ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର ଅଫିସ, ୨୦।୪-ବାଲେଶ୍ୱର ସହର ଆଇଟିଆଇ ସ୍ଥିତ ଏକ ଘରୋଇ ସମ୍ମିଳନୀ କକ୍ଷରେ ମାନବାଧିକାର ଇଲେକ୍ସନ ୱାଚ୍‌ କମିଟି ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଛି।
ମାନବାଧିକାର ଇଲେକ୍ସନ ୱାଚ୍‌ କମିଟି ବାଲେଶ୍ୱର ଗସ୍ତ କରି ବିନା ଭୟ, ଭ୍ରାନ୍ତି, କୌଣସି ଚାପର ବଶବର୍ତ୍ତୀ ନ ହୋଇ ଜାତି, ଧର୍ମ, ବର୍ଗ, ଲିଙ୍ଗ ସଙ୍କୀର୍ଣ୍ଣତାରୁ ଊର୍ଦ୍ଧ୍ୱରେ ରହି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ମତଦାନ କରିବା ଲାଗି ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସଙ୍ଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଅଭିନ୍ନ ହୋତା କହିଥିଲେ, ଚଳିତ ନିର୍ବାଚନରେ କଳାଟଙ୍କା, ମଦ ଓ ଗୁଣ୍ଡାଗର୍ଦିକୁ ରୋକିବା ପାଇଁ ସାରା ରାଜ୍ୟରେ ୧୫୦୦ ମାନବାଧିକାର କର୍ମୀ ନିୟୋଜିତ ହୋଇଛନ୍ତି। ବାଲେଶ୍ୱର ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ନିର୍ବାଚନକୁ ଖୁବ୍‌ ପାଖରୁ ନିରୀକ୍ଷଣ କରୁଛନ୍ତି। ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନକୁ ନିବର୍ର୍ାଚନ କମିଶନରଙ୍କୁ ଅବଗତ କରାଉଛନ୍ତି। ସୁସ୍ଥ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଏହା ଆମର ପ୍ରୟାସ ବୋଲି କମିଟି ରାଜ୍ୟ ଉପାଧ୍ୟକ୍ଷ ତଥା ଢ଼େଙ୍କାନାଳ, ଅନୁଗୋଳ ଜିଲାର ସଭାପତି ରାମଚନ୍ଦ୍ର ରାଉତରାୟ ମତବ୍ୟକ୍ତ କରିଛନ୍ତି। ଇଲେକ୍ସନ ୱାଚ୍‌ କମିଟିର ରାଜ୍ୟ ଉପ-ସଭାପତି ଦେବବ୍ରତ ପାଣିଗ୍ରାହୀ ଓ ଜିଲାସଭାପତି ସଂଘମିତ୍ରା ମହାନ୍ତି, ଖୋର୍ଦ୍ଧା ଜିଲା ସଂଯୋଜିକା କୁମାରୀ ସ୍ବର୍ଣ୍ଣଲତା ସାହୁ, ସଦସ୍ୟା ଶର୍ମିଷ୍ଠା ଦାସ, ଜ୍ୟୋତିରଞ୍ଜନ ଦାସ, ଲଲିତ କୁମାର ପାଣିଗ୍ରାହୀ, ପ୍ରିୟରଞ୍ଜନ ମହାନ୍ତି, ଅଲିଭା ଦାସ, ହରିଶ୍‌ ଚନ୍ଦ୍ର ରାଜ, ଉର୍ମିଳା ଦାସ, ସୁପ୍ରଭା ଦାସ, ପ୍ରଶାନ୍ତ ପଣ୍ଡା, ଚିନ୍ମୟ ବିଶ୍ୱାଳ, ଏସ୍‌.କେ. ହମିଦ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାପୁଛି ଡେଙ୍ଗୁ: ବାଲିଆପାଳରେ ୩ ମୃତ, ଜଳେଶ୍ୱରରେ ୭ ଚିହ୍ନଟ

ବାଲିଆପାଳ/ଜଳେଶ୍ୱର, ୨୩ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ବାଲିଆପାଳ ଓ ଜଳେଶ୍ୱର ବ୍ଲକରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ବାଲିଆପାଳ ବ୍ଲକରେ ଡେଙ୍ଗୁରେ ଏଯାଏ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଳେଶ୍ୱର...

