ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ: ଗଛମୂଳେ ଆଶ୍ରୟ ନେଇଛନ୍ତି ବାପା,ଝିଅ

ଢେଙ୍କିକୋଟ,୧୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ଖଜୁରି ଜିଆଣି ଗାଁ ା ସେହି ଗାଁର ନାଭ ନାୟକଙ୍କ ସାନପୁଅ ବାଇଧର (୪୨) ଗତ ୧୫ ବର୍ଷ ହେବ ଘର ଛାଡ଼ି ରୋଜଗାର ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ସେଠାରେ ସେ ଅନ୍ୟଜାତିର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିଲେ। ଏବେ ତାଙ୍କର୧୨ ବର୍ଷର ଏକ ଝିଅଟିଏ ଅଛି।
ସମୟ, ସୁଯୋଗ ମିଳିଲେ ବାଇଧର ଗାଁକୁ ଆସନ୍ତି ା ପରିବାର ସଦସ୍ୟଙ୍କ ଭଲମନ୍ଦ ବୁଝନ୍ତି ା ପୁଣି କର୍ମ କ୍ଷେତ୍ରକୁ ଚାଲିଯାଆନ୍ତି। ହେଲେ ଗତ ୨ ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। କାମ କରିବାକୁ ଆଉ ବଳ ପାଉନାହିଁ ା ସେଥିପାଇଁ ସେ ନିଜ ପରିବାର ସହିତ ଘରକୁ ଫେରି ଆସିବାକୁ ମନସ୍ଥ କରିଥିଲେ ା ଏ କଥା ସେ ପରିବାର ଲୋକଙ୍କୁ କହିଥିଲେ। ଶେଷରେ ଏଥିପାଇଁ ସମ୍ମତି ମିଳିଥିଲା ା ଗତମାସରେ ସେ ସ୍ତ୍ରୀ, ଓ ଝିଅକୁ ଧରି ଗାଁକୁ ଫେରିଥିଲେ। ହେଲେ ଗାଁ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ା ବାଇଧର ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ ଗାଁ ଲୋକେ ସାମାଜିକ ବାସନ୍ଦ କରିଥିଲେ ା ଫଳରେ ପରିବାର ଲୋକେ ତାଙ୍କୁ ଘରେ ଭର୍ତ୍ତି କରି ନ ଥିଲେ। ଏପରି ପରିସ୍ଥିତିରେ ବାଇଧର କଣ କରିବେ କିଛି ଚିନ୍ତା କରି ପାରି ନ ଥିଲେ ା ଶାରୀରିକ ଅସୁସ୍ଥତା ତାଙ୍କୁ ଯେତିକି ବାଧି ନ ଥିଲା; ଗ୍ରାମବାସୀଙ୍କ ନିଷ୍ପତ୍ତି ତାଙ୍କୁ ଅଧିକ କଷ୍ଟ ଦେଇଥିଲା ା ଶେଷରେ ସେ ଝିଅ ଓ ସ୍ତ୍ରୀକୁ ନେଇ ପୈତୃକ ଜମି ଉପରେ ଥିବା ଏକ ଗଛମୂଳରେ ଆଶ୍ରୟ ନେଇଥିଲେ ା ବୈଶାଖମାସର ଟାଣ ଖରାରେ ଖୋଲା ଆକାଶ ତଳେ ଅଖିଆ ଅପିଆ ତାଙ୍କ ପରିବାର ପଡି ରହିଥିଲେ ା ଇତିମଧ୍ୟରେ ଆଉ ଏକ ଦୁଃଖ ବାଇଧର ପାରିବାରିକ ଜୀବନକୁ ଛାରଖାର କରି ଦେଇଛି ା ଗାଁ ଓ ପରିବାର ଲୋକଙ୍କ ବିରୋଧ ଦେଖି ତାଙ୍କ ସ୍ତ୍ରୀ ଝିଅ ଓ ସ୍ବାମୀକୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ତାଙ୍କୁ ଖୋଜି ଆଣିବାକୁ ବାଇଧରଙ୍କ ପାଖରେ କିଛି ଜୁ ନାହିଁ ା କେବଳ ଭାଗ୍ୟକୁ ଆଦରି ସେ ଅତି ଦୟନୀୟ ଅବସ୍ଥାରେ ଗଛମୂଳରେ ପଡ଼ି ରହିଛନ୍ତି। ଅସୁସ୍ଥ ବାପାଙ୍କୁ ଚାହିଁ ଝିଅଟି ବି ସେଠାରେ ରହିଛି ା ବାଇଧରକୁ ଜିଲା ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀ ଖୋଳା ଆଳରେ ରାଜସ୍ବ ଲୁଟ୍‌

