ଅନ୍‌ଲକ୍‌-୧: ରାତ୍ରକାଳୀନ କର୍ଫ୍ୟୁରେ ରାଜପଥରେ ଚଳାଚଳ କରିବ ଯାନବାହନ

ନୂଆଦିଲ୍ଲୀ ,୧୨।୬: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାକୁ ଦେଖିଲେ ଅନୁମାନ କରିହେଉଛି ଯେ, ବିନା ଭ୍ୟାକସିନ୍‌ରେ କରୋନା ସଂକ୍ରମଣକୁ ରୋକିବା ଅସମ୍ଭବ। ଇତିମଧ୍ୟରେ ସ୍ବରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୧ରେ ରାତ୍ରକାଳୀନ କର୍ଫ୍ୟୁକୁ କୋହଳ କରାଯାଇଛି। ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗୁ ହୋଇଥିବା କର୍ଫ୍ୟୁକୁ କୋହଳ କରାଯାଇ ସମସ୍ତ ଯାନବାହନ ରାଜପଥରେ ଚଳାଚଳ ପାଇଁ ଅନୁମତି ଦିଆଯାଇଛି। ରାଜପଥରେ ଯାଉଥିବା କୌଣସି ଯାନକୁ ରାଜ୍ୟସରକାର ଏଣିକି ପ୍ରତିବନ୍ଧକ ଲଗାଇପାରିବେ ନାହିଁ ବୋଲି ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ ଭଲ୍ଲା କହିଛନ୍ତି। ଏହା ପୂର୍ବରୁ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ରାତିରେ କୌଣସି ଯାନ ଚଳାଚଳ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବାରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ଯୁଦ୍ଧରେ ହାରିଲେ ଫ୍ଲାଇଂ ଶିଖ୍‌ ମିଲ୍‌ଖା

ଚଣ୍ଡିଗଡ଼,୧୯।୬: ଭାରତର ମହାନ ଧାବକ ମିଲଖା ସିଂହଙ୍କ ପରଲୋକ। ଦୌଡ଼ ପ୍ରତିଯୋଗୀତାରେ କେବେ ହାର ମାନି ନ ଥିବା ମିଲ୍‌ଖା ଆଜି କିନ୍ତୁ ଜୀବନ ଯୁଦ୍ଧରେ...

ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଇନସିଦ୍ଧ ନୁହେଁ: କଂଗ୍ରେସ

ଭୁବନେଶ୍ୱର, ୨୬ା୪(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଇନସିଦ୍ଧ ନୁହେଁ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି।...

ଭୂମି ପୂଜନ ପୂର୍ବରୁ ଏହି ନେତା ବଦଳାଇଲେ ଟୁଇଟରର ପ୍ରୋଫାଇଲ୍‌ ଫଟୋ

ଭୋପାଳ,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଅଗଷ୍ଟ ୫ ଅର୍ଥାତ୍‌ ବୁଧବାର ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ...

ଏବେ ୧ ଟଙ୍କାରେ ସାନିଟାରୀ ନ୍ୟାପକିନ୍‌: ୫ ହଜାର ୫ଶହ ଜନ ଔଷଧୀ କେନ୍ଦ୍ରରେ ମିଳିବ

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦେଶର ସାଧାରଣ ଲୋକଙ୍କ ପାଇଁ ଏକ ନୂଆ ଉପହାର ଆଣିଛନ୍ତି। ଭାଜପା ନିର୍ବାଚନୀ ଇସ୍ତାହାରରେ ପ୍ରକାଶ ପାଇଥିବା ପ୍ରତିଶ୍ରୁତି...

କରୋନା ଲଢ଼େଇ: ଧରାବୀ ମଡେଲକୁ ବିଶ୍ୱବ୍ୟାଙ୍କର ତାରିଫ୍‌

ଜେନେଭା/ମୁମ୍ବାଇ, ୮।୧୦: ଭାରତରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଛି। ମୁମ୍ବାଇର ଧରାବୀରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରଚଳନ...

ସ୍ବାକ୍ଷର ହେବ ୩.୫ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ,୧୪।୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୪ ତାରିଖରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ଦୁଇଦେଶ ମଧ୍ୟରେ ୩.୫ ବିଲିୟନ ଡଲାର (୨୫,୦୦୦ କୋଟି...

କୋଭିଡ-୧୯: ଗୋଟିଏ ମାସ ପାଇଁ ସିଙ୍ଗାପୁର ଲକ୍‌ଡାଉନ୍‌

ସିଙ୍ଗାପୁର,୩।୪: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’ କବଳକୁ ନେବାକୁ ଲାଗି ପଡିଛି। କରୋନା ଭୟରେ ଏବେ ବିଶ୍ୱ ଯେମିତି ଏକ ପ୍ରକାର ଠପ୍‌...

ତୃତୀୟ ଲହର ଚେତାବନୀ: ବୁଝି ବିଚାରି ଅନ୍‌ଲକ୍‌ କରିବା ଲାଗି ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ…

ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ଆଶଙ୍କା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ...

Advertisement


Archives

Model This Week

Why Dharitri