ଅନ୍ତେବାସୀଙ୍କ ପାଇଁ ଯୋଗଶିକ୍ଷା ସହ ମନୋରଞ୍ଜନ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ,୧୪ା୫(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ କୋଭିଡ଼-୧୯ ସମ୍ପର୍କରେ ବିଭିନ୍ନ ତଥ୍ୟ ସମ୍ପର୍କରେ ଅବଗତ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଦୈନିକ ସକାଳେ ୨ ଘଣ୍ଟା ଓ ସନ୍ଧ୍ୟାରେ ୨ ଘଣ୍ଟା ଶାରିରୀକ ବ୍ୟାୟାମ, ଦକ୍ଷତା ବିକାଶ, ନୀତି ଶିକ୍ଷା ସହ ପୌରାଣିକ କଥାବସ୍ତୁ ସମ୍ପର୍କରେ ଅଭିଜ୍ଞ ବ୍ୟକ୍ତିମାନେ କହୁଛନ୍ତି। ଏହାଦ୍ୱାରା ଅନ୍ତେବାସୀ ରୋଗ ସମ୍ପର୍କରେ ଅବଗତ ହେବାସହ ମନୋରଞ୍ଜନ ହୋଇପାରୁଛି ବୋଲି ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ମନୋରଞ୍ଜନ ସାହୁ କହିଛନ୍ତି। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ବ୍ଲକର ବୁରୁପୋଡ଼ା, ଶିକିରି ଓ ଅନ୍ୟାନ୍ୟ କ୍ୱାରାଣ୍ଟାଇନ କେନ୍ଦ୍ରରେ ଅନ୍ତେବାସୀଙ୍କ ଦ୍ୱାରା ବିଭିନ୍ନ ସମାଜିକ କାର୍ଯ୍ୟ, ପରିବେଶ ସ୍ବଚ୍ଛତା, ଯୋଗଭ୍ୟାସ ଇତ୍ୟାଦି ନେଇ ଅନ୍ତେବାସୀଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରଚାର ହେବାପରେ ଅନ୍ୟ କେନ୍ଦ୍ରର ଅନ୍ତେବାସୀଙ୍କ ଉପରେ ଭଲ ପ୍ରଭାବ ପଡୁଛି। ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯାଇ ଅନ୍ତେବାସୀଙ୍କ ଉପରେ ନଜର ମଧ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗୋଡ଼ ଧୋଇବାକୁ ଯାଇ ଆଉ ଫେରିଲେନି ବାବନ

ଆନନ୍ଦପୁର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କଣ୍ଟିପାଳ ଗାଁ ଖିଲାର ସାହିର ବାବନ...

ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଆରମ୍ଭ

ଅନୁଗୋଳ ଅଫିସ,୪।୧୨: ଅନୁଗୋଳ ଜିଲା ତ୍ରୟୋଦଶ ଯୋଜନା କମିଟି ବୈଠକ ଜିଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମଧ୍ୟାହ୍ନରେ ଆରମ୍ଭ ହୋଇଛି। ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ...

ଏମ୍‌କେସିଜିରେ ୩ କରୋନା ସନ୍ଦିଗ୍ଧ, ସ୍ବାବ୍‌ ରିପୋର୍ଟ ମିଳିବାରେ ବିଳମ୍ବ

ବ୍ରହ୍ମପୁର ଅଫିସ,୧୯ା୪: ମେଡିକାଲର ସଂଘରୋଧ କକ୍ଷରେ ୩ ଜଣ କରୋନା ସନ୍ଦିଗ୍ଧ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି...

ଖୋର୍ଦ୍ଧାକୁ ବଜ୍ରକାପ୍ତା ଚୋରାଚାଲାଣ: ୨ ଗିରଫ

ଢେଙ୍କାନାଳ ଅଫିସ,୧।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରୁ ମଙ୍ଗଳବର ସକାଳେ ବଜ୍ରକାପ୍ତା ଚାଲାଣ ହେଉଥିବା ବେଳେ କପିଳାସ ରେଞ୍ଜ ବନ କର୍ମଚାରୀ ୨ ଜଣଙ୍କୁ ଗିରଫ...

ଅନୁଗୋଳ ପୋଲିସ କବ୍‌ଜାରେ ଅଭିଯୁକ୍ତ ବାପି

ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ ବାପି ଓରଫ ସତ୍ୟଜିତ୍‌ ପ୍ରଧାନ(୩୩)। ତେବେ ବାପିଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ସମ୍ପର୍କରେ...

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ୩ ଗିରଫ, ନାବାଳକଙ୍କ ସମ୍ପୃକ୍ତି

ଆସିକା,୪ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଗୁରୁବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର...

ଶିକାର କରିବାକୁ ଯାଇ ଫାଶରେ ପଡ଼ିଲା କଲରାପତରିଆ

ବୁଗୁଡ଼ା,୨୮ା୧: ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ମାଣିତରା ସେକ୍ସନ ବଡ଼ପଥର କୁଣ୍ଡାଖାଇ ମୁଣ୍ଡିଆରେ ଗୁରୁବାର ସକାଳେ ଫାଶରେ ପଡିଥିବା ଏକ ବାର୍‌ହାକୁ ଖାଇବାକୁ ଆସି ଫସି...

କାଠଚୋରଙ୍କ ଆଡ୍ଡାସ୍ଥଳୀ ବରବରା ଜଙ୍ଗଲ: ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ

ବାଲୁଗାଁ,୨୭ା୧୨ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ବନବିଭାଗ ଅନ୍ତର୍ଗତ ବରବରା ଜଙ୍ଗଲ ଏବେ କାଠଚୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ କାଠ...

Advertisement
Archives

Model This Week