ଅପରେଶନ ପାଇଁ ଡିସେମ୍ବର ଯାଏ ଅପେକ୍ଷା

କଟକ ଅଫିସ,୨।୭: ୨୦୧୫ ଅଗଷ୍ଟ ଶେଷ ସପ୍ତାହରେ କଟକ ଶିଶୁଭବନ ଜାତୀୟ ଗଣମାଧ୍ୟମର ଆକର୍ଷଣରେ ରହିଥିଲା। କାରଣ ଗୋଟିଏ ସପ୍ତାହରେ ଏହି ପ୍ରିମିୟର ସ୍ବାସ୍ଥ୍ୟାନୁଷ୍ଠାନରେ ୫୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଫଳରେ ତତ୍କାଳୀନ ଶିଶୁଭବନ ଅଧୀକ୍ଷକ, ପ୍ରଶାସନିକ ଅଧିକାରୀ ଓ କେତେଜଣ ଡାକ୍ତରଙ୍କୁ ବଦଳି କରାଯାଇଥିଲା। ହସ୍ପିଟାଲର ଭିତ୍ତିଭୂମିକୁ ସୁଦୃଢ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ସହାୟତା ମାଗିଲେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ଶିଶୁଭବନ ଶିଶୁମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୪ବର୍ଷ ବିତିଛି। ହେଲେ ଭିତ୍ତିଭୂମିରେ ସାମାନ୍ୟ ସୁଧାର ଆସିନାହିଁ। ପୂର୍ବଭଳି ଶିଶୁ ମୃତ୍ୟୁହାର ଅପରିବର୍ତ୍ତିତ ରହିଥିବା ବେଳେ ରୋଗୀମାନେ ଚିକିତ୍ସା ପାଇବା ପାଇଁ ହୀନସ୍ତା ହେଉଛନ୍ତି।
୪୧୬ ବେଡ୍‌ ବିଶିଷ୍ଟ ଏହି ହସ୍ପିଟାଲର ଆଉଟ୍‌ଡୋରକୁ ଦୈନିକ ୪୫୦ରୁ ୫୦୦ ରୋଗୀ ଆସୁଥିବା ବେଳେ ଇନ୍‌ଡୋରରେ ୬୦ରୁ ୭୦ ରୋଗୀ ଭର୍ତ୍ତି ହେଉଛନ୍ତି। ବର୍ଷକୁ ଏଠାରେ ପ୍ରାୟ ୧୫୦୦ ଅପରେଶନ କରାଯାଉଥିବାବେଳେ ସେଥିରୁ ୪୦୦ ନବଜାତ ଶିଶୁ ରହିଛନ୍ତି। କିନ୍ତୁ ହସ୍ପିଟାଲର ଜରୁରିକାଳୀନ ଓଟି ୨ବର୍ଷ ହେବ ବନ୍ଦ ରହିଛି। ଓଟି ବନ୍ଦ ରହିବା ପଛର କାରଣ ହେଉଛି ଯନ୍ତ୍ରପାତି ଓ ନିଶ୍ଚେତକ ଡାକ୍ତରଙ୍କ ଅଭାବ। ୬ବର୍ଷ ହେଲା ମେଡିକାଲ ପକ୍ଷରୁ ଯନ୍ତ୍ରପାତି ପାଇଁ ସରକାରଙ୍କୁ ବାରମ୍ବାର ତାଲିକା ଦିଆଯାଉଥିବା ବେଳେ ତାହା ଓଡ଼ିଶା ଷ୍ଟେଟ୍‌ ମେଡିକାଲ କର୍ପୋରେଶନ ଲିମିଟେଡ (ଓଏସ୍‌ଏମ୍‌ସିଏଲ୍‌)ରେ ପଡ଼ି ରହିଥିବା ଶିଶୁଭବନର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି। ଏଭଳି ସ୍ଥିତିରେ କଳଙ୍କି ଲଗା ପୁରୁଣା ଯନ୍ତ୍ରପାତିରେ ଅପରେଶନ କରାଯାଉଥିବା ସମ୍ପୃକ୍ତ ଡାକ୍ତର ଜଣକ କହିଛନ୍ତି। ମୁଖ୍ୟତଃ ଜରୁରିକାଳୀନ ଓଟି ବନ୍ଦ ରହିଥିବାରୁ ଗୋଟିଏ ଓଟି ଉପରେ ସମସ୍ତ ରୋଗୀଙ୍କୁ ନିର୍ଭର କରିବାକୁ ପଡୁଛି। ଫଳରେ ଅପରେଶନ ପାଇଁ ରୋଗୀଙ୍କୁ ଅପେକ୍ଷା କରିବାକୁ କୁହାଯାଇ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିବା ଜଣାପଡିଛି।
