆର ୧୮୦ ଝନ୍‌ ଛାତ୍ର ରହିଛନ୍‌। ସେନ୍‌ତା ୧୦ଟା ଶ୍ରେଣୀର ଛୁଆକୁ ପାଠ୍‌ପଢ଼ାବାର ଲାଗି ୭ ଝନ୍‌ ଶିକ୍ଷକ ନିୟୋଜିତ ହେଇଛନ୍‌। ଶିକ୍ଷା ଅଧିକାର ଆଇନ୍‌ ହିସାବେ ପ୍ରାଥମିକସ୍ତର ଲାଗି ୩୦ ଝନ୍‌ ଛାତ୍ରୀଛାତ୍ରକଁର ଲାଗି ଝନେ ଶିକ୍ଷକ ନିୟୋଜିତ ହେବାର କଥା। ହେଲେ ଇ ସ୍କୁଲରେ ୧୦ଟା ଶ୍ରେଣୀର ଲାଗି ୭ ଝନ୍‌ ନ ଶିକ୍ଷକ ରହିଛନ୍‌। ସ୍କୁଲର ୧୦ କି.ମି. ଭିତରେ ୯ମ ୧୦ମ ଶ୍ରେଣୀ ପଢ଼ବାର ଲାଗି ଇଟା ଗୁଟେନ ହାଇସ୍କୁଲ। ଯେନ୍‌ଥିରଲାଗି ବହୁତ୍‌ ଦୂରିଆରୁ ଛାତ୍ରୀଛାତ୍ର ଇଠାନ୍‌କେ ପାଠ୍‌ପଢ଼ି ଆସୁଛନ୍‌। ହେଲେ ଦୁଖର କଥା ବିଦ୍ୟାଲୟରେ ଗଣିତ, ବିଜ୍ଞାନ ଆର ଇଂରାଜୀ ଲେଖେଁ ବିଷେ ପାଠ୍‌ ପଢ଼ାବାର ଲାଗି ଅଭିଜ୍ଞ ଶିକ୍ଷକ ନଁାଇଁନ। ସ୍କୁଲଟା ଉନ୍ନିତ ହେଲା ଉତାରୁ ହାଇସ୍କୁଲର ମାଏନ୍‌ତା ପାଇଛେ ସତ୍‌, ହେଲେ ଇଠାନେ ଆଏଜ୍‌ତକ ଝନେ ପ୍ରଧାନଶିକ୍ଷକ ନିଯୁକ୍ତ ନାଇଁ ହେଇପାରି। ଯେନ୍‌ଥିରଲାଗି ୧୦ ବଛର୍‌ରୁ ଅଧ୍‌କା ହେଲା ସ୍କୁଲର ଝନେ ସହକାରୀ ଶିକ୍ଷକ ପ୍ରଧାନଶିକ୍ଷକ ଦାଇତିଅ ତୁଲେଇ ଆସୁଛନ୍‌। ସେନ୍‌ତା ୨୦୧୨ ସାଲେ ସ୍କୁଲର ପୁରନା କୁଠାରୁ ନୂତନ କୁଠାକେ ଉଠେଇ ନିଆଯାଇଛେ। ହେଲେ ନୂତନ କୁଠାରେ ବାଡ଼ା, ପିଇଲା ପାଏନ୍‌ର ବେବସ୍‌ତା ନଁାଇଁନ। ଯେନ୍‌ଥିରଲାଗି ଏଭେ ବି ପୁରନା କୁଠାଥି ଏମ୍‌.ଡି.ଏମ୍‌ ରଁଧାବଢ଼ା ହେଉଛେ। ନୂତନ୍‌ କୁଠାନୁ ପାଖାପାଖି ୧ କି.ମି. ଦୂରେ ଥିବାର ପୁରନା କୁଠାକେ ଛାତ୍ରୀଛାତ୍ର ଖରା, ବରଷାରେ ଚାଲି ଚାଲି ଖାଇ ଯାଉଛନ୍‌। ବିଦ୍ୟାଳୟରୁ ୧୦ କି.ମି. ଭିତରେ ଥିବାର ଦୁଇ ପଁଚେତ୍‌ ବିରିକୋଟ ଆର ବାଗଡ଼ିଆଣିର ଅନେକ ଗଁାର ଛାତ୍ରୀଛାତ୍ର ଇ ହାଇସ୍କୁଲରେ ପାଠ୍‌ପଢ଼ୁଛନ୍‌। ସେମାନେ ଝାର ଜଂଗଲ ଭିତରେ ଅତଡ଼ିଆ ରାସ୍‌ତାରେ ୫ରୁ ୧୦ କି.ମି. ଦୂରେ ଥିବାର ଇ ସ୍କୁଲକେ ଫିଦିନ୍‌ ପାଠ୍‌ପଢ଼ି ଆସୁଛନ୍‌। ହେଲେ ଇଥ୍‌ରେ ଛାତ୍ରୀମାନକର ସୁରକ୍ଷା ଉପରେ ଅଭିଭାବକମାନେ ଚିନ୍‌ତା ପରକଟ କରିଛନ୍‌। ଇତାକେ ଗୁରୁତ୍‌ ଦେଇ ଜିଲା ଆଦିବାସୀ ସମନ୍ବିତ ସଂସ୍ଥା ତରଫୁ ୧ଶହ ଛାତ୍ରୀକଁର ରହିବାର ସୁବିଧା ଥିବାର ଛାତ୍ରୀନିବାସ ତିଆର ଲାଗି ଗଲା ୨୦୧୪-୧୫ ସାଲେ ୫୭ ଲାଖ୍‌ ଟଁକାର ଅନୁଦାନ ଦିଆଯାଇଛେ। ହେଲେ ଛାତ୍ରୀନିବାସ ତିଆରି କାମ୍‌କେ ୩ ବଛର୍‌ରୁ ଅଧ୍‌କା ବିତିଯାଇଥିଲେ ବି କାମ୍‌ ପୂରା ନାଇଁ ହେଇପାରି। ଆଏଜ୍‌ତକ ଛାତ୍ରୀ ନିବାସରେ ପିଇଲା ପାଏନ୍‌ ଆର ବିଦ୍ୟୁତ୍‌ ସଂଯୋଗ ନାଇଁ ହେଇପାରି। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ

