Posted inଖେଳ

ଅବିନାଶଙ୍କୁ ସ୍ନୁକର, ବରୁଣଙ୍କୁ ବିଲିୟାର୍ଡସ ଟାଇଟଲ୍‌

କଟକ ଅଫିସ,୧୯ା୧୧- କଟକ କ୍ଲବଠାରେ ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଓ ଓଡ଼ିଶା ମାଇନିଂ କର୍ପୋରେଶନର ମିଳିତ ଆନୁକୂଲ୍ୟରେ ୨୬ତମ ଅଲ ଓଡ଼ିଶା ବିଲିୟାର୍ଡସ ଓ ସ୍ନୁକର ରାଜ୍ୟ ର଼୍ୟାଙ୍କିଙ୍ଗ ଚାମ୍ପିୟନଶିପ ସୋମବାର ଉଦ୍‌ଘାଟିତ ହୋଇଛି। ପ୍ରଥମ ଦିବସରେ ଜୁନିୟର ବର୍ଗର ସ୍ନୁକର ଓ ବିଲିୟାର୍ଡସ ପ୍ରତିଯୋଗିତା ହୋଇଥିଲା। ଜୁନିୟର ବିଲିୟାର୍ଡସ ଫାଇନାଲରେ ବରୁଣ ନାୟକ ୧୪୦-୯୬ ପଏଣ୍ଟରେ ଅବିନାଶ ମହାପାତ୍ରଙ୍କୁ ହରାଇ ଟାଇଟଲ ବିଜୟୀ ହୋଇଛନ୍ତି। ଜୁନିୟର ସ୍ନୁକରରେ ଚାମ୍ପିୟନ ହୋଇଛନ୍ତି ଅବିନାଶ ମହାପାତ୍ର। ଅବିନାଶ ୩-୨ ଫ୍ରେମରେ ବରୁଣ ନାୟକଙ୍କୁ ପରାସ୍ତ କରିଥିଲେ। ବରୁଣ ରାଜ୍ୟ ର଼୍ୟାଙ୍କିଙ୍ଗର ଜୁନିୟର ବିଲିୟାର୍ଡସରେ ସିଡ୍‌-୧ ଓ ଜୁନିୟର ସ୍ନୁକରରେ ସିଡ଼-୨ ପ୍ରାପ୍ତ କରିଛନ୍ତି। ଅବିନାଶ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ର ଜୁନିୟର ବିଲିୟାର୍ଡସରେ ସିଡ଼-୨ ଓ ଜୁନିୟର ସ୍ନୁକରରେ ସିଡ଼-୧ ପ୍ରାପ୍ତ କରିଛନ୍ତି। ମଙ୍ଗଳବାରଠାରୁ ସିନିୟର ବିଲିୟାର୍ଡସ ଆରମ୍ଭ ହେବ। ଏଥିରେ ରାଜ୍ୟର ୧୦ଜଣ ପ୍ରତିଯୋଗୀ ଭାଗ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରେଷ୍ଠ ପ୍ରଦର୍ଶନ କଲେ ବି ବିଜୟ ସହଜ ହେବନି: ସିମନ୍ସ

କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଓ୍ବେଷ୍ଟଇଣ୍ଡିଜ ଉତ୍ସାହୀ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ଆଗାମୀ ମ୍ୟାଚରେ ସିରିଜ ନିର୍ଣ୍ଣୟ...

ଦେଶର ଡୋପ ଟେଷ୍ଟ ଲାବ୍‌ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୨୩।୮(ପି.ଟି.): ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଶୁକ୍ରବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ)କୁ ଭର୍ତ୍ସନା କରି ଦେଶରେ ଥିବା ଏକମାତ୍ର ଓ୍ବାଡା ସ୍ବୀକୃତି ପ୍ରାପ୍ତ...

ସଙ୍କଟରେ ରାଇନାଙ୍କ ସିଏସ୍‌କେ କ୍ୟାରିୟର

ଦୁବାଇ, ୧ା୯: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା...

ଟସ୍‌ ଜିତିଲା ଭାରତ

ହରାରେ,୧୮।୮: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ହରାରେଠାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌...

୧୫୦୦ ମି. ଦୌଡ଼ରେ ନିଜ ରେକର୍ଡ ଭାଙ୍ଗିଲେ ଜିନ୍‌ସନ

ବର୍ଲିନ୍‌,୨।୯(ପିଟି): ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକଧାରୀ ଜିନ୍‌ସନ ଜନ୍‌ସନ ଆଇଏସ୍‌ଟିଏଏଫ୍‌ ଇଭେଣ୍ଟର ୧୫୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିବା ସହ ସୃଷ୍ଟି କରିଛନ୍ତି ନୂଆ...

ବୃହତ୍‌ ବିଜୟ ଅଭିମୁଖେ ଗମ୍ଭୀର

ନୂଆଦିଲ୍ଲୀ, ୨୩।୫- କ୍ରିକେଟ ପଡ଼ିଆରୁ ରାଜନୀତିରେ ପ୍ରବେଶ କରିଥିବା ପ୍ରାକ୍ତନ ଭାରତୀୟ ଓପନର ଗୌତମ ଗମ୍ଭୀର ନିଜର ରାଜନୀତି କ୍ୟାରିୟରର ପ୍ରାରମ୍ଭରୁ ବୃହତ ବିଜୟ ଦିଗରେ...

ଇତିହାସ ରଚିଲେ ଏହି କ୍ରିକେଟର୍‌: ଏକଦିବସୀୟ କ୍ରିକେଟରେ ହାସଲ କଲେ ବିରଳ ରେକର୍ଡ

ଜୋହାନ୍ସବର୍ଗ,୫।୪: ପାକିସ୍ତାନର ଓପନର୍‌ ଫାଖର ଜମାନ ପୁଣି ଥରେ ଏକ ବିସ୍ଫୋରକ ଇନିଂଶ ଖେଳିଛନ୍ତି। ସେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୯୩ ରନ୍‌ର ଅପରାଜିତ...

ଟିଟି ଖେଳାଳିଙ୍କୁ ନୂତନ ପଦ୍ଧତିରେ ପ୍ରଶିକ୍ଷଣ ଦିଆଯିବ

କଟକ ଅଫିସ, ୬ା୪: ଓଡ଼ିଶାରେ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ପ୍ରସାର ହେବ। ଖେଳାଳିମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ସହ ପ୍ରୋତ୍ସାହିତ କରାଯିବ। ସ୍ଥାନୀୟ ବାଣିଜ୍ୟକର...

Advertisement
Archives

Model This Week