ଅବହେଳିତ କାଣ୍ଡେ ସାହି: ୪୦ରୁ ଊର୍ଦ୍ଧ୍ୱ ପିଲାଙ୍କ ପାଠପଢାରେ ଡୋରି

ତେଲକୋଇ, ୩୧।୧(ଡି.ଏନ.ଏ.)-ତେଲକୋଇ ଆଦିବାସୀ ବହୁଳ ବହୁ ଅଞ୍ଚଳରେ ଯୋଜନା କରାଯାଉଛି। ତେବେ ଛାମୁଣ୍ଡା ପଞ୍ଚାୟତର ସିରିଆବାହାଳ ଗ୍ରାମ ସଂଲଗ୍ନ ୬ନଂ ୱାର୍ଡ କାଣ୍ଡେ ସାହି ଅବହେଳିତ ହୋଇ ରହିଛି। ସିରିଆବାହାଳ ଗ୍ରାମ ଠାରୁ କାଣ୍ଡେ ସାହି ୨କି.ମି. ରାସ୍ତା। ରାସ୍ତା ମଧ୍ୟରେ ରହିଛି ଦେବତା ନାଳ ଝରଣା ସବୁ ଦିନିଆ ରାସ୍ତା ନଥିବା ଯୋଗୁଁ ଗ୍ରାମରେ ଥିବା ୪୦ରୁ ଊର୍ଦ୍ଧ୍ୱ ଛୁଆଙ୍କ ପାଠପଢାରେ ଡୋରି ଲାଗିଛି। ଉକ୍ତ ବସ୍ତିରେ ୨୫ରୁ ଊର୍ଦ୍ଧ୍ୱ ପରିବାର ଆଦିବାସୀ ଲୋକେ ବସବାସ କରନ୍ତି। ବସ୍ତି ବାସୀନ୍ଦାଙ୍କ ଝରଣା ପାଣି ଚିର ସହଚର। ବସ୍ତିରୁ ପଞ୍ଚାୟତକୁ ଆସିବାକୁ ହେଲେ ୪କି.ମି. ପାଦରେ ଚାଲି ପିଡିଏସ ସାମଗ୍ରୀ ନେଇଥାନ୍ତି। ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନଥିବା ଓ ପ୍ରାଥମିକ ସ୍କୁଲ ନ ଥିବା ଯୋଗୁ ଗାଁର ପିଲାମାନେ ପାଠ ପଢ଼ିପାରୁନାହାନ୍ତି। ସମସ୍ତ ପରିବାର ବିପିଏଲଧାରୀ ହୋଇଥିବା ବେଳେ ମାତ୍ର ୪ଜଣଙ୍କୁ ମିଳିଛି ଆବାସ ଯୋଜନା। ସେହିପରି ୧୦ରୁ ଊର୍ଦ୍ଧ୍ୱ ବିଧବା, ବୃଦ୍ଧାବୃଦ୍ଧ ଦୀର୍ଘଦିନ ହେବ ଭତ୍ତା ଅପେକ୍ଷାରେ ବ୍ଲକ ଆସି ନୟାନ୍ତ ହୋଇଥିବା ସ୍ଥାନୀୟ ୱାର୍ଡ ମେମ୍ବର ସୁବାଷ ପାତ୍ର ପ୍ରକାଶ କରିଛନ୍ତି। ସରକାରଙ୍କ ଉଦାସୀନତା ଓ ପଞ୍ଚାୟତ ପ୍ରତିନିଧିଙ୍କ ଅଣଦେଖା ପାଇଁ ଏହି ବସ୍ତି ଅବହେଳିତ ହୋଇପଡିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ କଳ୍ପତରୁ ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ, ବସ୍ତିରେ ଗୋଟିଏ ନଳକୂପ ରହିଛି । ତେବେ ଆଉ ଗୋଟିଏ ନଳକୂପ ଯୋଜନା ହୋଇଥିବା ବେଳେ ସିରିଆବାହାଳ ଠାରୁ କାଣ୍ଡେ ସାହି ପାଇଁ ଏମଜିଏନଆରଇଜିଏସ ଯୋଜନାରେ ସବୁଦିନିଆ ରାସ୍ତା ନିର୍ମାଣ ହେବ। ଭତ୍ତା ଆବେଦନ କାରୀ ଭତ୍ତା ପର୍ଯ୍ୟାୟ କ୍ରମେ ପାଇବେ। ଅଙ୍ଗନୱାଡି କେନ୍ଦ୍ର ପାଇଁ ଶିଶୁ ପ୍ରକଳ୍ପ ଅଧିକାରୀଙ୍କ ଠାରେ ଆବେଦନ କରାଯାଇଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳଖିଆ ଦୋକାନରେ ଚଢ଼ାଉ, ଜରିମାନା ଆଦାୟ

ନିଶ୍ଚିନ୍ତକୋଇଲି,୨୨ା୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଫୁଡ୍‌, ଡ୍ରଗ୍ସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଜଳଖିଆ,ପାନ ଦୋକାନ ଉପରେ ଚଢ଼ାଉ ସହ ଜରିମାନା...