ଦିଗପହଣ୍ଡି, ୭।୧୧ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ଶନିବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ବିଭିନ୍ନ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ବୋଲେରୋ ସହ ବିଭିନ୍ନ ମାରଣାସ୍ତ୍ର ଜବତ

ସଜନାଗଡ, ୧୨ା୧(ଡି.ଏନ.ଏ.)-ନୀଳଗିରି ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତ ହାଇସ୍କୁଲ୍‌ ପଡ଼ିଆ ସମ୍ମୁଖରେ ଯୋଜନାବଦ୍ଧ ଭାବେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ...

କ୍ୟାନ୍‌ସର ପୀଡ଼ିତ ହୋମଗାର୍ଡଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଇଲା ପ୍ରଶାସନ

ଛତ୍ରପୁର,୨୭ା୪(ଡି.ଏନ୍‌.ଏ.) : କ୍ୟାନସର ପୀଡ଼ିତ ତଥା ଗଞ୍ଜାମ ଜିଲା ବିଏନ୍‌ପୁର ଥାନାର ହୋମଗାର୍ଡ ବିଷ୍ଣୁ ପ୍ରସାଦ ବେହେରାଙ୍କ ଚିକିତ୍ସା ଲାଗି ସୋମବାର ଜିଲା ପ୍ରଶାସନ ପକ୍ଷରୁ...

ଶିକ୍ଷକ ନିଯୁକ୍ତି, ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦାବିରେ ସ୍କୁଲରେ ତାଲା

ଉମରକୋଟ, ୩୧।୧(ଡି.ଏନ୍‌.ଏ.): ସ୍କୁଲରେ ଶିକ୍ଷକ ନିଯୁକ୍ତି ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଇବା ଦାବିରେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ରାଜପୁର ଏବଂ ଡଙ୍ଗରୀଗୁଡ଼ା ଗ୍ରାମବାସୀ...

ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ କଲା ପୋଲିସ

କେନ୍ଦୁଝର,୯ା୨(ସ୍ବ.ପ୍ର.): ସାମାଜିକ କର୍ମୀ ନୈନା ସାହୁଙ୍କ ମୃତ୍ୟୁ ଘଟଣାରେ ପୋଲିସ ଗୁରୁବାର ହତ୍ୟା ମାମଲା ରୁଜୁ କରିଛି। ଡିଏସ୍‌ପି କ୍ରାଇମ ଏହି ମାମଲାକୁ ତଦାରଖ କରୁଛନ୍ତି।...

ଜିଲା ମୁଖ୍ୟ ଚିକିତ୍ସାଳୟରେ ସଫଳ ଅସ୍ତ୍ରୋପଚାର: ପେଟରୁ ବାହାରିଲା ୫୦୦ ଗ୍ରାମ୍‌ର ପଥୁରି

ମାଲକାନଗିରି,୭।୧୨(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଖ୍ୟ ଚିକିସତ୍ାଳୟରେ ଶୁକ୍ରବାର ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଜିଲାର ମାଥିଲି ବ୍ଲକ୍‌ କିଆଙ୍ଗ ପଞ୍ଚାୟତର ଜାମୁଗୁଡ଼ା ଗ୍ରାମର ଇର୍ମା ପଡ଼ିଆମିଙ୍କ...

ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ

ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର...

ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି

ପୁରୀ ଅଫିସ, ୨୪।୧୧: ପୁରୀ ଟାଉନ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ କରିବେ କେନ୍ଦ୍ରାଞ୍ଚଳ ଡିଆଇଜି। ଏ ନେଇ ସୋମବାର ପୋଲିସ ଡିଜି ଅଭୟ...

Advertisement
Archives

Model This Week