ଅବକାରୀ ଚଢ଼ାଉ: ୧୦୦ କୁଇଣ୍ଟାଲ ମହୁଲଫୁଲ ଜବତ

କୁତ୍ରା, ୬।୧୧ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରାଠାରେ ରାଜଗାଙ୍ଗପୁର ଓ ବଡ଼ଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ଫୁଲ ଜବତ କରାଯାଇଛି। କୁତ୍ରାଠାରେ ସନ୍ତୋଷ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମରେ ୧୦୦ କୁଇଣ୍ଟାଲରୁ ଅଧିକ ବେଆଇନ ମହୁଲ ଫୁଲ ଗଚ୍ଛିତ ଥିବା ଅବକାରୀ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପର ହୋଇଯାଇଥିଲା। ମଙ୍ଗଳବାର ଜିଲା ଅବକାରୀ ଅଧ୍ୟକ୍ଷ ଲକ୍ଷ୍ମୀଧର ପରିଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଇନ୍ସପେକ୍ଟର ସତ୍ୟଜିତ ଖୁଣ୍ଟୁଆ, ରାଜେନ୍ଦ୍ର ବେହେରା, ସବ୍‌ଇନ୍ସପେକ୍ଟର ଅଶୋକ ପଟେଲ, ଆର.କେ ନାଏକଙ୍କ ସମେତ ଅବକାରୀ କର୍ମଚାରୀ, କୁତ୍ରା ଥାନା ଏଏସଆଇ ଆର.କେ ନାଏକଙ୍କ ଉପସ୍ଥିତିରେ ଚଢ଼ାଉ କରିଥିଲେ। ମଙ୍ଗଳବାରଠାରୁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଚଢାଉ କରାଯାଇ ୧୦୦ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ମହୁଲ ଫୁଲ ଜବତ କରାଯାଇଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସନ୍ତୋଷ ବେହେରାଙ୍କୁ ଅବକାରୀ ବିଭାଗ ଅଟକ ରଖିଥିବା ବେଳେ ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ପିଟି ପିଟି ମାରି ମାଂସ ବିକ୍ରି କରୁଥିଲେ: ଜଣଙ୍କୁ ବାନ୍ଧିଲା ହରିଚନ୍ଦନପୁର ପୋଲିସ

କେନ୍ଦୁଝର,୧୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ପୋଲିସ ଶଗଡ଼ପଟା ପଞ୍ଚାୟତର ଖଡ଼ିବାହାଳୀ ଗ୍ରାମରେ ଏକ ଗାଈକୁ ପିଟି ପିଟି ମାରିଦେଇ ମାଂସ କାଟି ବିକିବା ଅଭିଯୋଗରେ ଜଣେ...

ଦ୍ୱିତୀୟ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ସୁନା ଗହଣା, ଟଙ୍କା ନେଇ ଯୁବକ ଫେରାର

ଦିଗପହଣ୍ଡି,୧୭।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜନୈକା ବିବାହିତାଙ୍କୁ ଜଣେ ଯୁବକ ୨ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କଠାରୁ ସୁନା...

ଝୁଲନ୍ତା ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର,୧୧।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୁବୁଲାଗୁଡ଼ା ଗ୍ରାମର ଦେବ୍ରାବେଡ଼ା ବସ୍ତିରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ...

ଆଦର୍ଶ ସହରର ଉପେକ୍ଷିତ ୩ନଂ. ୱାର୍ଡ:ନର୍ଦ୍ଦମା ପାଣି ରାସ୍ତାରେ

ଢେଙ୍କାନାଳ ଅଫିସ, ୨।୧୧ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଢେଙ୍କାନାଳକୁ ମିଳିଛି ଆଦର୍ଶ ସହରର ମାନ୍ୟତା। ଲକ୍ଷ୍ମୀପୂଜା ଅବସରରେ ଆୟୋଜିତ ଜାତୀୟସ୍ତରୀୟ...

ସହରାଞ୍ଚଳ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଉଦ୍‌ବେଗ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସହରାଞ୍ଚଳ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ କଠୋର ହୋଇଛନ୍ତି। ସହରାଞ୍ଚଳ ପରିବେଶକୁ ସୁରକ୍ଷିତ ରଖିବା ଲାଗି...

ଗୁହାଳରେ ଅଗ୍ନିକାଣ୍ଡ: ଦୁଇ ବାଛୁରୀ ଜୀବନ୍ତ ଦଗ୍ଧ

ଆଳି,୮।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାହାରକୁଳ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ବାଙ୍କ ବିହାରୀ ଦାସଙ୍କ ଗୁହାଳ ଘରେ ନିଆଁ...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର

ଯୋଡ଼ା, ୧୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଜୁରୁଡି-କମଳପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡକର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ରବିବାର...

୨୦୦ ଏକର ଜମିରେ ହେବ ସ୍ଥାୟୀ କ୍ୟାମ୍ପସ୍‌

ଛତ୍ରପୁର,୧୮ା୬(ଡି.ଏନ.ଏ.)-ବ୍ରହ୍ମପୁର ସରକାରୀ ଆଇଟିଆଇ କୋଠାରେ ଅସ୍ଥାୟୀ ଭାବେ ଆଇଜର (ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚ)ର ଟ୍ରାନଜିଟ୍‌ କ୍ୟାମ୍ପସ ଚାଲିଛି ା ଏଠାରେ...

Advertisement
Archives

Model This Week