ଆଜି ମକର: ନିଆରା ଗଣପର୍ବ

ସକଳ ଶକ୍ତିର ଆଧାର ସୂର୍ଯ୍ୟ। ସୂର୍ଯ୍ୟଦେବଙ୍କୁ ଆରାଧନାର ପବିତ୍ର ଦିନ ଭାବେ ବିବେଚିତ ମକର ସଂକ୍ରାନ୍ତି। ମୟୂରଭଞ୍ଜ ଜିଲାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ...

ଆଇଟିଆର୍‌ ଲଞ୍ଚପ୍ୟାଡ୍‌ରୁ ‘ପିନାକା’ର ୩ଥର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୪।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌) ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ମଙ୍ଗଳବାର ବହୁମୁଖୀ ରକେଟ ଲଞ୍ଚର ‘ପିନାକା’ର ୩ଥର ପରୀକ୍ଷଣ କରାଯାଇଛି। ଏସବୁ...

ପ୍ରକଳ୍ପ ନିର୍ମାଣକୁ ବର୍ଷେ ପୂରିନି: ଲୋକଙ୍କ ନିକଟରେ ପହଞ୍ଚୁନି ପିଇବା ପାଣି

ଖଇରା, ୬।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ବର୍ଷେ ନ ପୂରୁଣୁ ବହୁ ସ୍ଥାନରେ ପାଇପ ନଷ୍ଟ ହେବା...

ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଅଭିଯୋଗ: ଜିଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର ଅଫିସ, ୮।୨-ବାଲେଶ୍ୱର ସଦର ବ୍ଲକ ଅଧୀନ ଗୋପୀନାଥପୁର ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଥିବା...

ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ

ବାଲିଆପାଳ,୧୪।୧୨(ସ୍ବ.ପ୍ର): ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ଜାମ୍ଭିରାଇ ଗ୍ରାମରେ ଗତ ୧୧ ତାରିଖରୁ ନିଖୋଜ ଶିଶୁକନ୍ୟାର ମୃତଦେହ ସୋମବାର ସକାଳେ ସେହି ଗ୍ରାମର ଏକ ପରିତ୍ୟକ୍ତ...

ରାଜନଗର ସଇରାତରେ ଲାଗିବ ସୀମା ନିର୍ଦ୍ଧାରଣ ଖୁଣ୍ଟି

ଜଳେଶ୍ୱର, ୧୨।୫(ଡି.ଏନ.ଏ.): ଏନ୍‌ଜିଟିରେ ଆଗତ ଦୁଇ ମାମଲାରେ ନିଷ୍ପତ୍ତି ଅନୁଯାୟୀ ବୁଧବାର ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ବାଲେଶ୍ୱର ଅତିରିକ୍ତ ଜିଲାପାଳଙ୍କ ଉପସ୍ଥିତିରେ ସୁବର୍ଣ୍ଣରେଖା...

ରାସ୍ତା ଅବସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ବାଲେଶ୍ୱର ଅଫିସ,୫।୩: ବାଲେଶ୍ୱର ପୌରପରିଷଦର ନିର୍ବାଚନକୁ ବର୍ଷେ ବିତିଛି। ବିଜେଡିର ଅଧିକ ସଂଖ୍ୟକ କାଉନସିଲରଙ୍କ ସହ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିଜୟ ଲାଭ କରିଛନ୍ତି। ହେଲେ ସେମାନଙ୍କ...

Advertisement
Archives

Model This Week