ଖଇରା,୨୮।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନରେ ଗତ କିଛି ମାସ ଧରି ନୂଆ ଢଙ୍ଗରେ ରାଜସ୍ବ ଲୁଟ ଚାଲିିଛି। କିଛି ଖଣି ବ୍ୟବହାରକାରୀ ଗ୍ରାମବାସୀଙ୍କୁ ହାତବାରିସି...

ଶୀତଲଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବିଧାୟକ

ଭଦ୍ରକ ଅଫିସ, ୨୨।୬ – ୧୧ ମାସ ତଳେ ଭଦ୍ରକ ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଶୀତଲ ସାହୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ...

ଭାଇରାଲ ଅଡିଓ: ଜଳେଶ୍ୱର ଆଇଆଇସି ନିଲମ୍ବିତ

ବାଲେଶର ଅଫିସ/କଟକ ଅଫିସ, ୧୫।୮: ଜଣେ ବ୍ରାଉନ ସୁଗର ବ୍ୟବସାୟୀଙ୍କ ସହ କଥା ହେଉଥିବାର ଅଡିଓ କ୍ଲିପ ଭାଇରାଲ ଘଟଣାକୁ ନେଇ ବାଲେଶ୍ୱର ଜିଲା ଜଳେଶ୍ବର...

ଜରିମାନା ଆଦାୟ ବେଳେ ଯୁବକଙ୍କ ଉନ୍ମତ୍ତକାଣ୍ଡ

ବାହାନଗା, ୧୨ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ସୋମବାର ନିୟମ ଊଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ ବେଳେ ଜଣେ ଅମାନିଆ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି।...

ନାବାଳିକାଙ୍କୁ ବଳାତ୍କାର: ଦିବ୍ୟାଙ୍ଗ ଯୁବକ ଅଟକ

ବାହାନଗା, ୨୩ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ମଙ୍ଗଳବାର ଜଣେ ଦିବ୍ୟାଙ୍ଗ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ...

ବିଦ୍ୟାଳୟ ସମ୍ମୁଖରୁ ଛାତ୍ର ଅପହରଣ ଘଟଣା: ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

ବାହାନଗା, ୨୩।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଶଙ୍କରପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ଗତ ସୋମବାର ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହେବାପରେ ଜଣେ...

୨ ଚୋରି ମାମଲାରେ ୩ ଗିରଫ

ବାଲେଶ୍ୱର ଅଫିସ, ୯।୫-ବାଲେଶ୍ୱର ଜିିଲା ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଭୋଳାଗଡ଼ିଆ ଅଞ୍ଚଳର ଜଣେ ମହିଳା ଶୁକ୍ରବାର ପୂର୍ବାହ୍ନରେ ଡାକ୍ତରଙ୍କ ପାଖକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ...

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଅଗ୍ନିଶମ ଅଧିକାରୀ

ଭଦ୍ରକ ଅଫିସ, ୧୪।୬ – ଗୁରୁବାର ସନ୍ଧ୍ୟାରେ ଭଦ୍ରକ ଅଗ୍ନିଶମ ଅଧିକାରୀ ସଂଗ୍ରାମ କୁମାର ହଁାସଦା ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ...

Advertisement
Archives

Model This Week