୫ ରୁଟ୍‌ରେ ସରକାରୀ ବସ୍‌ ବନ୍ଦ

ରାୟଗଡ଼ା ଅଫିସ,୨୮ା୭: ମାଓବାଦୀଙ୍କ ପିଏଲ୍‌ଜିଏ(ପିପୁଲ୍ସ ଲିବରେଶନ ଗେରିଲା ଆର୍ମି) ସପ୍ତାହ ବୁଧବାରଠାରୁ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲା ପୋଲିସ ପକ୍ଷରୁ ବ୍ୟାପକ...

ଡେପୁଟି କଲେକ୍ଟରଙ୍କ ଗାଡ଼ି ଧକ୍କାରେ ବାଳକ ଗୁରୁତର

ହରଭଙ୍ଗା,୭।୯ (ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ପୁରୁଣାକଟକ ବଜାର ଠାରେ ସୋମବାର ପୂର୍ବାହ୍ନରେ ଜିଲା ଡେପୁଟି କଲେକ୍ଟରଙ୍କ ଗାଡି ଧକ୍କାରେ ଜଣେ...

ବିସ୍ଥାପିତ ତାଲିକାରେ ସାମିଲ ନ କଲେ ଆନ୍ଦୋଳନ

କଳିଙ୍ଗନଗର,୪ା୨(ଡି.ଏନ.ଏ): କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା କାରଖାନା ପାଇଁ ଚାନ୍ଦିଆ, ବାଲିଗୋଠ, ଗୋବର ଘାଟି, କଳାମାଟିଆ, ବାଇଡୁବୁରୀ, ଗାଢପୁର, ଚମ୍ପାକୋଇଲି, ବାନ୍ଦରଗାଡିଆ, ବାମିୟାଗୋଠ, ମାନିଆପାତଳ, ଅମ୍ବଗଡିଆ ଗ୍ରାମବାସୀ...

ଡାକ୍ତର, ନର୍ସଙ୍କୁ ଦିଆଯିବ ୪ ମାସର ଆଗୁଆ ଦରମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୩(ବ୍ୟୁରୋ): କରୋନା ମୁକାବିଲା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଡ଼ ଘୋଷଣା କରିଛନ୍ତି। ସବୁ ଡାକ୍ତର, ପାରାମେଡିକାଲ କର୍ମଚାରୀଙ୍କୁ ଆଗୁଆ୪ ମାସର ଦରମା ଦେବାକୁ...

ଜେଲ ଗଲେ ଅବସରପ୍ରାପ୍ତ ସେନା କର୍ମଚାରୀ

ଭୁବନେଶ୍ୱର,୯ା୯ (ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳରେ ପଡୋଶୀଙ୍କ ସହ ବଚସାକୁ କେନ୍ଦ୍ରକରି ଗୁଳି ମାଡ଼ କରିଥିବା ଅଭିଯୁକ୍ତ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପୋଲିସ...

ମଧ୍ୟାହ୍ନଭୋଜନ ଖାଇ ୧୯ ଅସୁସ୍ଥ, ୨ ଗୁରୁତର

ତାଳଚେର,୧୩।୭(ନି.ପ୍ର.) : ମଧ୍ୟାହ୍ନଭୋଜନ ଖାଇ ଶନିବାର ପରଜଙ୍ଗ ବ୍ଲକ କଳେଇ ୟୁପିସ୍କୁଲର ୧୯ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ସମସ୍ତଙ୍କୁ ତାଳଚେର...

ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆରମ୍ଭ

ସୋରଡ଼ା,୧୬ା୧୨(ଡି.ଏନ୍‌.ଏ.): ଜାତୀୟ ରାଜପଥରୁ ସହର ମଧ୍ୟକୁ ସଂଯୋଗ କରୁଥିବା ନେତାଜୀ ସାହି ରାସ୍ତାର କଇଠପଲି ସାହି ନିକଟରେ ରାସ୍ତାପାର୍ଶ୍ୱ ୧୫ ଫୁଟ ଲମ୍ବରେ ଭୁଶୁଡି ପଡ଼ିଥିଲା।...

Advertisement
Archives

Model This Week