ଶିଶୁଭବନ ଭିତ୍ତିଭୂମିକୁ ନେଇ ଏଭଳି ସମସ୍ୟା ଲାଗି ରହିଥିବା ବେଳେ ଏଠାରେ ଶିଶୁ ମୃତ୍ୟୁହାରରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିନାହିଁ। ୨୦୧୭ରେ ଶିଶୁଭବନରେ ୨୦୫୪ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୮ରେ ୨୧୩୧ ଓ ୨୦୧୯ ମେ ସୁଦ୍ଧା ୮୬୬ଜଣଙ୍କ ପ୍ରାଣହାନି ହୋଇଛି। ଏହି ହାରରେ ଦେଖିଲେ ମାସକୁ ୧୭୭ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟୁଥିବାବେଳେ ଦିନକୁ ମୃତ୍ୟୁହାର ୫ରୁ ଅଧିକ ରହୁଛି। ୨୦୧୫ ଅଗଷ୍ଟ ୨୯ରେ ଶିଶୁଭବନରେ ୨୪ଘଣ୍ଟାରେ ୧୦ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ବି ଗୋଟିଏ ଦିନରେ ୧୦ଜଣ ଶିଶୁଙ୍କ ମୃତ୍ୟୁ ଘଟୁଥିବା ଦେଖାଯାଇଛି। ଉଦାହରଣ ଭାବେ ଗତ ଜୁନ ୩ରେ ଶିଶୁଭବନରେ ୧୦ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଭିନ୍ନ ସଂକ୍ରାମକ ରୋଗ ଯୋଗୁ ବର୍ଷର ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଶିଶୁ ମୃତ୍ୟୁହାର ଅଧିକ ରହେ। ୨୦୧୭ ଜୁଲାଇରେ ଶିଶୁଭବନରେ ୧୯୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅଗଷ୍ଟରେ ୧୯୫, ସେପ୍ଟେମ୍ବରରେ ୧୯୬, ଅକ୍ଟୋବରରେ ୧୯୦ଜଣଙ୍କ ପ୍ରାଣହାନି ହୋଇଥିଲା। ସେହିପରି ୨୦୧୮ ଜୁଲାଇରେ ୧୭୯, ଅଗଷ୍ଟରେ ୨୨୫, ସେପ୍ଟେମ୍ବରରେ ୨୨୪ ଓ ଅକ୍ଟୋବରରେ ୧୯୮ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଇବର୍ଷକୁ ତୁଳନା କଲେ ଶିଶୁମୃତ୍ୟୁ ବୃଦ୍ଧି ପାଉଛି। ଚଳିତବର୍ଷ ଏହି ସଂକ୍ରାମକ ସମୟ ଆରମ୍ଭ ହୋଇଯାଇଥିବାବେଳେ ଶିଶୁଭବନର ଦୁର୍ବଳ ସ୍ଥିତିକୁ ନେଇ ଚିନ୍ତା ଘାରିଛି।
ଭିତ୍ତିଭୂମି ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ପଚରାଯିବାରୁ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ କୁହନ୍ତି, ୧୧୭ କୋଟି ଟଙ୍କା ବ୍ୟୟରେ ଶିଶୁଭବନ ପରିସରରେ ୭ମହଲା କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟ ଶେଷ ହେବା ପରେ ଅନେକ ସମସ୍ୟାର ସମାଧାନ ହୋଇଯିବ। ଏହାବାଦ୍‌ ନିଶ୍ଚେତକ ଡାକ୍ତର ଅଭାବ ଯୋଗୁ ଜରୁରିକାଳୀନ ଓଟି ବନ୍ଦ ରହୁଥିବା ଡାକ୍ତର ଶତପଥୀ ସ୍ବୀକାର କରିଥିଲେ।

ନିର୍ମଳ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri