ଅନ୍ତର୍ଜାତୀୟ ରେଡିିଓ ମେଳା ଆରମ୍ଭ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଶ୍ୱ ରେଡିଓ ଦିବସ ଅବସରରେ ଆଉଟ୍‌ରିଚ୍‌ ପକ୍ଷରୁ ୬ଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା ଗୁରୁବାର ଭଞ୍ଜକଳା ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିି, ରେଡିଓ ଚକୋଲେଟ୍‌ କାର୍ଯ୍ୟକାରୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏବଂ ଆଉଟ୍‌ରିଚ୍‌ ମୁଖ୍ୟ ସୁବ୍ରତ କୁମାର ପତି ପ୍ରମୁଖ ଯୋଗଦେଇ ଏହି ଦୁଇଦିନିଆ ମେଳାକୁ ଉଦ୍‌ଘାଟନ କରିଥିଲେ। ଦେଶ ବିଦେଶର ବହୁ ରେଡିଓ ଷ୍ଟେଶନ ଏଥିରେ ସାମିଲ ହୋଇଥିବାବେଳେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ୍‌, ହାମ୍‌ ରେଡିଓ ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିଛି। ସୁଦୂର ଜାପାନ, ବାଂଲାଦେଶ ପରି ଦେଶର ରେଡିଓ ଷ୍ଟେଶନ ଏଥର ରେଡିଓ ମେଳାରେ ସାମିଲ ହୋଇଛନ୍ତି। ସେହିଭଳି ବିଗ୍‌ ଏଫ୍‌ଏମ୍‌, ରେଡିଓ ଚକୋଲେଟ୍‌, ତରଙ୍ଗ ଏଫ୍‌ଏମ୍‌, ରେଡିଓ ଭୁବନେଶ୍ୱର, ଆସାମର ରେଡିଓ ବ୍ରହ୍ମପୁତ୍ର ସମେତ ବିଭିନ୍ନ ଭାରତୀୟ ରେଡିଓ ଚ୍ୟାନେଲ ମେଳାରେ ନିଜର ଷ୍ଟଲ୍‌ ପ୍ରଦର୍ଶନ କରିଛନ୍ତି। ବାଂଲାଦେଶ, ତ୍ରିପୁରା, ଆସାମ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦଶ ଓ ଦିଲ୍ଲୀରୁ ଅନେକ ଶ୍ରୋତା ଓ ରେଡିଓପ୍ରେମୀଙ୍କୁ ଏଠାରେ ଦେଖିବାକୁ ମିଳିଥିଲା।
ଚଳିତବର୍ଷ ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହାମ୍‌ ରେଡିଓ ଅପରେଟର ମେଳାରେ ଅଂଶଗ୍ରହଣ କରିଛନ୍ତି। ଏମାନେ ହାମ୍‌ ରେଡିଓ ସମେତ ଏମରଜେନ୍ସି ରେଡିଓ ପ୍ରଦର୍ଶନୀ କରିଥିବା ଦେଖିବାକୁ ମିଳିଥିଲା। ଅନ୍ତର୍ଜାତୀୟସ୍ତରରେ ଏ ସମ୍ପର୍କିତ ଜ୍ଞାନକୌଶଳ ଓ ପରାମର୍ଶ ଦେଉଥିବା ସଂସ୍ଥା ବେସିଲ୍‌ ରେଡିଓ ପକ୍ଷରୁ ମେଳା ପରିସରରେ ଏକ ସ୍ବତନ୍ତ୍ର ଷ୍ଟଲ୍‌ ଖୋଲାଯାଇଛି। ଏହି ଷ୍ଟଲ୍‌ରେ ଏକ ଡେମୋ ରେଡିଓ ଷ୍ଟୁଡିଓ କରାଯାଇଥିବାବେଳେ ଆଗ୍ରହୀ ବ୍ୟକ୍ତିବିଶେଷ ତଥା ସଂସ୍ଥାଗୁଡ଼ିକୁ କମ୍ୟୁନିଟି ରେଡିଓ ଷ୍ଟେଶନ ତିଆରି କରିବା ପାଇଁ ଏଠାରେ ଆବଶ୍ୟକ ସୂଚନା ଦିଆଯାଉଛି। ଦେଶର ଅନ୍ୟତମ ଲୋକପ୍ରିୟ ରେଡିଓ ଜକି ତଥା ମାଇଁ ଏଫ୍‌ଏମ୍‌ ଜୟପୁରର ଆର୍‌.ଜେ. କାର୍ତ୍ତିକ ଏଥର ମେଳାର ଆକର୍ଷଣ ସାଜିଥିଲେ। ରେଡିଓରେ କ୍ୟାରିୟର୍‌ କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେବାସହ ରେଡିଓ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଏହି ଅବସରରେ ୨୦୧୯ ପାଇଁ ଆର୍‌.ଜେ. କାର୍ତ୍ତିକଙ୍କୁ ଲୋକପ୍ରିୟ ରେଡିଓ ପ୍ରସାରକଭାବେ ଆଉଟ୍‌ରିଚ୍‌ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସେହିଭଳି ପଶ୍ଚିମବଙ୍ଗର ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଶ୍ରୋତା ଓ ଆସାମର ରେଡିଓ ବ୍ରହ୍ମପୁତ୍ରକୁ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ଭାବେ ସମ୍ମାନିତ କରାଯାଇଥିଲା।

ଆକର୍ଷଣ ସାଜିଛି ଭିଣ୍ଟେଜ୍‌ ରେଡିଓ:
ରେଡିଓ ମେଳାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଶହ ଶହ ସଂଖ୍ୟାରେ ପ୍ରଦର୍ଶିତ ହୋଇଥିବା ଭିଣ୍ଟେଜ୍‌ ବା ପୁରୁଣା ରେଡିଓ। ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ, ଭୁବନେଶ୍ୱରର ସଞ୍ଜୀବ ମାନା, କଟକର କାଳୀପ୍ରସନ୍ନ ପଣ୍ଡା ଓ ସନ୍ତୋଷ ବିଶ୍ୱାଳ ୪ ହଜାରରୁ ଅଧିକ ପୁରାତନ ଏବଂ ବିରଳ ରେଡିଓ ଏଠାରେ ପ୍ରଦର୍ଶିତ କରିଛନ୍ତି। ସେହିଭଳି ପ୍ରତିବର୍ଷ ଭଳି ଏଥର ମଧ୍ୟ ମେଳାରେ ବିଭିନ୍ନ ପ୍ରକାର ରେଡିଓ ସେଟ୍‌ ବିକ୍ରି କରାଯାଉଛି। ବଜାରରେ ସାଧାରଣତଃ ଏହି ରେଡିଓ ମିଳୁ ନ ଥିବାବେଳେ ଏଠାରେ ପର୍ଯ୍ୟାପ୍ତ ପରିମାଣରେ ବିକ୍ରି ହେଉଛି। ଏହାସହ ମେଳାରେ ଏକ ଷ୍ଟଲ୍‌ରେ ତିଆରି ହେଉଛି ହାତ ତିଆରିି ରେଡିଓ। ଭୁବନେଶ୍ୱରର ରାଜେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଏକ ଷ୍ଟଲ୍‌ରେ କଷ୍ଟମାଇଜ୍‌ଡ ରେଡିଓ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?